ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା: କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ ମୋଦୀ, ସମ୍ବୋଧନ କରି କହିଲେ ଏପରି...
ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା: ବହୁ ପ୍ରତିକ୍ଷୀତ ରାମ ମନ୍ଦିରର ଆଜି ପ୍ରାଣ ପ୍ରତିଷ୍ଠା ହୋଇଛି । ଗର୍ଭଗୃହରେ ବିରାଜମାନ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ରାମଲାଲା । ପ୍ରଭୁ ଶ୍ରୀରାମଙ୍କ ଦୁର୍ଲଭ ଦର୍ଶନ କରି ଆଶିଷ ନେବାକୁ ଅଯୋଧ୍ୟାରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ ।
ସାଧୁ ସନ୍ଥଙ୍କ ବେଦ ଉଚ୍ଚାରଣ ମଧ୍ୟରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଛି । ଏହି ଶୁଭ ମୁହୂର୍ତ୍ତରେ ପ୍ରଧାନମନ୍ତ୍ରୀ ଯଜମାନ ହୋଇ ସମସ୍ତ ରୀତିନୀତି ପାଳନ କରିଥିଲେ । ଏହି ଭବ୍ୟ ସମାରୋହ ପରେ ପ୍ରଧାନମନ୍ତ୍ରୀ ମୋଦୀ ରାମ ମନ୍ଦିରରୁ ବାହାରି ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ଲୋକଙ୍କୁ ସମ୍ବୋଧିତ କରିଥିଲେ ।

ଲୋକମାନଙ୍କୁ ସମ୍ବୋଧିତ କରିବାବେଳେ ପିଏମ ମୋଦୀ କହିଛନ୍ତି ଯେ ଏହି ମୁହୂର୍ତ୍ତ ଅଲୌକିକ ଅଟେ। ଏହି ମୁହୂର୍ତ୍ତଟି ଆମ ସମସ୍ତଙ୍କ ଉପରେ ଭଗବାନ ଶ୍ରୀ ରାମଙ୍କ ଆଶୀର୍ବାଦ । ଶତାବ୍ଦୀ ଅପେକ୍ଷା କରିବା ପରେ ଆମ ରାମ ପହଞ୍ଚିଛନ୍ତି । ବର୍ତ୍ତମାନ ଆମ ରାମ ତମ୍ବୁରେ ରହିବେ ନାହିଁ । ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ଉପସ୍ଥିତ ରହି ଆମେ ବହୁତ ଭାଗ୍ୟବାନ । ଏହି ସମୟ ଏକ ସାଧାରଣ ସମୟ ନୁହେଁ । ଏହା ଆମ ମାନସପଟେରେ ଅବିସ୍ମରଣୀୟ ସ୍ମୃତି ରେଖା ।
ଏହି ସମୟରେ ମୋଦୀ ରାମଲାଲାଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି । ମୋଦୀ କହିଛନ୍ତି ଯେ ଏହି ଅବସରରେ ଆମେ ଭଗବାନ ଶ୍ରୀ ରାମଙ୍କୁ ମଧ୍ୟ କ୍ଷମା ମାଗୁଛୁ । ଏତେ ବର୍ଷ ପର୍ଯ୍ୟନ୍ତ ଆମେ ତାଙ୍କ ପ୍ରାଣ ପ୍ରତିଷ୍ଠା କରିପାରି ନଥିଲୁ । ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ ଆଜି ପ୍ରଭୁ ରାମ ନିଶ୍ଚିତ ଭାବରେ ଆମକୁ କ୍ଷମା କରିବେ ।
ମୋଦୀ ଆହୁରି କହିଛନ୍ତି ଯେ ଆମର ସମ୍ବିଧାନରେ ମଧ୍ୟ ପ୍ରଭୁ ରାମ ଉପସ୍ଥିତ ଅଛନ୍ତି । ଏହା ସତ୍ତ୍ୱେ ରାମଙ୍କ ଅସ୍ତିତ୍ୱକୁ ନେଇ ଏକ ଆଇନଗତ ଯୁଦ୍ଧ ଜାରି ରହିଲା । ନ୍ୟାୟପାଳିକା ନ୍ୟାୟର ସମ୍ମାନ ବଜାୟ ରଖିଛି । 500 ବର୍ଷ ଧରି କେତେ ପୁଣ୍ୟାତ୍ମା ଏହି ପୁଣ୍ୟ ଦିନଟି ପାଇଁ ବଳିଦାନ ଦେଇଛନ୍ତି । କେତେ ନ୍ୟାୟିକ ସଂଘର୍ଷ ଚାଲିଛି । ଶେଷରେ ନ୍ୟାୟିକ ନିଷ୍ଠାର ବିଜୟ ହୋଇଛି । ନ୍ୟାୟିକ ପଦ୍ଧତିରେ ମଧ୍ୟ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ହୋଇଛି । ପୂର୍ବଜ ପୁଣ୍ୟାତ୍ମା ମାନଙ୍କର ଆଶିଷ ଓ ତପସ୍ୟା ମଧ୍ୟ ଫଳପ୍ରସୂ ହୋଇଛି । ତଥାପି ଏ ଦିନଟି ପାଇଁ ଏତେ ବିଳମ୍ବ ହୋଇଥିବାରୁ ମୁଁ ଶ୍ରୀରାମଙ୍କୁ କ୍ଷମା ମାଗୁଛି । କିନ୍ତୁ ଦୃଢ ବିଶ୍ୱାସ ଆଜି ପ୍ରଭୁ ଶ୍ରୀରାମ ଆମକୁ ନିଶ୍ଚୟ କ୍ଷମା କରିବେ ।
ଆଜି ଦେଶର ସବୁ ଅଭାବ ପୂରଣ ହୋଇଛି । ସବୁ ଅପେକ୍ଷାର ଅନ୍ତ ହୋଇଛି । ସନାତନର ଧ୍ୱଜା ଉଡାଇ ରାଷ୍ଟ୍ର ପ୍ରଗତି ଓ ଏକତା ରାସ୍ତାରେ ଆହୁରି ଆଗେଇଛି' । ଆଜି ପ୍ରତ୍ୟେକ ଗ୍ରାମରେ ସଂକୀର୍ତ୍ତନ ଅନୁଷ୍ଠିତ ହେଉଛି । ପ୍ରତ୍ୟେକ ଘରେ ରାମ ଜ୍ୟୋତିଙ୍କୁ ଆଲୋକିତ କରିବାକୁ ପ୍ରସ୍ତୁତି ଚାଲିଛି ।
ଭାଷଣ ଦେବାବେଳେ ଶ୍ରୀରାମଙ୍କୁ କ୍ଷମା ଭିକ୍ଷା କରି ମୋଦୀ ଆହୁରି କହିଥିଲେ, ବୋଧହୁଏ ଆମର ପୁରୁଷାର୍ଥ, ତପସ୍ୟାରେ କିଛି ଅଭାବବୋଧ ରହିଯାଇଥିଲା ତେଣୁ ଏଠାରେ ଶ୍ରୀରାମଙ୍କୁ ପୁଣି ତାଙ୍କ ସ୍ଥାନରେ ଅଧିଷ୍ଠିତ କରାଇବାକୁ ଏତେ ବିଳମ୍ବ ହୋଇଗଲା ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications