କରୋନା ସମ୍ପର୍କରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରି କରୋନା ସ୍ଥିତି ସମ୍ପର୍କରେ ଆଲୋଚନା କରିବେ । ଏହି ଭିଡିଓ କନଫରେନ୍ସିଂ ବୈଠକ ପୂର୍ବାହ୍ନ 11 ଟାରେ ହେବ ।
ନୂଆଦିଲ୍ଲୀ : ଦେଶରେ ବଢୁଥିବା କରୋନା ସଂକ୍ରମିତଙ୍କ ସଂଖ୍ୟା ପୁଣି ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏପରିକି ଅନେକ ରାଜ୍ୟରେ ସରକାର ରାତ୍ରି କର୍ଫ୍ୟୁ ଲାଗୁ କରିବା ସହ କେତେକ ସ୍ଥାନରେ ପୁଣି ଥରେ ଲକଡାଉନ୍ କରିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରି କରୋନା ସ୍ଥିତି ସମ୍ପର୍କରେ ଆଲୋଚନା କରିବେ । ଏହି ଭିଡିଓ କନଫରେନ୍ସିଂ ବୈଠକ ପୂର୍ବାହ୍ନ 11 ଟାରେ ହେବ । ଆପଣଙ୍କୁ କହିରଖୁଛୁ ଯେ ଦେଶରେ ଟୀକାକରଣ ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ ।

ସୂଚନାଯୋଗ୍ୟ, ବର୍ତ୍ତମାନ ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ମଙ୍ଗଳବାର ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ 24 ଘଣ୍ଟା ମଧ୍ୟରେ ଭାରତରେ 24 ହଜାର 492 ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହା ପରେ ଦେଶରେ ସଂକ୍ରମିତ ଲୋକଙ୍କ ସଂଖ୍ୟା 1 କୋଟି 14 ଲକ୍ଷ 09 ହଜାର 831 କୁ ବୃଦ୍ଧି ପାଇଛି । ଗତ 24 ଘଣ୍ଟା ମଧ୍ୟରେ 131 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି । ଯାହା ପରେ ମୋଟ ମୃତ୍ୟୁ ସଂଖ୍ୟା 1 ଲକ୍ଷ 58 ହଜାର 856 ରେ ପହଞ୍ଚିଥିବାବେଳେ ମୋଟ ସୁସ୍ଥଙ୍କ ସଂଖ୍ୟା 1 କୋଟି 10 ଲକ୍ଷ 27 ହଜାର 543 କୁ ବୃଦ୍ଧି ପାଇଛି ।












Click it and Unblock the Notifications