ଲକ୍ଷ୍ମୀପୁର ଖେରୀ ମାମଲାକୁ ନେଇ ମନ୍ତ୍ରୀଙ୍କ ଉପରେ ଏଫଆଇଆର ଏବଂ ବରଖାସ୍ତ ଦାବିରେ ସୁପ୍ରିମକୋର୍ଟରେ ଆବେଦନ

ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ଜିଲ୍ଲାରେ ଅକ୍ଟୋବର 3 ରେ ଘଟିଥିବା ଘଟଣ ସୁପ୍ରିମକୋର୍ଟରେ ପହଞ୍ଚିଛି । ବାସ୍ତବରେ ଚାଷୀଙ୍କ ଉପରେ ଗାଡ଼ି ଚଢାଇଥିବା ମନ୍ତ୍ରୀଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରିବାକୁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି ।

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ଜିଲ୍ଲାରେ ଅକ୍ଟୋବର 3 ରେ ଘଟିଥିବା ଘଟଣ ସୁପ୍ରିମକୋର୍ଟରେ ପହଞ୍ଚିଛି । ବାସ୍ତବରେ ଚାଷୀଙ୍କ ଉପରେ ଗାଡ଼ି ଚଢାଇଥିବା ମନ୍ତ୍ରୀଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରିବାକୁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି । ଏହି ଆବେଦନରେ କୁହାଯାଇଛି ଯେ ମାନ୍ୟବର ସୁପ୍ରିମକୋର୍ଟ ଗୃହ ମନ୍ତ୍ରଣାଳୟ ଏବଂ ଲକ୍ଷ୍ମୀପୁର ଖେରୀ ମାମଲାରେ ପୋଲିସକୁ ନିର୍ଦ୍ଦେଶ ଦେବା ଉଚିତ ଯେ ଅପରାଧୀଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରି ଦଣ୍ଡିତ କରାଯିବା ଉଚିତ ।

supreme court of India

ଦୁଇ ଓକିଲ ଶିବକୁମାର ତ୍ରିପାଠୀ ଏବଂ ସିଏସ୍ ପଣ୍ଡା ଏହି ମାମଲାକୁ ସୁପ୍ରିମକୋର୍ଟଙ୍କ ନିକଟକୁ ନେଇଛନ୍ତି । ଏହି ଓକିଲମାନେ ମଧ୍ୟ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି । ଏହା ମଧ୍ୟ କୁହାଯାଇଛି ଯେ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଏହି ତଦନ୍ତ କରାଯାଉ । ଏହି ଘଟଣାରେ ଏଫଆଇଆର ପଞ୍ଜୀକୃତ ହେବା ଉଚିତ ଏବଂ ଅଭିଯୁକ୍ତ ମନ୍ତ୍ରୀ ଅଜୟ କୁମାର ମିଶ୍ର ଏବଂ ତାଙ୍କ ପୁଅଙ୍କୁ ଦଣ୍ଡ ଦିଆଯାଉ ବୋଲି ଆଇନଜୀବୀମାନେ ଦାବି କରିଛନ୍ତି ।

ଲକ୍ଷ୍ମୀପୁର ଘଟଣାକୁ ନେଇ ରାଜନୈତିକ ସଂଗ୍ରାମ ଜାରି

ଆପଣଙ୍କୁ କହି ରଖୁଛୁ, ଲକ୍ଷ୍ମୀପୁର ଘଟଣାକୁ ନେଇ ସାରା ଦେଶରେ ରାଜନୀତି ଚାଲିଛି । ପୀଡିତାଙ୍କ ପରିବାରକୁ ଭେଟିବାକୁ ସ୍ଥିର କରିଥିବା ବିରୋଧୀ ଦଳର ନେତାମାନଙ୍କୁ ଲକ୍ଷ୍ମୀପୁର ଯିବାକୁ ପ୍ରଶାସନ ଅନୁମତି ଦେଉନାହିଁ । ଏ ସମ୍ପର୍କରେ ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ବାକ୍ ଯୁଦ୍ଧ ଚାଲିଛି । ୟୁପି ପୋଲିସ ପ୍ରଥମେ ପ୍ରିୟଙ୍କା ଗାନ୍ଧୀଙ୍କୁ ଅଟକ ରଖି ପରେ ଗିରଫ କରିଛି । ଲକ୍ଷ୍ଖୀପୁର ଘଟଣା ସମ୍ପର୍କରେ ପଞ୍ଜାବରେ ନବଜୋତ ସିଂ ସିଦ୍ଧୁ ମଧ୍ୟ ବିରୋଧ ପ୍ରଦର୍ଶନ କରିଥିଲେ । ଯଦି ପ୍ରିୟଙ୍କାଙ୍କୁ ମୁକ୍ତ କରା ନ ଯାଏ ତେବେ ସେ ଆସନ୍ତାକାଲି ଲକ୍ଷ୍ମୀପୁର ଯିବେ ବୋଲି ସିଦ୍ଧୁ ଘୋଷଣା କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+