କେମିତି ଦିଶୁଛି ନୂତନ ସଂସଦ, ପ୍ରଥମ ଭିଡ଼ିଓ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

ଦେଶକୁ ମିଳିବ ନୂଆ ସଂସଦ । ମେ 28 ଏହାର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏ ନେଇ ଚୁଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି । ତେବେ ନୂଆ ସଂସଦ କିପରି ଦୁଶୁଥିବ ସେ ନେଇ ଦେଶବାସୀଙ୍କ ମନରେ ରହିଛି ଉତ୍କଣ୍ଠା ।
ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ନୂତନ ସଂସଦର ପ୍ରଥମ ଭିଡ଼ିଓ ସେୟାର କରିଛନ୍ତି । ସେ କହିଛନ୍ତି ଯେ ନୂତନ ସଂସଦ ଗୃହ ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିବ । ଏହି ଭିଡିଓ ଏହି ଆଇକନିକ୍ ବିଲ୍ଡିଂର ଝଲକ ପ୍ରଦାନ କରେ । ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଏକ ସ୍ୱତନ୍ତ୍ର ଅନୁରୋଧ କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଏହି ଭିଡ଼ିଓକୁ ନିଜ ଭଏସ୍ ଓଭର ସହ ସେୟାର କରନ୍ତୁ ଏବଂ ଆପଣଙ୍କ ବିଚାର ବ୍ୟକ୍ତ କରନ୍ତୁ । ମୁଁ ସେଥି ମଧ୍ୟରୁ କିଛି ରିଟ୍ୱିଟ କରିବି । ଏଥିସହ ସେ କହିଛନ୍ତି ଯେ #MyParliamentMyPride ହ୍ୟାସଟ୍ୟାଗ୍ ବ୍ୟବହାର କରିବାକୁ ଭୁଲନ୍ତୁ ନାହିଁ ।
The new Parliament building will make every Indian proud. This video offers a glimpse of this iconic building. I have a special request- share this video with your own voice-over, which conveys your thoughts. I will re-Tweet some of them. Don’t forget to use #MyParliamentMyPride. pic.twitter.com/yEt4F38e8E
— Narendra Modi (@narendramodi) May 26, 2023
ଆପଣଙ୍କୁ କହି ରଖୁଛୁ ଯେ ନୂତନ ସଂସଦ ଗୃହର ପ୍ରଥମ ଝଲକ ସାମ୍ନାକୁ ଆସିଛି । ଭିଡିଓରେ ନୂଆ ସଂସଦ ବହୁତ ବଡ ଦେଖାଯାଉଛି । ସଂସଦ ଭିତରୁ ଏହି ଭିଡିଓ ପ୍ରସ୍ତୁତ କରାଯାଇଛି । ଯାହା ବହୁତ ସୁନ୍ଦର ଦେଖାଯାଉଛି । 28 ମେ ରେ ପ୍ରଧାନମନ୍ତ୍ରୀ ମୋଦୀ ନୂତନ ସଂସଦର ଉଦଘାଟନ କରିବେ ।












Click it and Unblock the Notifications