ନୀତି ଆୟୋଗ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ : ବଜେଟ ଦର୍ଶାଉଛି କ'ଣ ରହିଛି 'ମୁଡ୍ ଅଫ୍ ନେସନ୍'
କେବଳ ଭାରତ ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱ ପାଇଁ ଉତ୍ପାଦ ସୃଷ୍ଟି କରିବା ସହ ଉତ୍ପାଦ ସୃଷ୍ଟି କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ କରିବା ଏହି ଆତ୍ମନିର୍ଭର ଭାରତ ଅଭିଯାନର ଲକ୍ଷ୍ୟ ।
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀରେ ଭିଡିଓ କନଫରେନ୍ସିଂ ଜରିଆରେ ନୀତି ଆୟୋଗର ପରିଚାଳନା ପରିଷଦର ଷଷ୍ଠ ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ବୈଠକ ଆରମ୍ଭରେ ପ୍ରଧାନମନ୍ତ୍ରୀ ମୋଦୀ କରୋନା ଭାଇରସ ଉପରେ ଚର୍ଚ୍ଚା କରି କହିଛନ୍ତି, ଆମେ କରୋନା ଅବଧିରେ ଦେଖିଛୁ ଦେଶର ରାଜ୍ୟ ତଥା କେନ୍ଦ୍ର ସରକାର କିପରି ଦେଶ ପାଇଁ କାର୍ଯ୍ୟ କରିଥିଲେ, ଯେଉଁଥିରେ ଦେଶ ସଫଳ ହୋଇଥିଲା । ବିଶ୍ୱରେ ଭାରତର ଏକ ଭଲ ପ୍ରତିଛବି ସୃଷ୍ଟି ହୋଇଛି । ଏଥସହିତ ପ୍ରଧାନମନ୍ତ୍ରୀ 2021 ବଜେଟ ବିଷୟରେ ଆଲୋଚନା କରି କହିଛନ୍ତି, ଚଳିତ ବର୍ଷର ବଜେଟରେ ଯେଉଁ ପ୍ରକାରର ସକରାତ୍ମକ ପ୍ରତିକ୍ରିୟା ଆସିଛି, 'ଦେଶର ମନୋଭା କ'ଣ ରହିଛି ତାହା ଦର୍ଶାଉଛି । ଦେଶ ଆଉ ସମୟ ନଷ୍ଟ ନକରି ବର୍ତ୍ତମାନ ଦ୍ରୁତ ଗତିରେ ଆଗକୁ ବଢିବାକୁ ଚାହୁଁଛି ବୋଲି ସେ ପ୍ରକାଶ କରିଛନ୍ତି । ଦେଶର ମନୋଭାବ ଦର୍ଶାଇବାରେ ଯୁବଗୋଷ୍ଠୀଙ୍କ ଚିନ୍ତାଧାରା ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ନୀତି ଆୟୋଗ ବୈଠକରେ କ'ଣ କହିଛନ୍ତି ମୋଦୀ ?
ଦେଶର ଏହି ବିକାଶ ଯାତ୍ରାରେ ଦେଶର ବେସରକାରୀ କ୍ଷେତ୍ର କିପରି ଅଧିକ ଉତ୍ସାହର ସହିତ ଆଗକୁ ଆସୁଛି ତାହା ମଧ୍ୟ ଆମେ ଦେଖୁଛୁ । ଦେଶର ସରକାର ହିସାବରେ ଆମକୁ ଏହି ବେସରକାରୀ କ୍ଷେତ୍ରର ଉତ୍ସାହ, ଶକ୍ତିକୁ ମଧ୍ୟ ସମ୍ମାନ କରିବାକୁ ପଡିବ ଏବଂ ଆତ୍ମନିର୍ଭରଶୀଳ ଭାରତ ଅଭିଯାନରେ ଏହାକୁ ଅଧିକ ସୁଯୋଗ ଦେବାକୁ ପଡିବ ।
କେବଳ ଭାରତ ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱ ପାଇଁ ଉତ୍ପାଦ ସୃଷ୍ଟି କରିବା ସହ ଉତ୍ପାଦ ସୃଷ୍ଟି କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ କରିବା ଏହି ଆତ୍ମନିର୍ଭର ଭାରତ ଅଭିଯାନର ଲକ୍ଷ୍ୟ ।
ସେ ଆହୁରି ମଧ୍ୟ କହିଛନ୍ତି, କେନ୍ଦ୍ର ସରକାର ବିଭିନ୍ନ କ୍ଷେତ୍ର ପାଇଁ PLI ଯୋଜନା ପ୍ରଣୟନ କରିଛନ୍ତି । ଦେଶରେ ଉତ୍ପାଦନ ବୃଦ୍ଧି ପାଇଁ ଏହା ଏକ ଉତ୍କୃଷ୍ଟ ସୁଯୋଗ । ରାଜ୍ୟଗୁଡିକ ମଧ୍ୟ ଏହି ଯୋଜନାର ସମ୍ପୂର୍ଣ୍ଣ ଲାଭ ଉଠାଇବା ଏବଂ ଅଧିକରୁ ଅଧିକ ବିନିଯୋଗକୁ ଆକର୍ଷିତ କରିବା ଉଚିତ୍ ।
