ଧାରା 370 ରଦ୍ଦ ହେବା ପରେ ଜାମ୍ମୁ କାଶ୍ମୀରକୁ ପ୍ରଥମ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ
ଜାମ୍ମୁ କାଶ୍ମୀରରୁ ଧାରା 370 ରଦ୍ଦ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଥର ପାଇଁ ରାଜ୍ୟ ଗସ୍ତ କରିବେ । ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ଅବସରରେ ରବିବାର (ଅପ୍ରେଲ 24) ପୂର୍ବାହ୍ନ ପ୍ରାୟ 11.30 ରେ ମୋଦୀ ଜାମ୍ମୁ କାଶ୍ମୀରରେ ପହଞ୍ଚିବେ ।
ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରରୁ ଧାରା 370 ରଦ୍ଦ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଥର ପାଇଁ ରାଜ୍ୟ ଗସ୍ତ କରିବେ । ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ଅବସରରେ ରବିବାର (ଅପ୍ରେଲ 24) ପୂର୍ବାହ୍ନ ପ୍ରାୟ 11.30 ରେ ପ୍ରଧାନମନ୍ତ୍ରୀ ମୋଦୀ ଜାମ୍ମୁ କାଶ୍ମୀରରେ ପହଞ୍ଚିବେ ।ଯେଉଁଠାରୁ ସେ ଦେଶର ସମସ୍ତ ଗ୍ରାମ ସଭାକୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀ ମୋଦୀ ଅପ୍ରେଲ 24 ରେ ସାମ୍ବା ଜିଲ୍ଲାର ପଲ୍ଲୀ ଗ୍ରାମରେ ପହଞ୍ଚି ପଞ୍ଚାୟତିରାଜ ଦିବସ ଅବସରରେ ପଞ୍ଚାୟତକୁ ସମ୍ବୋଧିତ କରିବେ । ଏହି କାର୍ଯ୍ୟକ୍ରମରେ ପିଏମ ମୋଦୀ ଦେଶର ବିଭିନ୍ନ ପ୍ରାନ୍ତରୁ ପଞ୍ଚାୟତିରାଜ ଅନୁଷ୍ଠାନର ସଦସ୍ୟଙ୍କ ସହ ଅନଲାଇନରେ ଯୋଡ଼ି ରହିବେ ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା, ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତରାଜ ମନ୍ତ୍ରୀ ଗିରିରାଜ ସିଂହ ମଧ୍ୟ ଉପସ୍ଥିତ ରହିବେ । ପ୍ରଧାନମନ୍ତ୍ରୀଙ୍କ ଜାମ୍ମୁ କାଶ୍ମୀର ଗସ୍ତ ପୂର୍ବରୁ ସୁରକ୍ଷା କଡାକଡି କରାଯାଇଛି । ପ୍ରଧାନମନ୍ତ୍ରୀ ମଧ୍ୟ ସାମ୍ବା ଜିଲ୍ଲାର ପଲ୍ଲୀରେ 500 କିଲୋୱାଟ ସୌର ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରର ଉଦଘାଟନ କରିବେ ଯାହା କାର୍ବନ ନିରପେକ୍ଷ ହେବାରେ ଏହା ଦେଶର ପ୍ରଥମ ପଞ୍ଚାୟତ ହେବ ।
ଜାମ୍ମୁ କାଶ୍ମୀର ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ 3100 କୋଟିରୁ ଅଧିକ ବ୍ୟୟରେ ନିର୍ମିତ ବାନିହଲ କାଜିଗୁଣ୍ଡ ରୋଡ ଟନେଲର ଉଦଘାଟନ କରିବେ । PMO ରୁ ପ୍ରାପ୍ତ ସୂଚନା ଅନୁଯାୟୀ, 8.45 କିଲୋମିଟର ଲମ୍ୱା ଟନେଲ୍ ବାନିହଲ୍ ଏବଂ କାଜିଗୁଣ୍ଡ ମଧ୍ୟରେ ରାସ୍ତାର ଦୂରତାକୁ 16 କିଲୋମିଟର ହ୍ରାସ କରିବ ଏବଂ ଯାତ୍ରା ସମୟ ପ୍ରାୟ ଦେଢ ଘଣ୍ଟା ହ୍ରାସ କରିବ ।
ଏଥିସହିତ ପ୍ରଧାନମନ୍ତ୍ରୀ ମୋଦୀ ରାତଲେ ଏବଂ କ୍ୱାର ଜଳ ବିଦ୍ୟୁତ୍ ପ୍ରକଳ୍ପର ଶିଳାନ୍ୟାସ କରିବେ । କିସ୍ୱୱାଡ଼ ଜିଲ୍ଲାର ଚିନାବ ନଦୀ ଉପରେ 850 ମେଗାୱାଟ ରତଲେ ଜଳ ବିଦ୍ୟୁତ୍ ପ୍ରକଳ୍ପ ଏବଂ 540 ମେଗାୱାଟ କ୍ୱାର୍ ଜଳ ବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ ହେବ ।
ଏହା ବ୍ୟତୀତ PMO ରୁ ମିଳିଥିବା ସୂଚନା ଅନୁଯାୟୀ, ମୋଦୀ ଅପ୍ରେଲ 24 ରେ ମୁମ୍ବାଇରେ ମାଷ୍ଟର ଦୀନାନାଥ ମଙ୍ଗେଶକର ପୁରସ୍କାର ବିତରଣ ଉତ୍ସବରେ ଯୋଗଦେବେ । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଥମ ଲତା ଦୀନାନାଥ ମଙ୍ଗେଶକର ପୁରସ୍କାରରେ ସମ୍ମାନିତ କରାଯିବ ।












Click it and Unblock the Notifications