Get Updates
Get notified of breaking news, exclusive insights, and must-see stories!

ଶ୍ରୀରାମଙ୍କ ବିଶ୍ୱର ସର୍ବବୃହତ ମୂର୍ତ୍ତି ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

ଭଗବାନ ଶ୍ରୀ ରାମଙ୍କ ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତିର ହୋଇଛି ଉନ୍ମୋଚନ। ୭୭ ‍ଫୁଟ ଉଚ୍ଚ ଏହି କାଂସ୍ୟ ପ୍ରତିମୂର୍ତ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି(ଶୁକ୍ରବାର) ଉନ୍ମୋଚନ କରିଛନ୍ତି। ଦକ୍ଷିଣ ଗୋଆGoa)ର ଶ୍ରୀ ସମସ୍ଥାନ ଗୋକରାମ ଜୀବୋତ୍ତମ ମଠରେ ପ୍ରତିମୂର୍ତ୍ତିକୁ ସ୍ଥାପନ କରାଯାଇଛି।

ଆଜି ଯାଏ ଭାଗବାନ ରାମଙ୍କ ଏତେ ବଡ଼ ପ୍ରତିମୂର୍ତ୍ତି(Lord Ram Statue) ବିଶ୍ୱର କେଉଁଠି ସ୍ଥାପନ ହୋଇ ନଥିଲା। ହେଲେ ଏବେ ୭୭ ଫୁଟ ଉଚ୍ଚ ପ୍ରତିମୂର୍ତ୍ତି ସ୍ଥାପନ ହୋଇଛି। ପ୍ରଧାନମନ୍ତ୍ରୀ ମୋଦି ଏହି ବିଶାଳକାୟ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବା ସହ ମଠରେ ଥିବା ମନ୍ଦିର ବୁଲି ଦେଖିଛନ୍ତି।

ସ୍ଥପତି ରାମ ସୁତାର ହିଁ ଏହି ପ୍ରତିମୂର୍ତ୍ତିକୁ ତିଆରି କରିଛନ୍ତି। ସୁତାର ହେଉଛନ୍ତି ସେହି ସ୍ଥପତି ଯିଏ ଗୁଜରାଟରେ ଷ୍ଟାଚ୍ୟୁ ଅଫ ୟୁନିଟୀକୁ ତିଆରି କରିଥିଲେ। ଏବେ ସେ ବିଶ୍ୱର ସବୁଠାରୁ ବଡ଼ ଶ୍ରୀ ରାମ ପ୍ରତିମୂର୍ତ୍ତି ତିଆରି କରି ଆଉ ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି।

PM Modi
ଗୋଆରେ ଥିବା ଏହି ମଠ ହେଉଛି ଭାରତର ଅନ୍ୟତମ ପୁରାତନ ପ୍ରତିଷ୍ଠାନ। ନିଜର ଧାର୍ମିକ, ସାଂସ୍କୃତି ଓ ସାମାଜିକ ଅବଦାନ ପାଇଁ ମଠ ବେଶ ପରିଚିତ। ସରସ୍ୱତୀ ସଂପ୍ରଦାୟ ମଧ୍ୟରେ ଏହାର ମହତ୍ତ୍ୱ ବେଶ ଅଧିକ।

ମଠ ପରମ୍ପରାର ୫୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ନଭେମ୍ବର ୨୭ରୁ ଏଠାରେ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ଜାରି ରହିଛି। ଏହା ଡିସେମ୍ବର ୭ ଯାଏ ଚାଲିବ। ପ୍ରତିଦିନ ମଠର ବିଭିନ୍ନ କାର୍ଯ୍ୟକ୍ରମରେ ୭ ରୁ ୧୦ ହଜାର ଲୋକ ସାମିଲ ହେଉଥିବା କୁହାଯାଉଛି। ଏହିକ୍ରମରେ ଆଜି ପ୍ରଧାନମନ୍ତ୍ରୀ ସେଠାରେ ପହଞ୍ଚି ବ୍ରୋଞ୍ଜରେ ନିର୍ମିତ ବିରାଟକାୟ ରାମ ପ୍ରତିମୂର୍ତ୍ତିର ଉନ୍ମୋଚନ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+