ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ଦ୍ଦେଶ, ଆସନ୍ତା ଦେଢ ବର୍ଷରେ ମିଶନ ମୋଡରେ ହେଉ 10 ଲକ୍ଷ ନିଯୁକ୍ତି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ବିଭାଗ ଏବଂ ମନ୍ତ୍ରଣାଳୟରେ ମାନବ ସମ୍ବଳ ସ୍ଥିତିର ସମୀକ୍ଷା କରିଛନ୍ତି । ଆସନ୍ତା 1.5 ବର୍ଷରେ ମିଶନ ମୋଡରେ 10 ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ପିଏମ ମୋଦୀ ସମସ୍ତ ବିଭାଗ ଏବଂ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି ।
ନୂଆଦିଲ୍ଲୀ : ଆସନ୍ତା ଦେଢ ବର୍ଷ ମଧ୍ୟରେ ଦେଶରେ ଲୋକଙ୍କୁ ରୋଜଗାର ମିଳିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ବିଭାଗ ଏବଂ ମନ୍ତ୍ରଣାଳୟରେ ମାନବ ସମ୍ବଳ ସ୍ଥିତିର ସମୀକ୍ଷା କରିଛନ୍ତି । ଆସନ୍ତା 1.5 ବର୍ଷରେ ମିଶନ ମୋଡରେ 10 ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ପିଏମ ମୋଦୀ ସମସ୍ତ ବିଭାଗ ଏବଂ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ପରିସ୍ଥିତିରେ ପିଏମ ମୋଦୀଙ୍କ ଏହି ନିର୍ଦ୍ଦେଶ ପରେ ଖୁବ୍ ଶୀଘ୍ର ବିଭିନ୍ନ ବିଭାଗରେ ବହୁ ସଂଖ୍ୟକ ନିଯୁକ୍ତି କରାଯିବ ବୋଲି ବିଶ୍ୱାସ କରାଯାଉଛି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏକ ଟ୍ୱିଟ୍ ମାଧ୍ୟମରେ ଏହି ବିଷୟରେ ସୂଚନା ଦିଆଯାଇଛି । ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗରେ ମାନବ ସମ୍ବଳର ସାମ୍ପ୍ରତିକ ପରିସ୍ଥିତିକୁ ପ୍ରଧାନମନ୍ତ୍ରୀ ମୋଦୀ ସମୀକ୍ଷା କରିଥିବା ନେଇ ଟ୍ୱିଟ୍ କରାଯାଇଛି । ଆପଣଙ୍କୁ କହି ରଖୁଛୁ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ବରିଷ୍ଠ ସରକାରୀ କର୍ମଚାରୀଙ୍କୁ ଭେଟିଥିଲେ । ଏହି ଅଧିକାରୀମାନଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ନିର୍ଦ୍ଦେଶ ଦେଇଛନ୍ତି ଯେ ଖାଲିଥିବା ନିଯୁକ୍ତି ଶୀଘ୍ର ପୂରଣ କରାଯାଉ । ବିଭିନ୍ନ ସରକାରୀ ବିଭାଗରେ ନିଯୁକ୍ତି ସମାପ୍ତ ହେବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।
ଯଦି ଆମେ ସରକାରୀ ଆକଳନକୁ ଦେଖିବା, ମାର୍ଚ୍ଚ 1, 2020 ସୁଦ୍ଧା କେନ୍ଦ୍ର ସରକାରଙ୍କ ବିଭାଗରେ 87 ଲକ୍ଷ ପଦବୀ ଖାଲି ଅଛି । ରାଜ୍ୟସଭାରେ ଦିଆଯାଇଥିବା ଉତ୍ତର ଅନୁଯାୟୀ 87 ଲକ୍ଷ ପଦବୀ ଖାଲି ପଡିଛି । ଏଥିସହିତ କଂଗ୍ରେସ ନେତା ରଣଦୀପ ସୁରଜେୱାଲା କହିଛନ୍ତି ଯେ ଏହି ସମୟରେ 30 ଲକ୍ଷ ସରକାରୀ ପଦବୀ ଖାଲି ପଡିଛି, ଏହି ପଦବୀଗୁଡ଼ିକ କେବେ ନିଯୁକ୍ତି ପାଇବ ତାହା ମୋଦୀ ସରକାର କହିବା ଉଚିତ୍ । ଏଥିସହ ଯେତେବେଳେ ମୋଦୀ ସରକାର ପ୍ରତିବର୍ଷ 2 କୋଟି ଚାକିରୀ ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେଇଥିଲେ । ଗତ 8 ବର୍ଷରେ 16 କୋଟି ଚାକିରିର କ'ଣ ହେଲା ବୋଲି କଂଗ୍ରେସ ପ୍ରଶ୍ନ କରିଛି ।












Click it and Unblock the Notifications