ପୂଜା ସ୍ଥଳ ଅଧିନିୟମର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ ନୂତନ ଆବେଦନ
ଏହି ଆଇନ ନ୍ୟାୟିକ ସମୀକ୍ଷାକୁ ବାରଣ କରିଛି, ଯାହା ସମ୍ବିଧାନର ଏକ ମୌଳିକ ବୈଶିଷ୍ଟ୍ୟ ଅଟେ । ବର୍ତ୍ତମାନ ସ୍ୱାମୀ ଜିତେନ୍ଦ୍ରନନ୍ଦ ସରସ୍ୱତୀ ମଧ୍ୟ ସମାନ ପ୍ରସଙ୍ଗ ଉଠାଇ ପୂଜାପାଠ ଅଧିନିୟମ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ନୂଆଦିଲ୍ଲୀ : ଜ୍ଞାନବାପୀ ବିବାଦ ମଧ୍ୟରେ ବର୍ତ୍ତମାନ ପୂଜାପାଠ ଅଧିନିୟମ 1991 ମଧ୍ୟ ଚର୍ଚ୍ଚାରେ ରହିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି ନରସିହ୍ମା ରାଓ ଆଣିଥିବା ଏହି ଆଇନକୁ ଅନେକ ଧାର୍ମିକ ନେତା ବିରୋଧ କରୁଛନ୍ତି । ଏହି ସମୟରେ ସ୍ୱାମୀ ଜିତେନ୍ଦ୍ରନନ୍ଦ ସରସ୍ୱତୀ ସୁପ୍ରିମକୋର୍ଟରେ ଏକ ନୂତନ ଆବେଦନ କରିଛନ୍ତି । ଯେଉଁଥିରେ ସେ କହିଛନ୍ତି ଯେ ଏହି ନିୟମ ଧର୍ମନିରପେକ୍ଷତା ଏବଂ ଆଇନର ଶାସନର ଏକ ସ୍ପଷ୍ଟ ଉଲ୍ଲଂଘନ । ତେଣୁ ଏହାର ପୁନର୍ବିଚାର କରାଯିବା ଉଚିତ୍ ।

ଏହି ଆଇନ ସମ୍ବନ୍ଧରେ ସୁପ୍ରିମକୋର୍ଟରେ ପୂର୍ବରୁ ଦୁଇଟି ଆବେଦନ ବିଚାରାଧୀନ ଅଛି । ଏଥିରେ ପ୍ରଥମ ଆବେଦନ ଲକ୍ଷ୍ନୌର ବିଶ୍ୱ ଭଦ୍ର ପୂଜାରୀ ପୁରୋହିତ ମହାସଙ୍ଗ ଏବଂ ଦ୍ୱିତୀୟ ଆବେଦନ ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟ କରିଛନ୍ତି । ଅଶ୍ୱିନୀ ଉପାଧ୍ୟାୟଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି ଏବଂ ଏହାର ଉତ୍ତର ମଧ୍ୟ ମାଗିଛନ୍ତି । ଆବେଦନକାରୀଙ୍କ ଅନୁଯାୟୀ, ଏହି ଆଇନ ନ୍ୟାୟିକ ସମୀକ୍ଷାକୁ ବାରଣ କରିଛି, ଯାହା ସମ୍ବିଧାନର ଏକ ମୌଳିକ ବୈଶିଷ୍ଟ୍ୟ ଅଟେ । ବର୍ତ୍ତମାନ ସ୍ୱାମୀ ଜିତେନ୍ଦ୍ରନନ୍ଦ ସରସ୍ୱତୀ ମଧ୍ୟ ସମାନ ପ୍ରସଙ୍ଗ ଉଠାଇ ପୂଜାପାଠ ଅଧିନିୟମ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
କଣ ଏହି ପୂଜା ସ୍ଥଳ ଅଧିନିୟମ
ଉପାସନା ସ୍ଥାନ (ସ୍ୱତନ୍ତ୍ର ବ୍ୟବସ୍ଥା) ଅଧିନିୟମ 1991 ଅନୁଯାୟୀ, ଅଗଷ୍ଟ 15, 1947 ପୂର୍ବରୁ ଯେଉଁ ଧାର୍ମିକ ସ୍ଥାନ ଯେଉଁ ଧର୍ମର ଥିଲା ତାହାର ରହିବ, ଏଥିରେ ପରିବର୍ତ୍ତନ ହେବ ନାହିଁ ଏବଂ ଯଦି କେହି ଏହି ନିୟମ ଉଲ୍ଲଂଘନ କରନ୍ତି, ତେବେ ତାଙ୍କୁ 1-3 ବର୍ଷ ସହ ଜରିମାନା ମଧ୍ୟ ହୋଇପାରେ ।












Click it and Unblock the Notifications