ସେପ୍ଟେମ୍ବର ପହିଲାରୁ ସୁପ୍ରିମକୋର୍ଟରେ ହେବ ସ୍ୱାଭାବିକ ଶୁଣାଣି
ପୁଣି ସାଧାରଣ ଭାବେ ଶୁଣଣି କରିବେ ସୁପ୍ରିମ କୋର୍ଟ । କରୋନା ପାଇଁ ଦୀର୍ଘ ଦିନ ହେବ ଭିଡ଼ିଓ କନଫରେନ୍ସିଂ ଜରିଆରେ ଚାଲିଥିଲା ଶୁଣାଣି । କିନ୍ତୁ ସେପ୍ଟେମ୍ବର ପହଲାରୁ ସ୍ୱାଭାବିକ ଶୁଣାଣି ହେବ ।
ନୂଆଦିଲ୍ଲୀ : ପୁଣି ସାଧାରଣ ଭାବେ ଶୁଣଣି କରିବେ ସୁପ୍ରିମ କୋର୍ଟ । କରୋନା ପାଇଁ ଦୀର୍ଘ ଦିନ ହେବ ଭିଡ଼ିଓ କନଫରେନ୍ସିଂ ଜରିଆରେ ଚାଲିଥିଲା ଶୁଣାଣି । କିନ୍ତୁ ସେପ୍ଟେମ୍ବର ପହଲାରୁ ସ୍ୱାଭାବିକ ଶୁଣାଣି ହେବ । ଭର୍ଚୁଆଲ ଶୁଣାଣି ନେଇ ଓକିଲ ମାନଙ୍କୁ କିଛି ଇଚ୍ଛାଧୀନ ସୁଯୋଗ ଦିଆଯାଇଛି ।

ବାର ଆସୋସିଏସନର ଅନୁରୋଧ କ୍ରମେ ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି. ରମଣା ସୁପ୍ରିମକୋର୍ଟ ବିଚାରପତିଙ୍କୁ ନେଇ ଗଠିତ କମିଟିର ସୁପାରିସକୁ ଗ୍ରହଣ କରିବା ସହ ସ୍ବାଭାବିକ ଶୁଣାଣି ନେଇ ଏସଓପି ଜାରି କରିଛନ୍ତି । ଯେଉଁଦିନ କମ୍ ସଂଖ୍ୟକ ମାମଲାର ଶୁଣାଣି ଥିବ, ସେହିଦିନ ସ୍ୱାଭାବିକ ଶୁଣାଣି ହୋଇପାରିବ । ଏସଓପି ଅନୁସାରେ ଚୂଡାନ୍ତ ଶୁଣାଣି ଓ ନିୟମିତ ଶୁଣାଣି ଦିନ ଗୁଡିକରେ ସ୍ୱାଭାବିକ ଶୁଣାଣି ଲାଗି ବ୍ୟବସ୍ଥା ରହିବ । ତେବେ ଏହା ଇଚ୍ଛାଧୀନ ରହିବ । ଏହାସହ ଯଦି ଖଣ୍ଡପୀଠ ଚାହାଁନ୍ତି, ତେବେ ଅନ୍ୟ ଦିନ ଗୁଡିକରେ ସ୍ୱାଭାବିକ ଭାବେ ଶୁଣାଣି ହୋଇପାରିବ ।
ସ୍ୱାଭାବିକ ଶୁଣାଣି ଲାଗି ଯଦି ଜଣେ ଓକିଲ ଚାହାନ୍ତି ତେବେ ପକ୍ଷ ପିଛା କେସ ଫାଇଲ କରିଥିବା ଓକିଲ ବା ତାଙ୍କ ପ୍ରତିନିଧି, ଜଣେ ପ୍ରତିପକ୍ଷ ଓକିଲ ଓ ଜଣେ ଜୁନିଅର ଓକିଲଙ୍କୁ କୋର୍ଟ ରୁମରେ ପ୍ରବେଶ ଲାଗି ଅନୁମତି ଦିଆଯିବ । ପକ୍ଷ ପିଛା ଜଣେ ପଞ୍ଜିକୃତ କିରାଣିଙ୍କୁ ବି ଅନୁମତି ମିଳିବ ।












Click it and Unblock the Notifications