ପ୍ରଧାନମନ୍ତ୍ରୀ ମୋଦୀ ଏହି ବୈଠକରେ କହିଛନ୍ତି, ବର୍ଷ ବର୍ଷ ଧରି କୃଷିଠାରୁ ପଶୁପାଳନ ଏବଂ ମତ୍ସ୍ୟଚାଷ ପର୍ଯ୍ୟନ୍ତ ଏକ ବିସ୍ତୃତ ଉପାୟ ଅବଲମ୍ବନ କରାଯାଇଛି । ଫଳସ୍ୱରୂପ, କରୋନା ସମୟରେ ମଧ୍ୟ ଦେଶର କୃଷି ରପ୍ତାନି ଯଥେଷ୍ଟ ବୃଦ୍ଧି ପାଇଛି । 2014 ପରଠାରୁ ଗ୍ରାମ ଏବଂ ସହରରେ 2 କୋଟି 40ଲକ୍ଷରୁ ଅଧିକ ଘର ନିର୍ମାଣ କରାଯାଇଛି । ଦେଶର 6ଟି ରାଜ୍ୟରେ ଆଧୁନିକ ଜ୍ଞାନକୌଶଳରେ ଘର ନିର୍ମାଣ ପାଇଁ ଏକ ଅଭିଯାନ ଚାଲିଛି । ଏକ ମାସ ମଧ୍ୟରେ, ନୂତନ ଟେକ୍ନୋଲୋଜି ଦ୍ୱାରା ଭଲ ଘର ନିର୍ମାଣର ନୂତନ ମଡେଲ ସୃଷ୍ଟି କରିବ ବୋଲି ସେ କହିଛନ୍ତି ।
କୃଷି ସମ୍ପର୍କରେ ସେ କହିଛନ୍ତି, କୃଷି ସମ୍ବନ୍ଧୀୟ ବାସ୍ତବତାକୁ ଆମକୁ ଗ୍ରହଣ କରିବାକୁ ପଡ଼ିବ । କୃଷିକୈନ୍ଦ୍ରିକ ଦେଶ ହେବା ସତ୍ତ୍ୱେ ଆମେ ଅନେକ ଖାଦ୍ୟ ସାମଗ୍ରୀ ଆମଦାନି କରୁଛନ୍ତି । ଏହା ଉପରେ କଟକଣା ଲାଗୁ କରିବା ସହ ସେ ସବୁ ଉତ୍ପାଦନ କରିବା ଲାଗି କୃଷକମାନଙ୍କୁ ଉତ୍ସାହ ଦେବା ଉଚିତ । ଏଥିରୁ ଆୟ ଅର୍ଥ ସେମାନଙ୍କର ହକ୍ । ଉନ୍ନତ ଭିତ୍ତିଭୂମି ଲାଗି କୃଷିକ୍ଷେତ୍ରରେ ସଂସ୍କାର ଆବଶ୍ୟକ ବୋଲି ମୋଦୀ କହିଛନ୍ତି ।
ଆଜିର ଏହି ବୈଠକରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ଯୋଗ ଦେଇଥିଲେ ।
ବୈଠକରେ ଯୋଗ ଦେଲେନି ଅମରିନ୍ଦର ସିଂ ଓ ମମତା ବାନାର୍ଜୀ
ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏବଂ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନୀତି ଆୟୋଗ ବୈଠକରେ ଯୋଗ ଦେଇନାହାଁନ୍ତି । ଖବର ସରବରାହ ସଂସ୍ଥା ପିଟିଆଇ ଅନୁଯାୟୀ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଅସୁସ୍ଥ ଅଛନ୍ତି । ତାଙ୍କ ସ୍ଥାନରେ ରାଜ୍ୟ ଅର୍ଥମନ୍ତ୍ରୀ ମନପ୍ରୀତ ସିଂ ବାଦଲ ଯୋଗ ଦେଇଥିଲେ ।
ଏଥି ସହ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏହି ବୈଠକରେ ଯୋଦ ଦେଇ ନାହାଁନ୍ତି । ତୃଣମୂଳ କଂଗ୍ରେସର ଜଣେ ବରିଷ୍ଠ ନେତା କହିଥିଲେ, ମମତା ବାନାର୍ଜୀ ଫେବୃଆରୀ 20 ରେ ଅନୁଷ୍ଠିତ ହେବାକୁ ଥିବା ନୀତି ଆୟୋଗ ବୈଠକରେ ଯୋଗଦେବେ ନାହିଁ । ସୂଚନାଯୋଗ୍ୟ, ଏହା ପୂର୍ବରୁ ମଧ୍ୟ ମମତା ବାନାର୍ଜୀ ନୀତି ଆୟୋଗର ବୈଠକରେ ଯୋଗ ଦେଇ ନଥିଲେ । ମମତା ବାନାର୍ଜୀ କହିଛନ୍ତି ଯେ ନୀତି ଆୟୋଗର କୌଣସି ଆର୍ଥିକ କ୍ଷମତା ନାହିଁ ଏବଂ ରାଜ୍ୟ ଯୋଜନାରେ କୌଣସି ସାହାଯ୍ୟ ଯୋଗାଇ ପାରିବେ ନାହିଁ ।
-
ଭାରତରେ ବଢ଼ିଲା ପେଟ୍ରୋଲ ଦାମ୍, ଆଜିଠାରୁ ପ୍ରତି ଲିଟର ପିଛା... -
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି; ସୁବାସିନୀ ଜେନା -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଏମ୍ଏସ୍ ଧୋନିଙ୍କ ନାଁରେ ଥିବା କ୍ରିକେଟ ଷ୍ଟାଡିୟମ ସିଲ୍












Click it and Unblock the Notifications