ପଶ୍ଚିମ ଏସିଆ ପରିସ୍ଥିତି ନେଇ ଏହି ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓମାନ୍ର ସୁଲ୍ତାନ ହାଇଥମ୍ ବିନ୍ ତାରିକ୍ଙ୍କ ସହ କଥାବାର୍ତ୍ତା କରିଛନ୍ତି । ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଏବଂ ଓମାନ୍ ଆଞ୍ଚଳିକ କ୍ଷେତ୍ରରେ ଉତ୍ତେଜନା ହ୍ରାସ, ଶାନ୍ତି ପ୍ରତିଷ୍ଠା ଏବଂ ସ୍ଥିରତାର ପୁନଃସ୍ଥାପନପାଇଁ ଆଲୋଚନା ଏବଂ କୂଟନୀତିକୁ ପ୍ରାଥମିକତା ଦେବା ଉପରେ ଉଭୟ ନେତା ସହମତ ପ୍ରକାଶ କରିଛନ୍ତି । ଶ୍ରୀ ମୋଦି ଓମାନ୍ର ସାର୍ବଭୌମତ୍ୱ ଏବଂ କ୍ଷେତ୍ରୀୟ ଅଖଣ୍ଡତାର ଉଲ୍ଲଙ୍ଘନ ଉପରେ ତୀବ୍ର ନିନ୍ଦା କରିଛନ୍ତି । ତେବେ ପ୍ରଧାନମନ୍ତ୍ରୀ ଭାରତୀୟ ନାଗରିକଙ୍କ ସମେତ ହଜାର ହଜାର ପ୍ରବାସୀଙ୍କ ସୁରକ୍ଷିତ ସ୍ୱଦେଶ ପ୍ରତ୍ୟାବର୍ତ୍ତନକୁ ସହଜ ଓ ସୁଗମ କରିବାରେ ଓମାନ୍ର ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଛନ୍ତି ।
ଶ୍ରୀ ମୋଦି ତାଙ୍କର ମାଲେସିଆ ପ୍ରତିପକ୍ଷ ଅନ୍ୱାର ଇବ୍ରାହିମ୍ଙ୍କ ସହିତ ମଧ୍ୟ ଆଲୋଚନା କରିଥିବାବେଳେ ଆଗାମୀ 'ହରି ରାୟା ଐଦିଲ୍ଫିତ୍ରି' ପର୍ବ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ଆଲୋଚନା ସମୟରେ ଉଭୟ ନେତା ପଶ୍ଚିମ ଏସିଆର ଉଦ୍ବେଗଜନକ ପରିସ୍ଥିତି ଉପରେ ମତ ବିନିମୟ କରିଛନ୍ତି । ଉତ୍ତେଜନା ହ୍ରାସ, ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବାପାଇଁ କାର୍ଯ୍ୟକରିବା ଦିଗରେ ଉଭୟ ନେତା ପ୍ରତିଶ୍ରୁତିବଦ୍ଧତା ପ୍ରକାଶ କରିବା ଶ୍ରୀ ମୋଦି କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍ ମାକ୍ରନ୍ଙ୍କ ସହ କଥାବାର୍ତ୍ତା କରିଛନ୍ତି । ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ସେ ପଶ୍ଚିମ ଏସିଆ ପରିସ୍ଥିତି ଉପରେ ଆଲୋଚନା କରିଥିଲେ । ତେବେ ଉତ୍ତେଜନା ହ୍ରାସର ଜରୁରୀ ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ତେବେ ଉଭୟ ନେତା ଏହି ଅଞ୍ଚଳ ଏବଂ ବାହାରେ ଶାନ୍ତି ଓ ସ୍ଥିରତାକୁ ବଜାୟ ରଖିବା ସହ ସମନ୍ୱୟ ରକ୍ଷା କରିବାକୁ ଆଶାପୋଷଣ କରିଛନ୍ତି ।
-
IPL 2026 : ଗୌହାଟୀରେ ଚେନ୍ନାଇ ବନାମ ରାଜସ୍ଥାନ, ଫୋକସରେ ବୈଭବ-ସଞ୍ଜୁ-ଜାଡେଜା, ଖେଳିବେନି ଧୋନୀ -
IPL 2026: ଟସ୍ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ବ୍ୟାଟିଂ କରିବ KKR, ସୂର୍ଯ୍ୟ ପ୍ଲେଇଙ୍ଗ XIରୁ ଆଉଟ୍ -
ଜେଏଏଲ୍ ଅଧିଗ୍ରହଣ ପ୍ରକ୍ରିୟାକୁ ନେଇ ବେଦାନ୍ତର ଆପତ୍ତି, ଅଦାନି ପ୍ରସ୍ତାବକୁ ଆଇନସମ୍ମତ ବୋଲି ମାନ୍ୟତା ଦେଲେ କୋର୍ଟ ଓ CoC -
ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଜରୁରୀ ବୈଠକ, ସବୁ ଜିଲ୍ଲାପାଳଙ୍କ ସହ କରିବେ ଆଲୋଚନା -
APSEZ ର ବଡ଼ ପଦକ୍ଷେପ: ଭାରତର ପ୍ରଥମ Port of Refuge ଆରମ୍ଭ







Click it and Unblock the Notifications