Get Updates
Get notified of breaking news, exclusive insights, and must-see stories!

ମାତ୍ର 5 ଘଣ୍ଟା 15 ମିନିଟରେ ଦିଲ୍ଲୀରୁ ହିମାଚଳ ଯାତ୍ରା, ବନ୍ଦେ ଭାରତ ଏକ୍ସପ୍ରେସ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ମୋଦୀ ଅକ୍ଟୋବର 13 ରେ ବନ୍ଦେ ଭାରତ ଏକ୍ସପ୍ରେସର ଉଦଘାଟନ କରିବେ । ଦିଲ୍ଲୀରୁ ହିମାଚଳ ବନ୍ଦେ ଭାରତ ଏକ୍ସପ୍ରେସ ଏହି ବର୍ଗର ଚତୁର୍ଥ ଟ୍ରେନ ସେବା ହେବ ।

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦୀ ଅକ୍ଟୋବର 13 ରେ ବନ୍ଦେ ଭାରତ ଏକ୍ସପ୍ରେସର ଉଦଘାଟନ କରିବେ । ଦିଲ୍ଲୀରୁ ହିମାଚଳ ବନ୍ଦେ ଭାରତ ଏକ୍ସପ୍ରେସ ଏହି ବର୍ଗର ଚତୁର୍ଥ ଟ୍ରେନ ସେବା ହେବ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ପକ୍ଷରୁ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁବାର ହିମାଚଳ ପ୍ରଦେଶର ଉନା ଜିଲ୍ଲାରେ ଚତୁର୍ଥ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଉଦଘାଟନ କରିବେ । ରେଳ ଅଧିକାରୀ କହିଛନ୍ତି ଯେ ଏହି ଟ୍ରେନ୍ ଦିଲ୍ଲୀ ଏବଂ ହିମାଚଳ ପ୍ରଦେଶ ମଧ୍ୟରେ ଚାଲିବ ।

bande Bharat Express

ଦିଲ୍ଲୀ - ହିମାଚଳ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ବିଷୟରେ ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ ଅନୁଯାୟୀ, "ସେମୀ ହାଇ ସ୍ପିଡ ଟ୍ରେନ ଦିଲ୍ଲୀ ଏବଂ ଉନା ଜିଲ୍ଲାର ଅମ୍ବ ଅନ୍ଦୌରା ରେଳ ଷ୍ଟେସନ ମଧ୍ୟରେ ଚାଲିବ । "ଉନା ଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ" ବୁଧବାର ବ୍ୟତୀତ ସମସ୍ତ ଦିନରେ ଚଳାଚଳ କରିବ ।

ଅଧିକାରୀ କହିଛନ୍ତି, "ନିୟମିତ ସେବା ଆରମ୍ଭ ହେବାର ତାରିଖ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । ସେ କହିଛନ୍ତି, ନୂଆଦିଲ୍ଲୀରୁ ଅନ୍ଦୌରା ପର୍ଯ୍ୟନ୍ତ ଟ୍ରେନ୍ ନମ୍ବର 22447 ସକାଳ 5:50 ରେ ଛାଡ଼ିବ । ବନ୍ଦେ ଭାରତ ଏକ୍ସପ୍ରେସ ସକାଳ 11:05 ରେ ଅମ୍ବ ଅନ୍ଦୌରା ରେଳ ଷ୍ଟେସନରେ ପହଞ୍ଚିବ, ଅର୍ଥାତ୍ ଦିଲ୍ଲୀରୁ ଉନା ପର୍ଯ୍ୟନ୍ତ ଟ୍ରେନ ଯାତ୍ରା ମାତ୍ର ପାଞ୍ଚ ଘଣ୍ଟା 15 ମିନିଟରେ ଶେଷ ହେବ । ଉନାରୁ ଦିଲ୍ଲୀରେ ପହଞ୍ଚିବା ପାଇଁ ଟ୍ରେନ୍ ନମ୍ବର 22448 ଅମ୍ବ ଅନ୍ଦୌରା ଷ୍ଟେସନରୁ ଅପରାହ୍ନ 1 ଟା ସମୟରେ ଛାଡି ସନ୍ଧ୍ୟା 6:25 ରେ ନୂଆଦିଲ୍ଲୀରେ ପହଞ୍ଚିବ ।

ଭାରତୀୟ ରେଳ ଅଧିକାରୀ କହିଛନ୍ତି ଯେ ଉନା ଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନରେ 16 ଟି କୋଚ ରହିବ । ଏହି ଟ୍ରେନ୍ ଅମ୍ବାଲା, ଚଣ୍ଡିଗଡ଼, ଆନନ୍ଦପୁର ସାହିବ ପରେ ସିଧାସଳଖ ହିମାଚଳ ପ୍ରଦେଶର ଉନା ଜିଲ୍ଲାରେ ଅଟକିବ । ଏହି ଚତୁର୍ଥ ବନ୍ଦେ ଭାରତ ଟ୍ରେନ୍ ଚାରୋଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳକୁ ଅତିକ୍ରମ କରିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+