Chandrayaan 3: ଇସ୍ରୋରେ ପହଞ୍ଚି ବୈଜ୍ଞାନିକଙ୍କୁ ମୋଦୀଙ୍କ ଶୁଭେଚ୍ଛା, ଲ୍ୟାଣ୍ଡିଂ ପଏଣ୍ଟର ନାଁ ରଖିଲେ ‘ଶିବଶକ୍ତି'
Chandrayaan 3: ଚନ୍ଦ୍ରରେ ସଫଳତାର ସହ ଚନ୍ଦ୍ରାୟନ -3 ଅବତରଣ କରିବା ପରେ ଆଜି ପ୍ରଧାନମନ୍ତ୍ରୀ ମୋଦୀ ଇସ୍ରୋ ବୈଜ୍ଞାନିକଙ୍କୁ ଭେଟିଛନ୍ତି । ବିଦେଶ ଗସ୍ତରୁ ଫେରି ମୋଦୀ ବେଙ୍ଗାଲୁରୁ ସ୍ଥିତ ଇସ୍ରୋ ମୁଖ୍ୟାଳୟରେ ଇସ୍ରୋ ବୈଜ୍ଞାନିକଙ୍କୁ ଭେଟିଛନ୍ତି । ଚନ୍ଦ୍ରୟାନ-3 ର ସଫଳତା ପାଇଁ ଦେଶର ମହାନ୍ ବୈଜ୍ଞାନିକଙ୍କୁ ପ୍ରଶଂସା କରିଛନ୍ତି । ଇସ୍ରୋ ମୁଖ୍ୟ ଏସ୍. ସୋମନାଥଙ୍କୁ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

ବୈଜ୍ଞାନିକଙ୍କୁ ଭେଟି ପ୍ରଧାନମନ୍ତ୍ରୀ ଭାବବିହ୍ୱଳ ହୋଇଯାଇଥିଲେ । ଏହି ସମୟରେ ସମ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆପଣଙ୍କ ଗହଣରେ ଆସି ଏକ ଭିନ୍ନ ଖୁସି ଅନୁଭବ କରୁଛି । ଚନ୍ଦ୍ରଯାନ-3 ଅବତରଣ ସମୟରେ ମୁଁ ବିଦେଶରେ ଥିଲେ ବି ମୋ ମନ ଆପଣଙ୍କ ପାଖରେ ଥିଲା । ସବୁ ବୈଜ୍ଞାନିକମାନଙ୍କୁ ମୋର ସଲାମ୍ । ଚନ୍ଦ୍ର ଅଭିଯାନ କୌଣସି ସାଧାରଣ ସଫଳତା ନୁହେଁ । ଯେଉଁଠି କେହି ପହଞ୍ଚି ନଥିଲେ, ଆମେ ସେଠି ପହଞ୍ଚିଲୁ । ଏହାହିଁ ହେଉଛି ଆଜିର ଭାରତ, ନିର୍ଭୀକ ଭାରତ, ଲଢୁଆ ଭାରତ । ମୁଁ ଆପଣଙ୍କର ଯେତେ ଗୁଣଗାନ କଲେ, ତାହା କମ୍ ହେବ ।'
ଏହା ସହିତ ଚନ୍ଦ୍ରପୃଷ୍ଠରେ ଯେଉଁଠି ଚନ୍ଦ୍ରଯାନ 3 ଅବତରଣ କରିଛି ସେହି ସ୍ଥାନର ନାଁ ରଖିଛନ୍ତି ପ୍ରଧାନମନ୍ତ୍ରୀ । ଲ୍ୟାଣ୍ଡିଂ ପଏଣ୍ଟର ନାଁ ରହିଛି 'ଶିବଶକ୍ତି' । ସେହିପରି ଚନ୍ଦ୍ରଯାନ 2 ଅବତରଣ କରିଥିବା ସ୍ଥାନକୁ 'ତ୍ରିରଙ୍ଗା' ବୋଲି ନାମକରଣ କରିଛନ୍ତି ମୋଦୀ ।
ଏହି ସମୟରେ ପ୍ରତି ବର୍ଷ ଅଗଷ୍ଟ 23 ତାରିଖକୁ ଜାତୀୟ ମହାକାଶ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ।
ଗତ ବୁଧବାର ଦିନ ଚନ୍ଦ୍ରଯାନ 3 ସଫ୍ଟଲ୍ୟାଣ୍ଡିଂ ବେଳେ ଦକ୍ଷିଣଆଫ୍ରିକା ଜୋହାନ୍ସବର୍ଗରୁ ଭର୍ଚୁଆଲ୍ ମୋଡ୍ରେ ମିଶନ ଅପରେସନ କଂପ୍ଲେକ୍ସ ସହ ଯୋଡ଼ି ହୋଇଥିଲେ । ଏଥିସହ ଫୋନ ଯୋଗେ ଇସ୍ରୋ ମୁଖ୍ୟଙ୍କୁ ଶୁଭେଚ୍ଛା ଜଣାଇଥିଲେ ପ୍ରଧାନମନ୍ତ୍ରୀ ।
'ଟେଲିମେଟ୍ରି ଟ୍ରାକିଙ୍ଗ୍ ଆଣ୍ଡ୍ କମାଣ୍ଡ ନେଟ୍ୱାର୍କ ମିସନ୍ କଣ୍ଟ୍ରୋଲ୍ କମ୍ପ୍ଲେକ୍ସ୍'ରେ 'ଇସ୍ରୋ' ମୁଖ୍ୟ ଏସ୍. ସୋମନାଥନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ 'ରୋଭର୍ ପ୍ରଜ୍ଞାନ' ଓ 'ଲାଣ୍ଡର୍ ବିକ୍ରମ' ବିଷୟରେ ସଂକ୍ଷିପ୍ତ ସୂଚନା ଦେଇଛନ୍ତି। ଏଥିସହିତ ସେ 'ବିକ୍ରମ'ର ଏକ ପ୍ରତିରୂପ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଦେଖାଇଛନ୍ତି ।












Click it and Unblock the Notifications