PFI ର ପର୍ଦ୍ଦାଫାସ୍, 2047 ସୁଦ୍ଧା ଭାରତରେ ଇସଲାମୀୟ ଶାସନ ଲକ୍ଷ୍ୟ !

ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ ଏବଂ ତୁର୍କୀ ମଧ୍ୟରେ ବନ୍ଧୁତା ଏବଂ ଭାରତ ବିରୁଦ୍ଧରେ ଷଡଯନ୍ତ୍ର ସାମ୍ନାକୁ ଆସିଛି । ବିହାର ପୋଲିସ ଏପରି କିଛି ଦଲିଲ ପାଇଛି ଯେଉଁଥିରେ କୁହାଯାଇଛି ଯେ 2047 ସୁଦ୍ଧା ଭାରତରେ 'ଇସଲାମିକ ସରକାର' ଗଠନ କରାଯିବ ।

ପାଟନା : ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ ଏବଂ ତୁର୍କୀ ମଧ୍ୟରେ ବନ୍ଧୁତା ଏବଂ ଭାରତ ବିରୁଦ୍ଧରେ ଷଡଯନ୍ତ୍ର ସାମ୍ନାକୁ ଆସିଛି । ବିହାର ପୋଲିସ ଏପରି କିଛି ଦଲିଲ ପାଇଛି ଯେଉଁଥିରେ କୁହାଯାଇଛି ଯେ 2047 ସୁଦ୍ଧା ଭାରତରେ 'ଇସଲାମିକ ସରକାର' ଗଠନ କରାଯିବ । PFI ର ଇଣ୍ଡିଆ ଭିଜନ 2047 ଡକ୍ୟୁମେଣ୍ଟରେ ଦର୍ଶାଯାଇଛି ଯେ ତୁର୍କୀ ସହିତ ଭଲ ବନ୍ଧୁତା ଅଛି । ଅନ୍ୟ କେତେକ ଇସଲାମୀୟ ଦେଶ ସହ ସମ୍ପର୍କକୁ ଆହୁରି ମଜବୁତ କରିବାକୁ କୁହାଯାଇଛି ।

pfi

ବାସ୍ତବରେ, ବିହାରର ରାଜଧାନୀ ପାଟନାରେ ଜୁଲାଇ 13 ରେ ସନ୍ଦିଗ୍ଧ ଆତଙ୍କବାଦୀ ମଡ୍ୟୁଲ୍ ର ପର୍ଦ୍ଦାଫାସ୍ ହେବା ପରେ 26 ଜଣଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି । ତିନି ଜଣଙ୍କୁ ଗିରଫ କରାଯାଇଛି । ବିହାର ପୋଲିସ ଏଡିଜି ଜେଏସ ଗଙ୍ଗୱାର କହିଛନ୍ତି ଯେ ପିଏଫଆଇର ସନ୍ଦିଗ୍ଧ ଆତଙ୍କବାଦୀ ମଡ୍ୟୁଲ ମାମଲାର ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି ।

ଏହି ମଡ୍ୟୁଲର 2 ଜଣ ସଦସ୍ୟ ଅଥର ପରଭେଜ ଓ ମହମ୍ମଦ ଜଲାଲୁଦ୍ଦିନଙ୍କୁ ଗିରଫ କରାଯାଇଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଜଲାଲୁଦ୍ଦିନ ପୂର୍ବରୁ ଝାଡ଼ଖଣ୍ଡ ପୁଲିସରେ ଜଣେ ଅଫିସର ଭାବେ କାମ କରୁଥିଲା । ସେ ପିଏଫଆଇର ସଦସ୍ୟମାନଙ୍କୁ ଅସ୍ତ୍ରଶସ୍ତ୍ର ତାଲିମ ପ୍ରଦାନ କରୁଥିଲା । ସେହିପରି ପରଭେଜ୍ ପୂର୍ବରୁ ସିମିର ସଦସ୍ୟ ଥିଲା । ଏବେ ସେ ପିଏଫଆଇର ସଦସ୍ୟ ଅଛି ।

ଏହି ଦୁଇ ଆତଙ୍କବାଦୀ ମୋଦୀଙ୍କ ଗସ୍ତର 15 ଦିନ ପୂର୍ବରୁ ଫୁଲଓ୍ବାରି ସରିଫଠାରେ ତାଲିମ ନେଇଥିଲେ । ମୋଦୀଙ୍କୁ ହତ୍ୟା ଷଡ଼ଯନ୍ତ୍ରକୁ ସାକାର କରିବାକୁ ସେମାନେ ଜୁଲାଇ 6 ଓ 7ରେ ଏକ ବୈଠକ କରିଥିଲେ । ତେବେ ବିହାର ପୁଲିସ ଫୁଲଓ୍ବାରି ସରିଫ ଉପରେ ଚଢଉ ବେଳେ ଏହି ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହୋଇଥିଲା ।

