ସଂଖ୍ୟାଗରିଷ୍ଠତାରେ ସରକାର ହୋଇପାରେ କିନ୍ତୁ ସହମତିରେ ରାଷ୍ଟ୍ର ଚାଲିବ : ପ୍ରଧାନମନ୍ତ୍ରୀ ମୋଦୀ

ବିଜେପି କୌଣସି ରାଜନୈତିକ ଅସ୍ପୃଶ୍ୟତା ଉପରେ ବିଶ୍ୱାସ କରେ ନାହିଁ ଏବଂ ଦେଶ ଚଳାଇବାରେ ସହମତିକୁ ଗୁରୁତ୍ୱ ଦେଇଥାଏ । ଶାସକ ଦଳର ରାଜନୈତିକ ପ୍ରତିଦ୍ୱନ୍ଦୀଙ୍କୁ ମଧ୍ୟ ଦେଶକୁ ସେବା ପ୍ରଦାନ କରିବାକୁ ତାଙ୍କ ସରକାର ସମ୍ମାନ ପ୍ରଦାନ କରିଛନ୍ତି ବୋଲି ମୋଦୀ କହିଛନ୍ତି ।

ନୂଆଦିଲ୍ଲୀ : ଦୀନ ଦୟାଲ ଉପାଧ୍ୟାୟଙ୍କ 53 ତମ ଶ୍ରାଦ୍ଧ ବାର୍ଷିକୀ ପାଳନ ଅବସରରେ ଗୁରୁବାର ଦିଲ୍ଲୀରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ବିଜେପି କୌଣସି ରାଜନୈତିକ ଅସ୍ପୃଶ୍ୟତା ଉପରେ ବିଶ୍ୱାସ କରେ ନାହିଁ ଏବଂ ଦେଶ ଚଳାଇବାରେ ସହମତିକୁ ଗୁରୁତ୍ୱ ଦେଇଥାଏ । ଶାସକ ଦଳର ରାଜନୈତିକ ପ୍ରତିଦ୍ୱନ୍ଦୀଙ୍କୁ ମଧ୍ୟ ଦେଶକୁ ସେବା ପ୍ରଦାନ କରିବାକୁ ତାଙ୍କ ସରକାର ସମ୍ମାନ ପ୍ରଦାନ କରିଛନ୍ତି ବୋଲି ସେ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଗେରୁଆ ଦଳ ସର୍ବଦା "ରାଷ୍ଚ୍ରନୀତି" କୁ "ରଜନୀତି" ଠାରୁ ଉର୍ଦ୍ଧ୍ୱରେ ରଥିଥାଏ ଏବଂ ଏହାର ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ମଧ୍ୟ ସମ୍ମାନ ଦେଇଥାଏ ।

Narendra-Modi

"ଆଜି ଯେତେବେଳେ ଦେଶରେ ଏତେଗୁଡ଼ିଏ ସକରାତ୍ମକ ପରିବର୍ତ୍ତନ ଘଟୁଛି, ସେତେବେଳେ ସମସ୍ତ ଭାରତୀୟ ଗର୍ବିତ । ଆମେ ଗର୍ବିତ ଯେ ଆମେ ଆମ ଦେଶର ମହାନ ବ୍ୟକ୍ତିଙ୍କ ସ୍ୱପ୍ନକୁ ପୂରଣ କରୁଛୁ । ଆମର ଆଦର୍ଶ ଦେଶପ୍ରେମ ଦ୍ୱାରା ଅନୁପ୍ରାଣିତ ଏବଂ ଜାତୀୟ ସ୍ୱାର୍ଥ ପାଇଁ ନିହିତ । ଆମେ ରାଜନୀତି ଠାରୁ ରାଷ୍ଟ୍ରନୀତିକୁ ସର୍ବଦା ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରୁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।

ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ ବର୍ତ୍ତମାନର ସରକାର ପୂର୍ବତନ ରାଷ୍ଟ୍ରପତି ତଥା କଂଗ୍ରେସର ବରିଷ୍ଠ ନେତା ପ୍ରଣବ ମୁଖାର୍ଜୀଙ୍କୁ ଭାରତ ରତ୍ନରେ ସମ୍ମାନିତ କରିଛନ୍ତି ଏବଂ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ ଏବଂ ନାଗାଲାଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ ସି ଜମିରଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଛି ।

ଏହି ଅବସରରେ ସେ କହିଛନ୍ତି, ମୁଁ ସଂସଦରେ କହିଛନ୍ତି ଯେ ଏକ ସରକାର ସଂଖ୍ୟାଗରିଷ୍ଠତା ସହ ନିର୍ବାଚିତ ହୋଇପାରେ କିନ୍ତୁ ଦେଶ ସହମତିରେ ସହ ଚାଲିଥାଏ ।

