କାଶ୍ମୀର ଉପତ୍ୟକାରେ ଜାରି ହେଲା 3 ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀଙ୍କ ଫଟୋ, ସୂଚନା ଦେବା ବ୍ୟକ୍ତିକୁ ମିଳିବ ପୁରସ୍କାର
ଜାମ୍ମୁ କାଶ୍ମୀର ପୋଲିସ ତିନିଜଣ ଆତଙ୍କବାଦୀଙ୍କ ତାଲିକା ପ୍ରକାଶ କରିଛି । ଏହି ତିନି ଆତଙ୍କବାଦୀ କୁଲଗାମ, ପୁଲୱାମା ଏବଂ ଶ୍ରୀନଗରର ବାସିନ୍ଦା, ଯେଉଁମାନେ ଦୀର୍ଘ ଦିନ ଧରି ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡିତ ଥିଲେ ।
ନୂଆଦିଲ୍ଲୀ : କାଶ୍ମୀର ଉପତ୍ୟକାରେ ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷା ବାହିନୀର ଅପରେସନ ଚାଲିଛି । ଯାହା ଅଧୀନରେ ଜାମ୍ମୁ କାଶ୍ମୀର ପୋଲିସ ତିନିଜଣ ଆତଙ୍କବାଦୀଙ୍କ ତାଲିକା ପ୍ରକାଶ କରିଛି । ଏହି ତିନି ଆତଙ୍କବାଦୀ କୁଲଗାମ, ପୁଲୱାମା ଏବଂ ଶ୍ରୀନଗରର ବାସିନ୍ଦା, ଯେଉଁମାନେ ଦୀର୍ଘ ଦିନ ଧରି ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡିତ ଥିଲେ । ଯେଉଁମାନେ ସେମାନଙ୍କର ସୂଚନା ଦେବେ ସେମାନଙ୍କୁ ମଧ୍ୟ ପୁରସ୍କୃତ କରାଯିବ । ଏହା ପୂର୍ବରୁ ସେନା 100 ଆତଙ୍କବାଦୀଙ୍କ ତାଲିକା ପ୍ରସ୍ତୁତ କରିଥିବା ଖବର ମିଳିଥିଲା ।

ଜାମ୍ମୁ କାଶ୍ମୀର ପୋଲିସ ଅନୁଯାୟୀ, ଯଦି କେହି ଏହି ଆତଙ୍କବାଦୀଙ୍କ ବିଷୟରେ ସୂଚନା ପାଆନ୍ତି, ତେବେ ସେମାନେ ନିକଟସ୍ଥ ପୋଲିସ ଷ୍ଟେସନକୁ ସୂଚନା ଦଅନ୍ତୁ । ଏହା ବ୍ୟତୀତ 9596770502, 9596770509, 9596770508, 9596770506, 9596770504, 9596770505, 01942311914 କୁ କଲ କରି ମଧ୍ୟ ସୂଚନା ଦେଇପାରିବେ । ପୋଲିସ ଅଧିକାରୀଙ୍କ ଅନୁଯାୟୀ, ଯିଏ ଏହି ଆତଙ୍କବାଦୀଙ୍କ ବିଷୟରେ ସୂଚନା ଦେବେ ସେମାନଙ୍କ ପରିଚୟ ସମ୍ପୂର୍ଣ୍ଣ ଗୁପ୍ତ ରଖାଯିବ ।
ପୋଲିସ୍ ଜାରି କରିଥିବା ତିନି ଆତଙ୍କବାଦୀ ହେଲେ ବଶିତ୍ ଅହମ୍ମଦ ଡାର୍ ଓରଫ୍ କାମରାନ୍ ଙ୍କ ପୁଅ ଅବଦୁଲ୍ ରସିଦ୍ ଡାର୍ ଏବଂ ସେ ରେଡୱାନୀ ପାଇନ୍ କୁଲଗାମର ବାସିନ୍ଦା । ସେହିପରି ବଗାମ ପୁଲୱାମା ବାସିନ୍ଦା ଆରିଫ୍ ଅହମ୍ମଦ ହାଜର ଓରଫ୍ ରେହାନ୍ ବହିର ପୁଅ ଫାରୁକ୍ ଅହମ୍ମଦ ହଜାର । ଅନ୍ୟ ଜଣେ ହେଲା ଫିରଦୌସ କଲୋନୀ ଅଲି ଜାନ ରୋଡ ଇଦଗାହ ଶ୍ରୀନଗରର ବାସିନ୍ଦା ମୌମିନ ଗୁଲଜାର ଆମିର ଓରଫ୍ ମୌମିନ ର ପୁଅ ଗୁଲଜାର ଅହମ୍ମଦ ମିର ।
ସୂଚନାନୁସାରେ, ଲସ୍କର, ଅଲ-ବଦ୍ର ଆତଙ୍କବାଦୀମାନେ ଜାମ୍ମୁ କାଶ୍ମୀରରେ ଅନୁପ୍ରବେଶ କରିବାକୁ ଯୋଜନା କରୁଛନ୍ତି । ବର୍ତ୍ତମାନ, PoK ରେ ଅବସ୍ଥିତ ଲଞ୍ଚ ପ୍ୟାଡ ଅଞ୍ଚଳରେ ଅତି କମରେ 7 ଜଣ ଲସ୍କର ଏବଂ 5 ଜଣ ଅଲ ବଦ୍ର ଆତଙ୍କବାଦୀ ଅଛନ୍ତି । ବିଭିନ୍ନ ଅଞ୍ଚଳର ଦେଇ କାଶ୍ମୀରରେ ପ୍ରବେଶ କରିବା ପାଇଁ ସେମାନେ ପ୍ରୟାସ କରୁଛନ୍ତି । ତେବେ ଅନୁପ୍ରବେଶ ସମ୍ପର୍କରେ ସୁରକ୍ଷା ବାହିନୀ ସମ୍ପୂର୍ଣ୍ଣ ସତର୍କ ରହିଛି ।












Click it and Unblock the Notifications