ସଦସ୍ୟତା ରଦ୍ଦ ନିୟମକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଦାଖଲ ହେଲା ପିଆଇଏଲ୍

ନିକଟରେ ସୁରଟ କୋର୍ଟ ରାହୁଲ ଗାନ୍ଧୀଙ୍କୁ ମାନହାନୀ ମାମଲାରେ 2 ବର୍ଷ ଦଣ୍ଡିତ କରିବା ପରେ ଲୋକସଭା ସଚିବାଳୟ ନିୟମ ଅନୁଯାୟୀ ତାଙ୍କର ସଦସ୍ୟତା ରଦ୍ଦ ହୋଇଛି । ବର୍ତ୍ତମାନ ଏହି ମାମଲା ସହ ଜଡିତ ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ୍) ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି । ଯେଉଁଥିରେ ଦୁଇ ବର୍ଷର ଦଣ୍ଡ ପାଇବା ମାତ୍ରେ ସ୍ୱୟଂଚାଳିତ ସଦସ୍ୟତା ରଦ୍ଦ ହେବା ନିୟମକୁ ଚ୍ୟାଲେଞ୍ଜ କରାଯାଇଛି । ଏହି ନିୟମରୁ ରାଜନୈତିକ ଫାଇଦା ନିଆଯାଉଛି ବୋଲି ଆବେଦନକାରୀ ଅଭିଯୋଗ କରିଛନ୍ତି ।
ସୂଚନାନୁସାରେ, ଏହି ଆବେଦନ କେରଳର ଅଭୟ ମୁରଲିଧରନ୍ ଙ୍କ ଦ୍ୱାରା ଦାଖଲ କରାଯାଇଛି । ସେ କହିଛନ୍ତି ଯେ ରାଜନୈତିକ ଦଳମାନେ ସମ୍ବିଧାନର ଧାରା 8(3) କୁ ନିଜ ସ୍ୱାର୍ଥ ପାଇଁ ଅପବ୍ୟବହାର କରୁଛନ୍ତି । ରାଜନୈତିକ ଏଜେଣ୍ଡାକୁ ପ୍ରୋତ୍ସାହିତ କରିବା ପାଇଁ ଏହା ବ୍ୟବହୃତ ହେଉଛି । ଏହା ଆମ ନିର୍ବାଚନ ପ୍ରକ୍ରିୟାରେ ବ୍ୟାଘାତ ସୃଷ୍ଟି କରିପାରେ । ଏପରି ପରିସ୍ଥିତିରେ, ଯେତେବେଳେ ବି କାହାକୁ ଦୁଇ ବର୍ଷ ଦଣ୍ଡିତ କରାଯାଏ, ତୁରନ୍ତ ତାଙ୍କର ସଦସ୍ୟତା ରଦ୍ଦ କରାଯିବା ଉଚିତ୍ ନୁହେଁ, କିନ୍ତୁ ତାଙ୍କ ଅପରାଧ ପ୍ରବୃତ୍ତି, ଭୂମିକା ଇତ୍ୟାଦି ଦେଖିବା ପରେ ନିଷ୍ପତ୍ତି ନିଆଯିବା ଉଚିତ୍ ।
ଉଲ୍ଲେଖଯୋଗ୍ୟ, ରାହୁଲ ଗାନ୍ଧୀ 2019 ରେ କର୍ଣ୍ଣାଟକରେ ଏକ ରାଲି କରିଥିଲେ । ସେହି ସମୟରେ ସେ କହିଥିଲେ ଯେ 'ସବୁ ଚୋରଙ୍କ ଉପନାମ ମୋଦୀ କାହିଁକି' ? ସେ ନୀରବ ମୋଦୀ ଏବଂ ଲଲିତ ମୋଦୀଙ୍କୁ ଟାର୍ଗେଟ୍ କରିଥିଲେ । କିନ୍ତୁ ଏହି ବିବୃତ୍ତିକୁ ଆଧାର କରି ଗୁଜୁରାଟର ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀ ସୁରଟ କୋର୍ଟରେ ଅପରାଧିକ ମାନହାନି ମକଦ୍ଦମା ଦାୟର କରିଥିଲେ । ଯେଉଁଥିରେ କୋର୍ଟଙ୍କ ରାୟ ଆସିଛି ଏବଂ ରାହୁଲ ଗାନ୍ଧୀଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ତେବେ ତାଙ୍କୁ ତୁରନ୍ତ ଜାମିନ ପ୍ରଦାନ କରାଯାଇଥିଲା ।