ବିହାରରେ ଆତଙ୍କୀ ମଡ୍ୟୁଲର ପର୍ଦ୍ଦାଫାସ୍ ହେବା ପରେ ଏହାର ଯାଞ୍ଚ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ ବିଷୟରେ ଅତିରିକ୍ତ ନିର୍ଦ୍ଦେଶକ ଜେନେରାଲ୍ (ମୁଖ୍ୟାଳୟ) ଜେଏସ୍ ଗଙ୍ଗୱାର ଗୁରୁବାର କହିଛନ୍ତି ପାଟନାରେ ଏକ ମାମଲା ରୁଜୁ ହୋଇଛି । ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ପୋଲିସର ବିଭିନ୍ନ ଟିମ୍ ପଚରାଉଚରା କରୁଛନ୍ତି । ପୋଷ୍ଟର ବ୍ୟାନର, PFI ଡକ୍ୟୁମେଣ୍ଟ, ମୋବାଇଲ୍ ଫୋନ୍ ଇତ୍ୟାଦି ଆଇଟମ୍ ଗୁଡିକ ସେମାନଙ୍କ ନିକଟରୁ ଜବତ କରାଯାଇଛି । ସେ କହିଛନ୍ତି, "ଆମେ ପ୍ରମାଣ ଆଧାରରେ କାର୍ଯ୍ୟ କରିବୁ । ଆମର ଅନୁସନ୍ଧାନ ଅନୁଯାୟୀ ଆମେ କାର୍ଯ୍ୟ କରିବୁ । ଆମେ ପାଟନା ପୋଲିସ ସହ ସମନ୍ୱୟ ରକ୍ଷା କରୁଛୁ ।"

ଗଙ୍ଗୱାରଙ୍କ ଅନୁଯାୟୀ, ଅନୁସନ୍ଧାନ ପରେ PFI ର ସମ୍ଭାବ୍ୟ ଲକ୍ଷ୍ୟ କୁହାଯାଇପାରେ । ତାଙ୍କର ଭବିଷ୍ୟତ ଯୋଜନା ବିଷୟରେ କିଛି କହିବା ଠିକ୍ ହେବ ନାହିଁ । ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଦଳ ଗଠନ କରାଯାଇଛି । ଜୁଲାଇ 12 ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ପରେ ଗିରଫ ସଂପର୍କରେ ପୋଲିସ ଅଧିକାରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସହିତ କ'ଣ ସମ୍ପର୍କ ଅଛି ? ଏ ସମ୍ପର୍କରେ ଲୋକଙ୍କ ଉଦ୍ଦେଶ୍ୟ କଣ ଯାଞ୍ଚ ପରେ ସ୍ପଷ୍ଟ ହୋଇପାରେ ।

ଆପଣଙ୍କୁ କହି ରଖୁଛୁ ଜୁନ୍ ପ୍ରଥମ ସପ୍ତାହରେ ତେଲେଙ୍ଗାନାରେ ତିନିଜଣ ପିଏଫ୍ଆଇ କର୍ମୀଙ୍କୁ ଗିରଫ କରାଯିବା ପରେ ବିଜେପି ମୁଖ୍ୟ ମୁଖପାତ୍ର କେ କୃଷ୍ଣସାଗର ରାଓ କହିଛନ୍ତି ଯେ ଗିରଫ ସନ୍ଦିଗ୍ଧମାନେ ପୋଲିସ ନିକଟରେ ସ୍ୱୀକାର କରିଛନ୍ତି ଯେ ପିଏଫଆଇର ଏଜେଣ୍ଡା ଦେଶର ଧାର୍ମିକ ସୌହାର୍ଦ୍ଦ୍ୟ ଏବଂ ସାମାଜିକ ଅଖଣ୍ଡତା ପାଇଁ ବହୁତ ଅସ୍ଥିର ଏବଂ ବିପଜ୍ଜନକ । ଏହି ମୌଳିକତାବାଦୀମାନେ ସ୍ୱୀକାର କରିଛନ୍ତି ଯେ ହିନ୍ଦୁ ସମ୍ପ୍ରଦାୟ ବିରୁଦ୍ଧରେ ଶହ ଶହ ଯୁବକଙ୍କୁ ତାଲିମ ଦିଆଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+