ସେ କହିଛନ୍ତି, "ଆମେ ରାଜନୀତିରେ ସହମତିକୁ ଗୁରୁତ୍ୱ ଦେଉ । ଆମେ କେବଳ ସରକାର ଚଳାଇବାକୁ ଆସି ନାହୁଁ, ଦେଶକୁ ଆଗକୁ ନେବାକୁ ଆସିଛୁ । ନିର୍ବାଚନରେ ​​ପରସ୍ପର ସହ ପ୍ରତିଦ୍ୱନ୍ଦିତା କରୁ ଏହାର ଅର୍ଥ ନୁହେଁ ଯେ ଆମେ ପରସ୍ପରକୁ ସମ୍ମାନ କରୁନାହୁଁ ।

ସୁଭାଷ ଚନ୍ଦ୍ର ବୋଷ, ବି ଆର ଆମ୍ବେଦକର ଏବଂ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଭଳି ମହାନ ବ୍ୟକ୍ତିତ୍ୱ ପ୍ରତି ତାଙ୍କ ସରକାର ଦେଇଥିବା ଶ୍ରଦ୍ଧାଞ୍ଜଳି ଦେଇଛନ୍ତି,ତାହା ଅନ୍ୟ କେହି ଏପରି କରିନଥିବେ ବୋଲି ମୋଦୀ କହିଛନ୍ତି ବୋଲି ଖବର ସରବରାହ ସଂସ୍ଥା ପିଟିଆଇ ରିପୋର୍ଟ କରିଛି ।

'ଆତ୍ମନିର୍ଭ ଭାରତ' ପଛରେ ଉପାଧ୍ୟାୟଙ୍କ ଚିନ୍ତାଧାରା : ପ୍ରଧାନମନ୍ତ୍ରୀ

ଦୀନ ଦୟାଲ ଉପାଧ୍ୟାୟ ଜଣେ ଦଳୀୟ ବିଚାରକ ବ୍ୟକ୍ତି ଥିଲେ, ଯିଏ ଏହାର ପୂର୍ବଜ ଜନ ସଂଘ ସ୍ଥାପନା କରିଥିଲେ ବୋଲି କହିଛନ୍ତି ମୋଦୀ । ଉପାଧ୍ୟୟଙ୍କ ଆଦର୍ଶ "ଆନ୍ତ୍ୟୋଦୟ" (ସବୁଠାରୁ ନିମ୍ନସ୍ତରର ଲୋକଙ୍କୁ ସଶକ୍ତ କରିବା) ଏବଂ ଏକକ ମାନବବାଦ ସରକାରଙ୍କ କଲ୍ୟାଣ କାର୍ଯ୍ୟ ଏବଂ ଅର୍ଥନୀତିକୁ ବୃଦ୍ଧି କରିବା ପାଇଁ "ଆତ୍ମନିର୍ଭର ଭାରତ" କାର୍ଯ୍ୟକ୍ରମ ପଛର ପ୍ରେରଣା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । କୌଣସି ଚାପ ଦ୍ୱାରା ପ୍ରଭାବିତ ନହୋଇ ଏହାର ବାହ୍ୟ ନୀତିରେ "ରାଷ୍ଟ୍ର ପ୍ରଥମେ" ନୀତି ଅନୁସରଣ କରିଛି ।

"1965 ମସିହାରେ ଭାରତ-ପାକ୍ ଯୁଦ୍ଧ ସମୟରେ ଭାରତ ଅସ୍ତ୍ରଶସ୍ତ୍ର ପାଇଁ ବିଦେଶୀ ଦେଶ ଉପରେ ନିର୍ଭର କରିବାକୁ ପଡୁଥିଲା । ଦାନ ଦୟାଲ ଜୀ ସେତେବେଳେ କହିଥିଲେ ଯେ, ଆମକୁ ଏପରି ଭାରତ ଗଠନ କରିବା ଆବଶ୍ୟକ ଯାହା କେବଳ କୃଷି ନୁହେଁ, ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଆତ୍ମନିର୍ଭରଶୀଳ ହୋଇପାରିବ । ଆଜି ଭାରତର ପ୍ରତିରକ୍ଷା କରିଡର ତିଆରି ହୋଇଛି, ଯାହାକି ଭାରତରେ ନିର୍ମିତ ଅସ୍ତ୍ରଶସ୍ତ୍ର ଏବଂ ତେଜସ୍ ଭଳି ଯୁଦ୍ଧ ବିମାନର ସାକ୍ଷୀ ରହିଛି ବୋଲି ମୋଦୀ କହିଥିବା ନେଇ ଖବର ସରବାରହ ସଂସ୍ଥା ଏଏନ୍ଆଇ ଉଲ୍ଲେଖ କରିଛି ।

ମୋଦୀ ଦଳର ସାଂସଦ ତଥା ଅନ୍ୟ ନେତାମାନଙ୍କୁ ମଧ୍ୟ ସେମାନଙ୍କର ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ଦ୍ରବ୍ୟର ତାଲିକା ପ୍ରସ୍ତୁତ କରି ବିଦେଶୀ ସାମଗ୍ରୀକୁ ବର୍ଜନ କରିବା ସହ ଭାରତୀୟ ବିକଳ୍ପ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+