For Quick Alerts
Turn On Notification  
For Daily Alerts
Oneindia App Download

ୟୁନିଅନ୍ ବଜେଟ୍ ପୂର୍ବରୁ ସର୍ବଦଳୀୟ ବୈଠକରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ

ଫେବୃଆରୀ 1 ତାରିଖରେ ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନା କରିବେ 2021-22 ଆର୍ଥିକ ବର୍ଷ ପାଇଁ ୟୁନିଅନ୍ ବଜେଟ୍ । ଏନେଇ ଜାନୁଆରୀ 30 ତାରିଖରେ ଏକ ସର୍ବଦଳୀୟ ବୈଠକ ବସିବ । ଏହି ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିବେ

|

ନୂଆଦିଲ୍ଲୀ : ଫେବୃଆରୀ 1 ତାରିଖରେ ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନା କରିବେ 2021-22 ଆର୍ଥିକ ବର୍ଷ ପାଇଁ ୟୁନିଅନ୍ ବଜେଟ୍ । ଏନେଇ ଜାନୁଆରୀ 30 ତାରିଖରେ ଏକ ସର୍ବଦଳୀୟ ବୈଠକ ବସିବ । ଏହି ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିବେ । ଭିଡ଼ିଓ କନଫରେନ୍ସିଂ ଜରିଆରେ ଏହି ବୈଠକ କରାଯିବ ବୋଲି ସୂଚନା ମିଳିଛି । ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ଥାଓ୍ୱାର ଚାନ୍ଦ ଗେହଲଟ୍, ପିୟୁଷ ଗୋଏଲ୍, ପ୍ରହଲ୍ଲାଦ୍ ଯୋଶୀ, ଅର୍ଜୁନ୍ ମେଘଓ୍ୱାଲ୍ ଏବଂ ମୁରଲୀଧରନ୍ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

Narendra-Modi

2021-22 ଆର୍ଥିକ ବର୍ଷ ପାଇଁ ବଜେଟ୍ ଅଧିବେଶନ ଜାନୁଆରୀ 29 ରୁ ଆରମ୍ଭ ହୋଇ ଏପ୍ରିଲ୍ 8 ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନରେ ଦୁଇଟି ପର୍ଯ୍ୟାୟରେ ବଜେଟ୍ ଉପସ୍ଥାପନ କରାଯିବ । ପ୍ରଥମ ପର୍ଯ୍ୟାୟରେ ଫେବୃଆରୀ 1 ତାରିଖରେ ଆର୍ଥିକ ବର୍ଷ 2021-22 ପାଇଁ ବଜେଟ୍ ଉପସ୍ଥାପନ କରାଯିବ । ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁଆରୀ 29 ତାରିଖରୁ ଆରମ୍ଭ ହୋଇ ଫେବୃଆରୀ 15 ତାରିଖ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପ୍ରର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ 8ରୁ ଆରମ୍ଭ ହୋଇ ଏପ୍ରିଲ୍ 8 ତାରିଖ ପର୍ଯ୍ୟନ୍ତ ଚାଲିବ । ଜାନୁଆରୀ 29 ତାରିଖ ସକାଳ 11ଟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ଦୁଇ ସଦନ ଲୋକସଭା ଏବଂ ରାଜ୍ୟ ସଭାକୁ ସମ୍ୱୋଧିତ କରିବେ । ବଜେଟ୍ ଫେବୃଆରୀ 1 ତାରିଖ ସକାଳ 11ଟା ସମୟରେ ଅର୍ଥମନ୍ତ୍ରୀ ଉପସ୍ଥାପନ କରିବେ ।

ସୂଚନାଯୋଗ୍ୟ, ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଜେଟ୍ ନେଇ ଅର୍ଥନୀତିଜ୍ଞ ଏବଂ ବିଭିନ୍ନ କ୍ଷେତ୍ରର ଏକ୍ସପର୍ଟଙ୍କ ସହ ଆଲୋଚନା କରିଥିଲେ । ନୀତି ଆୟୋଗ ଏହି ବୈଠକର ଆୟୋଜନ କରିଥିଲା । ବୈଠକରେ କରୋନା ସମୟରେ ଅର୍ଥନୀତିର ଏଜେଣ୍ଡାକୁ ନେଇ ଚର୍ଚ୍ଚା ହୋଇଥିଲା । ଅର୍ଥବ୍ୟବସ୍ଥାରେ ଧିରେ ଧିରେ ସୁଧାର ଆସୁଥିବା ସମସ୍ତ ସଦସ୍ୟ କହିଥିଲେ । ଏଥିରେ ଘରୋଇ କରଣ ଏବଂ ବିନିର୍ମାଣ ଉଦ୍ୟୋଗକୁ ଆଗକୁ ବଢ଼ାଇବା ପାଇଁ ଅର୍ଥନୀତିଜ୍ଞମାନେ ମତ ଦେଇଥିଲେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
PM Modi Will Chair All Party Meeting Before Union Budget on 30th January.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X