ଅମ୍ଳଜାନ ଆବେଦନ ଉପରେ FIR ଉପରେ UP ସରକାର ବିରୋଧରେ PIL, କାର୍ଯ୍ୟାନୁ୍ଷ୍ଠାନ ବନ୍ଦ କରିବାକୁ ଦାବି
ସୋଶାଲ ମିଡିଆରେ ଅମ୍ଳଜାନର ସାହାଯ୍ୟ ଲୋଡିବା ନେଇ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବା ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ବିରୋଧରେ ଆହ୍ଲାବାଦ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି ।
ଲକ୍ଷ୍ନୌ : ସୋଶାଲ ମିଡିଆରେ ଅମ୍ଳଜାନର ସାହାଯ୍ୟ ଲୋଡିବା ନେଇ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବା ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ବିରୋଧରେ ଆହ୍ଲାବାଦ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି । ସାମାଜିକ କାର୍ଯ୍ୟକର୍ତ୍ତା ସାକେଟ ଗୋଖଲେଙ୍କ ଦ୍ୱାରା ଏହି ପିଏଲ ଦାଖଲ କରାଯାଇଛି । ସୋଶାଲ ମିଡିଆରେ କରୋନା ସଙ୍କଟ ସମୟରେ ସାହାଯ୍ୟ ପାଇଁ ଆବେଦନ କରୁଥିବା ଏଭଳି ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ଆବେଦନରେ କୋର୍ଟଙ୍କୁ ଅନୁରୋଧ କରିଛନ୍ତି ।

ଏହି ଆବେଦନରେ ଜଣେ ବ୍ୟକ୍ତି ତାଙ୍କ ସମ୍ପର୍କୀୟଙ୍କ ପାଇଁ ଟ୍ୱିଟରରେ ଅମ୍ଳଜାନ ଯୋଗାଣ ନେଇ ସାହାଯ୍ୟ ମାଗିଥବାରୁ ତାଙ୍କ ବିରୋଧରେ ହୋଇଥିବା ଏଫଆଇଆର ପ୍ରସଙ୍ଗରେ କୋରଟଙ୍କ ଧ୍ୟାନ ଆକର୍ଷଣ କରାଯାଇଛି । ଆମେଥୀ ଜିଲ୍ଲାର ଶଶାଙ୍କ ଯାଦବ ନାମକ ଜଣେ ବ୍ୟକ୍ତି ଟ୍ୱିଟରରେ ଏକ ଆବେଦନ କରି କହିଛନ୍ତି ଯେ, 'ତାଙ୍କ ଅଜାଙ୍କ ଅମ୍ଳଜାନ ସ୍ତର ହ୍ରାସ ପାଉଛି ।' ଏହି ଟ୍ୱିଟ୍ କୁ ଆମେଥୀ ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ସେୟାର କରିଛନ୍ତି । ପରେ ଆମେଥି ପୋଲିସ ଏହି ଟ୍ୱିଟକୁ ଗୁଜବ ବୋଲି ବର୍ଣ୍ଣନା କରି ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର ଦାଖଲ କରିଛି ।
ଏହି ଆବେଦନରେ ଦର୍ଶାଯାଇଛି ଯେ, "ସୋଶାଲ ମିଡିଆରେ ଅମ୍ଳଜାନ ଖୋଜୁଥିବା ଗୁରୁତର ରୋଗୀଙ୍କ ପରିବାର ଉପରେ କାର୍ଯ୍ୟ କରିବା ହେଉଛି ରାଜ୍ୟର କ୍ଷମତାର ଅପବ୍ୟବହାର । କୋଭିଡ -19 ମହାମାରୀର ମୁକାବିଲା କରିବାରେ ସରକାରଙ୍କ ବିଫଳତାକୁ ସମାଲୋଚନା କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।"
ଗୋଖଲେ ଏହି ପିଟିସନରେ କହିଛନ୍ତି ଯେ, ଜଣେ ଯୁବକ ଉପରେ ଅମ୍ଳଜାନ ସହାୟତା ପାଇଁ ନିବେଦନ କରିବାରୁ ତାଙ୍କ ବିରୋଧରେ ଉତ୍ତରପ୍ରଦେଶରେ ଏଫଆଇଆର ଦାଖଲ କରାଯାଇଛି ।












Click it and Unblock the Notifications