ଲକ୍ଷ୍ମୀପୁର ଖେରୀ ମାମଲା : ଆଶିଷ ମିଶ୍ରଙ୍କ ଜାମିନ ଖାରଜ ପାଇଁ ସୁପ୍ରିମକୋର୍ଟରେ ଆବେଦନ
ଲକ୍ଷ୍ମୀପୁର ଖେରୀ ଘଟଣାରେ ଗୃହମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ମିଶ୍ରଙ୍କ ଜାମିନ ବାତିଲ ପାଇଁ ଜଣେ ଓକିଲ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ।
ନୂଆଦିଲ୍ଲୀ : ଲକ୍ଷ୍ମୀପୁର ଖେରୀ ଘଟଣାରେ ଗୃହମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ମିଶ୍ରଙ୍କ ଜାମିନ ବାତିଲ ପାଇଁ ଜଣେ ଓକିଲ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ।
ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ଜିଲ୍ଲାରେ ଚାଷୀଙ୍କୁ ଗାଡିରେ ଧକ୍କାଦେଇ ହତ୍ୟା କରିବା ମାମଲାରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ତଥା ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ର ପ୍ରାୟ ଚାରିମାସ ଜେଲରେ ଥିଲେ । ନିକଟରେ ତାଙ୍କୁ କୋର୍ଟ ଜାମିନ ପ୍ରଦାନ କରିଥିଲେ । ଆଶିଷ ମିଶ୍ରଙ୍କ ଜାମିନକୁ ବାତିଲ କରିବା ଏବଂ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିବା ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟରେ ଦାବି କରାଯାଇଛି ।

ଆବେଦନକାରୀ ଶିବ କୁମାର ତ୍ରିପାଠୀ ଏବଂ ସିଏସ ପଣ୍ଡା ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରି କହିଛନ୍ତି, ମୁକ୍ତ ଭାବରେ ବୁଲୁଥିବା ଅଭିଯୁକ୍ତମାନେ ପ୍ରମାଣ ନଷ୍ଟ କରିବାର ଆଶଙ୍କା ରହିଛି । ସାକ୍ଷୀ, କୃଷକ ଏବଂ ପୀଡିତଙ୍କ ପରିବାର ଉପରେ ବିପଦ ଅଛି । ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶ ଧାରଣା ଉପରେ ଆଧାରିତ । ସେ କହିଛନ୍ତି ଯେ ତୁରନ୍ତ ସୁପ୍ରିମକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ SIT କୁ କୁହାଯାଉ । ପୀଡିତମାନଙ୍କୁ ତୁରନ୍ତ କ୍ଷତିପୂରଣ ଦେବାକୁ ୟୁପି ସରକାର ଏବଂ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଆଯିବା ଉଚିତ୍ ବୋଲି ଆବେଦନକାରୀ ଉଲ୍ଲେଖ କରିଛନ୍ତି ।
ଆପଣଙ୍କୁ କହି ରଖୁଛୁ ଲକ୍ଷ୍ମୀପୁର ଖେରୀ ହିଂସା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୃହମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ଜାମିନ ମିଳିବା ପରେ ଜେଲରୁ ବାହାରି ଆସିଛନ୍ତି । 5 ଦିନ ପୂର୍ବରୁ ଆଲ୍ଲାହାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରୁ ଆଶିଷ ଜାମିନ ପାଇଥିଲେ । ଏହି ପରିପ୍ରେକ୍ଷୀରେ, ଉତ୍ତରପ୍ରଦେଶର SIT 5000 ପୃଷ୍ଠାର ଚାର୍ଜସିଟ ଦାଖଲ କରିଥିଲା ।












Click it and Unblock the Notifications