ଯଦି ବିଧାନସଭା, ବିଧାନ ପରିଷଦ, ଲୋକସଭା କିମ୍ବା ରାଜ୍ୟସଭାର କୌଣସି ସଦସ୍ୟ ଦୁଇ ବର୍ଷ କିମ୍ବା ତା'ଠାରୁ ଅଧିକ ଦଣ୍ଡିତ ହୁଅନ୍ତି, ତେବେ ତୁରନ୍ତ ତାଙ୍କର ସଦସ୍ୟତା ରଦ୍ଦ ହେବା ନେଇ ନିୟମ ରହିଛି । ଏହା ବ୍ୟତୀତ ସେ 6 ବର୍ଷ ପାଇଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ । ଗତ ଏକ ବର୍ଷ ମଧ୍ୟରେ, ଏହି ନିୟମ ଆଧାରରେ ଅନେକ ଲୋକଙ୍କ ସଦସ୍ୟତା ରଦ୍ଦ ହୋଇଛି ।
-
ଆଉ ଆଲୋଚନା ନୁହେଁ, ଆମେ ପାକିସ୍ତାନଠାରୁ ପ୍ରତିଶୋଧ ନେବୁ... କାବୁଲରେ ଆକ୍ରମଣ ପରେ ତାଲିବାନ କଲା ଘୋଷଣା -
ମହାପ୍ରଭୁଙ୍କ ଦର୍ଶନ କଲେ ଦିଲୀପ ରାୟ: କହିଲେ… -
୨୧ ଯାଏଁ କୁଆପଥର ବର୍ଷା ସମ୍ଭାବନା, ଆଜି ପାଇଁ ଆଲର୍ଟ ଜାରି -
ଇରାନ-ଆମେରିକା ଯୁଦ୍ଧ, ଗିରଫ ହେଲେ ୧୯ ଭାରତୀୟ -
Rajya Sabha Election : ୪ ବିଜୟୀ ନେତାଙ୍କୁ ମିଳିଲା ସାର୍ଟିଫିକେଟ୍ -
ଗୁଜୁରାଟ ମୁନ୍ଦ୍ରା ବନ୍ଦରରେ ପହଞ୍ଚିଲା ଶିବାଲିକ୍ ଏଲ୍ପିଜି ଟ୍ୟାଙ୍କର -
ନିଲମ୍ବିତ ବିଧାୟକମାନଙ୍କୁ ବଡ଼ ଆହ୍ବାନ ଦେଲେ ମୋକିମ୍, କହିଲେ...... -
LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଶୀଘ୍ର କରନ୍ତୁ ଏହି କାମ -
ଭୁବନେଶ୍ବରରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ -
ରାଜ୍ୟରେ ଆସନ୍ତା ୫ଦିନ ଧରି ଘଡ଼ଘଡ଼ି ଓ ବର୍ଷା ! -
Odisha Weather: ସତର୍କ କଲା ପାଣିପାଗ ବିଭାଗ, ଆହୁରି ୫ଦିନ ଘଡ଼ଘଡ଼ି ସହ ବର୍ଷା -
ବାରୁଣି ସ୍ନାନ ଅବସରରେ ବୈତରଣୀ କୂଳରେ ହଜାର ହଜାର ଭକ୍ତଙ୍କ ସମାଗମ












Click it and Unblock the Notifications