Get Updates
Get notified of breaking news, exclusive insights, and must-see stories!

ଆୟୁର୍ବେଦ ହେଉଛି ଭାରତର ଐତିହ୍ୟ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଶୁକ୍ରବାର ଭିଡ଼ିଓ କନ୍‍ଫରେନ୍ସିଂ ଜରିଆରେ ଗୁଜରାଟର ଗୁଜରାଟର ଜାମନଗରଠାରେ ଆୟୁର୍ବେଦ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ଆଇଟିଆର୍‍ଏ) ଏବଂ ଜୟପୁରଠାରେ ଜାତୀୟ ଆୟୁର୍ବେଦ ପ୍ରତିଷ୍ଠାନ(ଏନ୍‍ଆଇଏ)ର ଉଦ୍‍ଘାଟନ କରିଛନ୍ତି |

ନୂଆଦିଲ୍ଲୀ : ଆୟୁର୍ବେଦ ଭାରତର ଐତିହ୍ୟ | ଅହି ଆୟୁର୍ବେଦ ଦ୍ୱାରା ସମଗ୍ର ମାନବିକତାର କଲ୍ୟାଣ ହେଉଛି | ଏକବିଂଶ ଶତାବ୍ଦୀରେ ଭାରତ ଆଉ ଖଣ୍ଡ ବିଖଣ୍ଡିତ ନୁହେଁ ବରଂ ଏକ ସାମଗ୍ରିକ ଢଙ୍ଗରେ ଚିନ୍ତା କରୁଛି ବୋଲି ପଞ୍ଚମ ଆୟୁର୍ବେଦ ଦିବସ ଅବସରରେ କହିଛନ୍ତି | ଶୁକ୍ରବାର ଭିଡ଼ିଓ କନ୍‍ଫରେନ୍ସିଂ ଜରିଆରେ ଗୁଜରାଟର ଜାମନଗରଠାରେ ଆୟୁର୍ବେଦ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ଆଇଟିଆର୍‍ଏ) ଏବଂ ଜୟପୁରଠାରେ ଜାତୀୟ ଆୟୁର୍ବେଦ ପ୍ରତିଷ୍ଠାନ(ଏନ୍‍ଆଇଏ)ର ଉଦ୍‍ଘାଟନ କରିଛନ୍ତି | ଏହି ଅବସରରେ ସେ କହିଛନ୍ତି, ଏହି ଦୁଇଟି ପ୍ରତିଷ୍ଠାନ ଏକବିଂଶ ଶତାବ୍ଦୀରେ ଆୟୁର୍ବେଦ କ୍ଷେତ୍ରରେ ସମଗ୍ର ବିଶ୍ୱର ନେତୃତ୍ୱ ନେବାର ସମ୍ଭାବନା ରହିଛି |

PM-Narendra Modi-Ayurveda Day

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, କରୋନା ସମୟରେ ସମଗ୍ର ବିଶ୍ୱ ଏଥିରୁ ମୁକ୍ତ ହେବାକୁ ଉପାୟ ଖୋଜୁଥିବା ବେଳେ ଭାରତ ନିକଟରେ ହଳଦୀ, କାଢା ଭଳି ରୋଗପ୍ରତିଷେଧକ ଶକ୍ତିକୁ ଉପଯୋଗ କରିପାରିଛି | କରୋନା ମହାମାରୀ ସମୟରେ ସାରା ବିଶ୍ୱରେ ଆୟୁର୍ବେଦିକ ଉତ୍ପାଦର ଚାହିଦା ବୃଦ୍ଧି ପାଇଛି | ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ସେପ୍ଟେମ୍ବର ମାସ ସୁଦ୍ଧା ଆୟୁର୍ବେଦିକ ସାମଗ୍ରୀ ରପ୍ତାନି ଦେଢ ଗୁଣା ବଢିଥିବା ସେ କହିଛନ୍ତି |

ସାରା ବିଶ୍ୱ କରୋନା ଟୀକା ପ୍ରସ୍ତୁତ କରୁଥିବା ବେଳେ ଭାରତର ଆୟୁର୍ବେଦ ପ୍ରତିଷ୍ଠାନ ମଧ୍ୟ ଏହି ଦିଗରେ କାର୍ଯ୍ୟ କରୁଛି | ଏକ ବିଂଶ ଶତାବ୍ଦୀର ଆଧୁନିକ ବିଜ୍ଞାନର ଗବେଷଣା ଭାରତର ପ୍ରାଚୀନ ଚିକିତ୍ସା ବିଜ୍ଞାନ ସହ ମିଳିତ ହେଉଛି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+