ବସ୍ତି ପୁନଃସ୍ଥାପନ ଯୋଜନା ଅଧୀନରେ 3024 EWS ହିତାଧିକାରୀଙ୍କୁ ଫ୍ଲାଟ ଚାବି ହସ୍ତାନ୍ତର କଲେ ମୋଦୀ
ଏମସିଡି ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ନୂଆଦିଲ୍ଲୀର କାଲକାଜୀରେ 3,024 ନୂତନ ନିର୍ମାଣ ହୋଇଥିବା ଫ୍ଲାଟ ଉଦଘାଟନ କରିବା ସହ ଭୁମିହୀନ କ୍ୟାମ୍ପରେ ଯୋଗ୍ୟ ହିତାଧିକାରୀଙ୍କୁ ଚାବି ହସ୍ତାନ୍ତର କରିଛନ୍ତି ।
ନୂଆଦିଲ୍ଲୀ : ଏମସିଡି ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ନୂଆଦିଲ୍ଲୀର କାଲକାଜୀରେ 3,024 ନୂତନ ନିର୍ମାଣ ହୋଇଥିବା ଫ୍ଲାଟ ଉଦଘାଟନ କରିବା ସହ ଭୁମିହୀନ କ୍ୟାମ୍ପରେ ଯୋଗ୍ୟ ହିତାଧିକାରୀଙ୍କୁ ଚାବି ହସ୍ତାନ୍ତର କରିଛନ୍ତି ।
"ଆଜି ହଜାର ହଜାର ବସ୍ତି ବାସିନ୍ଦାଙ୍କ ପାଇଁ ଏକ ବଡ ଦିନ, ଜୀବନର ଏକ ନୂତନ ଆରମ୍ଭ । ମୁଁ ଯୋଗ୍ୟ ହିତାଧିକାରୀଙ୍କୁ ଚାବି ହସ୍ତାନ୍ତର କଲାବେଳେ ମୁଁ ସେମାନଙ୍କର ଖୁସି ଏବଂ ଆନନ୍ଦଦାୟକ ଚେହେରା ଦେଖିଲି । କାଲକାଜୀର ପ୍ରଥମ ପର୍ଯ୍ୟାୟରେ 3000 ରୁ ଅଧିକ ଘର ନିର୍ମାଣ କରାଯାଇଛି" ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।

ପ୍ରାୟ 345 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଫ୍ଲାଟଗୁଡିକରେ ସମସ୍ତ ସୁବିଧା ରହିଛି । ଏଥିଲେ ଭିଟ୍ରିଫାଇଡ୍ ଫ୍ଲୋର୍ ଟାଇଲ୍, ସେରାମିକ୍ସ ଟାଇଲ୍, ରୋଷେଇ ଘରେ ଉଦୟପୁର ସବୁଜ ମାର୍ବଲ କାଉଣ୍ଟର ଇତ୍ୟାଦି ସହିତ ଲାଗିଛି ।
କମ୍ୟୁନିଟି ପାର୍କ, ଇଲେକ୍ଟ୍ରିକ୍ ସବ୍-ଷ୍ଟେସନ୍, ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ, ଡୁଆଲ୍ ୱାଟର ପାଇପଲାଇନ, ଲିଫ୍ଟ, ସ୍ୱଚ୍ଛ ଜଳ ଯୋଗାଣ ପାଇଁ ଭୂତଳ ଜଳଭଣ୍ଡାର ଭଳି ସାଧାରଣ ସୁବିଧା ମଧ୍ୟ ଯୋଗାଇ ଦିଆଯାଇଛି ।
ସମସ୍ତଙ୍କୁ ଗୃହ ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିଭଙ୍ଗୀ ଅନୁଯାୟୀ, ଦିଲ୍ଲୀ ବିକାଶ ପ୍ରାଧିକରଣ (ଡିଡିଏ) ଦ୍ୱାରା 376 ବସ୍ତି କ୍ଲଷ୍ଟରରେ ଇନ୍-ସିଟ୍ ବସ୍ତି ପୁନଃ ଥଇଥାନ କାର୍ଯ୍ୟ ଚାଲିଛି ।
ପୁନଃ ଥଇଥାନ ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି ବସ୍ତି ବାସିନ୍ଦାଙ୍କୁ ଉପଯୁକ୍ତ ସୁବିଧା ସହିତ ଏକ ଉନ୍ନତ ତଥା ସୁସ୍ଥ ଜୀବନଯାପନ ପରିବେଶ ଯୋଗାଇବା ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।
କାଲକାଜୀ ଏକ୍ସଟେନ୍ସନ୍, ଜେଲରୱାଲା ବାଗ ଏବଂ କଠପୁତଲି କଲୋନୀରେ ଡିଡିଏ ଏହିପରି ତିନୋଟି ପ୍ରକଳ୍ପ କରିଛି । ପ୍ରଥମ ପର୍ଯ୍ୟାୟ ଅଧୀନରେ, ନିକଟସ୍ଥ ଖାଲି ବାଣିଜ୍ୟିକ କେନ୍ଦ୍ର ସାଇଟରେ 3024 EWS ଫ୍ଲାଟ ନିର୍ମାଣ କରାଯାଇଛି ।












Click it and Unblock the Notifications