ବେଙ୍ଗାଲୁରୁରେ ପହଞ୍ଚିଲେ ମୋଦୀ, ଇସ୍ରୋ ବୈଜ୍ଞାନିକଙ୍କୁ ଭେଟି ଜଣାଇବେ ଶୁଭେଚ୍ଛା
ନୂଆଦିଲ୍ଲୀ: ଚନ୍ଦ୍ରଯାନ-3 ଚନ୍ଦ୍ରରେ ସଫଳତାର ସହ ଅବତରଣ କରିବା ପରେ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ଶନିବାର) ସକାଳେ ବେଙ୍ଗାଲୁରୁରେ ପହଞ୍ଚିଛନ୍ତି । ଆଉ କିଛି ସମୟ ପରେ ମୋଦା ଇସ୍ରୋ ଟେଲିମେଟ୍ରି ଟ୍ରାକିଙ୍ଗ ଆଣ୍ଡ କମାଣ୍ଡ ନେଟୱାର୍କ (ଆଇଏସଟିଆରଏସି) ରେ ପହଞ୍ଚିବେ । ସେଠାରେ ସେ ଏକ ଘଣ୍ଟା ରହିବେ । ବେଙ୍ଗାଲୁରୁ ମୁଖ୍ୟାଳୟରେ ଜାତୀୟ ଅନ୍ତରୀକ୍ଷ ଏଜେନ୍ସୀର ବୈଜ୍ଞାନିକଙ୍କୁ ଶୁଭେଛା ଜଣାଇବେ ।

ବୁଧବାର ସନ୍ଧ୍ୟାରେ ଚନ୍ଦ୍ରଯାନ-3ର ଚନ୍ଦ୍ରରେ ସଫଳ ଅବତରଣ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଦକ୍ଷିଣ ଆଫ୍ରିକା ଜୋହନ୍ସବର୍ଗରେ ଥିଲେ । ସେଠାରେ ସେ 15ତମ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେଇଥିବା ବେଳେ ଇସ୍ରୋ ଟିମ୍ ସହିତ ଭିଡିଓ କନଫରେନ୍ସିଂରେ ସାମିଲ ହୋଇଥିଲେ ।
ଅପରପକ୍ଷରେ ଇସ୍ରୋ ଶୁକ୍ରବାର ଚନ୍ଦ୍ରରେ ଲ୍ୟାଣ୍ଡର ବିକ୍ରମରୁ ରୋଭର ପ୍ରଜ୍ଞାନର ଅବତରଣ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ପ୍ରଥମେ ଲ୍ୟାଣ୍ଡର ରୋଭର ନିମନ୍ତେ ରାମ୍ପ ନିୟୋଜିତ କରୁଥିବାର ଦେଖାଯାଇଛି । ଏହାର କିଛି କ୍ଷଣ ପରେ ରୋଭର ପ୍ରଜ୍ଞାନ ରାମ୍ପ ଦେଇ ଚନ୍ଦ୍ରପୃଷ୍ଠକୁ ଓହ୍ଲାଉଥିବାର ଦେଖାଯାଉଛି । ଲ୍ୟାଣ୍ଡରରୁ ରୋଭରର ସରଳ ଅବତରଣ ପାଇଁ ଦୁଇଟି ପର୍ଯ୍ୟାୟରେ ରାମ୍ପ ଲଗାଯାଇଥିଲା ଏହା ଉପର ଦେଇ ରୋଭର ତଳକୁ ଓହ୍ଲାଇଛି । ରୋଭର ଦେହରେ ଶକ୍ତି ଉତ୍ପନ୍ନ କରିବା ପାଇଁ ଏକ ସୋଲାର ପାନେଲ ମଧ୍ୟ ଲଗାଯାଇଛି ।












Click it and Unblock the Notifications