ପିଏମ କେୟାର୍ସ ପାଣ୍ଠିରୁ କିଣାଯିବ ଏକ ଲକ୍ଷ ଅମ୍ଳଜାନ କନସେନଟ୍ରେଟର ; ପ୍ରଧାନମନ୍ତ୍ରୀଙ୍କ ମଞ୍ଜୁରୀ

ଡାକ୍ତରଖାନାରେ ମେଡିକାଲ ଅକ୍ସିଜେନ୍ ଯୋଗାଣ ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପିଏମ କେୟାର୍ସ ପାଣ୍ଠିରୁ ଏକ ଲକ୍ଷ ଅମ୍ଳଜାନ କନସେନଟ୍ରେଟର କ୍ରୟକୁ ମଞ୍ଜୁର କରିଛନ୍ତି ।

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ବୃଦ୍ଧି ସାଙ୍ଗକୁ ମେଡିକାଲ ଅକ୍ସିଜେନ ସଙ୍କଟ ଦିନକୁ ଦିନ ଗୁରୁତର ହେବାରେ ଲାଗିଛି । ସାରା ଦେଶରୁ ଅକ୍ସିଜେନ୍ ଅଭାବ ନେଇ ଖବର ଆସୁଥିବା ଦେଖବାକୁ ମିଳୁଛି । ଏହି ସମୟରେ ଡାକ୍ତରଖାନାରେ ମେଡିକାଲ ଅକ୍ସିଜେନ୍ ଯୋଗାଣ ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପିଏମ କେୟାର୍ସ ପାଣ୍ଠିରୁ ଏକ ଲକ୍ଷ ଅମ୍ଳଜାନ କନସେନଟ୍ରେଟର କ୍ରୟକୁ ମଞ୍ଜୁର କରିଛନ୍ତି । ମହାମାରୀର ଦ୍ବିତୀୟ ଲହରରେ କରୋନା ରୋଗୀଙ୍କ ସଂଖ୍ୟା ଏବଂ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଥିବା ବେଳେ ଅନେକ ଡାକ୍ତରଖାନାରେ ହେଉଥିବା ମେଡିକାଲ ଅମ୍ଳଜାନର ସଙ୍କଟକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀ ଏହି ଘୋଷଣା କରିଛନ୍ତି ।

Narendra-Modi

ଏହା ପୂର୍ବରୁ କରୋନାଭାଇରସ୍‌ଜନିତ ମହାମାରୀ ବିରୋଧରେ ଲଢ଼ିବାରେ ସହାୟକ ହେବାକୁ ସିଙ୍ଗାପୁର ଭାରତକୁ ଦୁଇଟି ବିମାନ ବୋଝେଇ 'ମେଡିକାଲ୍‌ ଅକ୍ସିଜେନ୍‌' ପଠାଇଥିବା ଜଣାପଡ଼ିଥିଲା । କେବଳ ଭାରତ ନୁହେଁ, ଅନ୍ୟ ଦେଶମାନେ ମଧ୍ୟ ଏହି ବିପତ୍ତି ସହ ମୁକାବିଲା କରିବା ନେଇ ପ୍ରୟାସ କରୁଥିବା ଦେଖିବାକୁ ମିଳୁଛି । ଭାରତକୁ କରୋନା ଲଢ଼େଇରେ ସାହାଯ୍ୟ କରିବା ପାଇଁ ବିଭିନ୍ନ ଦେଶ ହାତ ବଢ଼ାଇବା ସହ ଅମ୍ଳଜାନ କନସେନଟ୍ରେଟର ମଧ୍ୟ ଯୋଗାଉଛନ୍ତି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ମଧ୍ୟ ଏହି ବିପଦ ସମୟରେ ଭାରତକୁ ସାହାଯ୍ୟ କରିବା ନେଇ ସମସ୍ତ ପ୍ରୟାୟ କରୁଛନ୍ତି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+