For Quick Alerts
Turn On Notification  
For Daily Alerts
Oneindia App Download

ପିଏମ କେୟାର୍ସ ପାଣ୍ଠିରୁ କିଣାଯିବ ଏକ ଲକ୍ଷ ଅମ୍ଳଜାନ କନସେନଟ୍ରେଟର ; ପ୍ରଧାନମନ୍ତ୍ରୀଙ୍କ ମଞ୍ଜୁରୀ

ଡାକ୍ତରଖାନାରେ ମେଡିକାଲ ଅକ୍ସିଜେନ୍ ଯୋଗାଣ ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପିଏମ କେୟାର୍ସ ପାଣ୍ଠିରୁ ଏକ ଲକ୍ଷ ଅମ୍ଳଜାନ କନସେନଟ୍ରେଟର କ୍ରୟକୁ ମଞ୍ଜୁର କରିଛନ୍ତି ।

|

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ବୃଦ୍ଧି ସାଙ୍ଗକୁ ମେଡିକାଲ ଅକ୍ସିଜେନ ସଙ୍କଟ ଦିନକୁ ଦିନ ଗୁରୁତର ହେବାରେ ଲାଗିଛି । ସାରା ଦେଶରୁ ଅକ୍ସିଜେନ୍ ଅଭାବ ନେଇ ଖବର ଆସୁଥିବା ଦେଖବାକୁ ମିଳୁଛି । ଏହି ସମୟରେ ଡାକ୍ତରଖାନାରେ ମେଡିକାଲ ଅକ୍ସିଜେନ୍ ଯୋଗାଣ ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପିଏମ କେୟାର୍ସ ପାଣ୍ଠିରୁ ଏକ ଲକ୍ଷ ଅମ୍ଳଜାନ କନସେନଟ୍ରେଟର କ୍ରୟକୁ ମଞ୍ଜୁର କରିଛନ୍ତି । ମହାମାରୀର ଦ୍ବିତୀୟ ଲହରରେ କରୋନା ରୋଗୀଙ୍କ ସଂଖ୍ୟା ଏବଂ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଥିବା ବେଳେ ଅନେକ ଡାକ୍ତରଖାନାରେ ହେଉଥିବା ମେଡିକାଲ ଅମ୍ଳଜାନର ସଙ୍କଟକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀ ଏହି ଘୋଷଣା କରିଛନ୍ତି ।

Narendra-Modi

ଏହା ପୂର୍ବରୁ କରୋନାଭାଇରସ୍‌ଜନିତ ମହାମାରୀ ବିରୋଧରେ ଲଢ଼ିବାରେ ସହାୟକ ହେବାକୁ ସିଙ୍ଗାପୁର ଭାରତକୁ ଦୁଇଟି ବିମାନ ବୋଝେଇ 'ମେଡିକାଲ୍‌ ଅକ୍ସିଜେନ୍‌' ପଠାଇଥିବା ଜଣାପଡ଼ିଥିଲା । କେବଳ ଭାରତ ନୁହେଁ, ଅନ୍ୟ ଦେଶମାନେ ମଧ୍ୟ ଏହି ବିପତ୍ତି ସହ ମୁକାବିଲା କରିବା ନେଇ ପ୍ରୟାସ କରୁଥିବା ଦେଖିବାକୁ ମିଳୁଛି । ଭାରତକୁ କରୋନା ଲଢ଼େଇରେ ସାହାଯ୍ୟ କରିବା ପାଇଁ ବିଭିନ୍ନ ଦେଶ ହାତ ବଢ଼ାଇବା ସହ ଅମ୍ଳଜାନ କନସେନଟ୍ରେଟର ମଧ୍ୟ ଯୋଗାଉଛନ୍ତି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ମଧ୍ୟ ଏହି ବିପଦ ସମୟରେ ଭାରତକୁ ସାହାଯ୍ୟ କରିବା ନେଇ ସମସ୍ତ ପ୍ରୟାୟ କରୁଛନ୍ତି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
PM Narendra Modi Approves Procurement Of One Lakh Oxygen Concentrators From PM CARE Funds.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X