ଅପରାହ୍ନ 5 ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ନ 5 ଟାରେ ଦେଶବାସୀଙ୍କୁ ସମ୍ବୋଧିନ କରିବେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ନ 5 ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ତେବେ କେଉଁ ବିଷୟରେ କହିବେ ସେ ନେଇ କୌଣସି ସୂଚନା ଦିଆଯାଇନାହିଁ ।

Narendra-Modi

ସାରା ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଦୁର୍ବଳ ହେବାରେ ଲାଗିଛି । ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ କରୋନା ଏବଂ ଅର୍ଥନୀତି ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ଆଶା କରାଯାଉଛି । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଟୀକାକରଣ ବିଷୟରେ କୌଣସି ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି ।

ମେ ମାସ ଆରମ୍ଭରେ ବଢିଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଅଧିକାଂଶ ରାଜ୍ୟ ଲକଡାଉନ୍ ଘୋଷଣା କରିଥିଲେ । କେତେକ ରାଜ୍ୟ ଜୁନ୍ 1 ରୁ ଏବଂ କେତେକ ଜୁନ୍ 7 ରୁ ଅନଲକ୍ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏଭଳି ପରିସ୍ଥିତିରେ ସତର୍କତା ଅବଲମ୍ବନ କରି କାର୍ଯ୍ୟକୁ ଫେରିବା ଏବଂ ଅର୍ଥନୀତିକୁ ଫେରାଇ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ନିବେଦନ କରିପାରନ୍ତି ବୋଲି ଆଶା କରାଯାଉଛି । ଏହାପୂର୍ବରୁ ଶେଷଥର 20 ଅପ୍ରେଲରେ ଦେଶକୁ ସମ୍ବୋଧିତ କରିଥିଲେ ଯେତେବେଳେ କରୋନା ଦ୍ୱିତୀୟ ଲହର ଦେଶରେ ବହୁ ମାତ୍ରାରେ ବୃଦ୍ଧି ପାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+