Live : ସଂସଦ ଗୃହରେ ପାଳନ ହେଉଛି ସମ୍ବିଧାନ ଦିବସ
କ୍ରବାର ଦିନ ସମ୍ବିଧାନ ଦିବସ ପାଳନ ଅବସରରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ସେଣ୍ଟ୍ରାଲ ହଲରେ ସମ୍ବିଧାନ ପଢିବା ସହ ଉତ୍ସବର ନେତୃତ୍ୱ ନେବେ । ଏଥି ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସମାବେଶକୁ ସମ୍ବୋଧିତ କରିବେ ।

ନୂଆଦିଲ୍ଲୀ : ଶୁକ୍ରବାର ଦିନ ସମ୍ବିଧାନ ଦିବସ ପାଳନ ଅବସରରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ସେଣ୍ଟ୍ରାଲ ହଲରେ ସମ୍ବିଧାନର ପ୍ରସ୍ତାବଳୀ ପଢିବା ସହ ଉତ୍ସବର ନେତୃତ୍ୱ ନେବେ । ଏଥି ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସମାବେଶକୁ ସମ୍ବୋଧିତ କରିବେ ।
ଆଜି ହେଉଛି ସମ୍ବିଧାନ ଦିବସ । ୨୬ ନଭେମ୍ବର ୧୯୫୦ ମସିହାରେ ଭାରତର ସମ୍ବିଧାନକୁ କାର୍ଯ୍ୟକାରୀ କରାଯାଇଥିଲା । ଆଜି ପୂର୍ବାହ୍ନ ୧୧ ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦର ସେଣ୍ଟ୍ରାଲ ହଲ୍ ପରିସରରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ଏଥିସହିତ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ସନ୍ଧ୍ୟା ୫.୩୦ଟାରେ ଏଥି ସମ୍ପର୍କିତ ଏକ କାର୍ଯ୍ୟକ୍ରମରେ ଯୋଗଦେବେ ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଯୋଗ୍ୟତା ଆଧାରରେ ଗୋଟିଏ ପରିବାରରୁ ଏକ ରୁ ଅଧିକ ଲୋକ ଯିବା ଉଚିତ, ଏହା ପାର୍ଟିକୁ ପରିବାର-ଆଧାରିତ କରେ ନାହିଁ । କିନ୍ତୁ ଗୋଟିଏ ଦଳ ପିଢୀ ପରେ ପିଢୀ ରାଜନୀତିରେ ଅଛନ୍ତି । ତେଣୁ ଭାରତ ଏକ ସଙ୍କଟ ଆଡକୁ ଗତି କରୁଛି ଯାହା ସମ୍ବିଧାନ ପ୍ରତି ଉତ୍ସର୍ଗୀକୃତ ଲୋକଙ୍କ ପାଇଁ ଚିନ୍ତାର ବିଷୟ । ଯେଉଁମାନେ ଗଣତନ୍ତ୍ରରେ ବିଶ୍ୱାସ କରନ୍ତି ସେମାନହ୍କ ପାଇଁ ଚିନ୍ତାର ବିଷୟ ହେଉଚି ପାରିବାରିକ ଦଳ ।












Click it and Unblock the Notifications