ନାମିବ୍ୟାରୁ ଆସିଥିବା ଚିତାର ହେଲା ନାମକରଣ, ମହିଳା ଚିତାର ନାଁ ‘ଆଶା' ରଖିଲେ ପ୍ରଧାନମନ୍ତ୍ରୀ ମୋଦୀ
ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଶନିବାର ସ୍ୱାଗତ କରାଯାଇଥିବା ଆଠଟି ଚିତାଙ୍କ ନାମକରଣ କରାଯାଇଛି । ସେଥି ମଧ୍ୟରୁ ଗୋଟିଏ ମହିଳା ଚିତାର ନାମ ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଧାନମନ୍ତ୍ରୀ ଏହି ଚିତାର ନାମ 'ଆଶା' ରଖିଛନ୍ତି ।
ନୂଆଦିଲ୍ଲୀ : ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଶନିବାର ସ୍ୱାଗତ କରାଯାଇଥିବା ଆଠଟି ଚିତାଙ୍କ ନାମକରଣ କରାଯାଇଛି । ସେଥି ମଧ୍ୟରୁ ଗୋଟିଏ ମହିଳା ଚିତାର ନାମ ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଧାନମନ୍ତ୍ରୀ ଏହି ଚିତାର ନାମ 'ଆଶା' ରଖିଛନ୍ତି ।

ପ୍ରଧାନମନ୍ତ୍ରୀ ଆଶା ରଖିଥିବା ଚିତାର ବୟସ 4 ବର୍ଷ । ସେହିପରି 2.5 ବର୍ଷ ବୟସ୍କା ଚିତାର ନାମ ରହିଛି ଟିବିଲିସି । ଆଠ ଜଣଙ୍କ ମଧ୍ୟରେ ସବୁଠାରୁ ବୟସ୍କ ପାଞ୍ଚ ବର୍ଷିୟ ଚିତାର ନାଁ ସାଶା ରହିଥିବା ବେଳେ ତାର ଘନିଷ୍ଠ ଚିତାର ନାଁ ରଖାଯାଇଛି ସାଭାନା । ଅନ୍ୟ ଚିତାମାନଙ୍କର ନାଁ ରହିଛି ଓବାନ୍, ଏଲଟନ୍, ଫ୍ରିଡି, ସିବିଲି ଏବଂ ସାଇସା ।
ଆପଣଙ୍କୁ କହି ରଖୁଛୁ 'ଆଶା' ବ୍ୟତୀତ ଅନ୍ୟ କୌଣସି ଚିତାର ପୁନଃ ନାମକରଣ କରାଯାଇ ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ଆଫ୍ରିକୀୟ ଦେଶରୁ ଆଣିଥିବା ଏହି ଚିତାକୁ 1952 ମସିହାରେ ଭାରତରେ ବିଲୁପ୍ତ ହୋଇଯାଇଥିବା ପଶୁଙ୍କ ଜନସଂଖ୍ୟାକୁ ପୁନର୍ଜୀବିତ କରିବା ପାଇଁ ଏକ ପ୍ରକଳ୍ପର ଅଂଶ ଭାବରେ ଶୋପୁର ଜିଲ୍ଲାର ଏଲକ୍ଲୋଜରରେ ମୁକ୍ତ କରିଥିଲେ ।












Click it and Unblock the Notifications