ନିତିନ ଗଡକରୀଙ୍କୁ ଜେଲରୁ ଧମକ ଦେଇଥିବା ବ୍ୟକ୍ତିର ଅଛି ଦାଉଦ୍ ଲିଙ୍କ, ମାଗିଥିଲା 100 କୋଟି
କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀଙ୍କୁ ଜେଲ ଭିତରୁ ଧମକ ଦେଇଥିବା ବ୍ୟକ୍ତି ବିଷୟରେ ବଡ ଖୁଲାସା ହୋଇଛି । କର୍ଣ୍ଣାଟକର ବେଲଗାମ୍ ଜେଲରୁ ଧମକ ଦେଇଥିଲା ଜଣେ ବ୍ୟକ୍ତି । ଏହି ବ୍ୟକ୍ତିର ଗ୍ୟାଙ୍ଗଷ୍ଟର ଦାଉଦ୍ ଇବ୍ରାହିମ୍ ସହ ଲିଙ୍କ ଥିବା ଦାବି କରିଛି ।
ମୁମ୍ବାଇ: କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀଙ୍କୁ ଜେଲ ଭିତରୁ ଧମକ ଦେଇଥିବା ବ୍ୟକ୍ତି ବିଷୟରେ ବଡ ଖୁଲାସା ହୋଇଛି । କର୍ଣ୍ଣାଟକର ବେଲଗାମ୍ ଜେଲରୁ ଧମକ ଦେଇଥିଲା ଜଣେ ବ୍ୟକ୍ତି । ଏହି ବ୍ୟକ୍ତିର ଗ୍ୟାଙ୍ଗଷ୍ଟର ଦାଉଦ୍ ଇବ୍ରାହିମ୍ ସହ ଲିଙ୍କ ଥିବା ଦାବି କରିଛି । ଗଡକରୀଙ୍କ ଅଫିସ୍ କୁ ଫୋନ୍ କରି 100 କୋଟି ଟଙ୍କା ଦାଦାବଟି ମାଗିଥିଲା ଏହି ବ୍ୟକ୍ତି ।
ବେଲଗାମ୍ ଜେଲରୁ ଧମକ ଦେଇଥିବା ବ୍ୟକ୍ତି କୁ ପଚରାଉଚୁରା ପାଇଁ ନାଗପୁର ପୋଲିସ ଶନିବାର ଏଠାରେ ପହଞ୍ଚିଛି । ମିଳିଥିବା ଖବର ଅନୁଯାୟୀ, ଧମକ ଦେଇଥିବା ବ୍ୟକ୍ତି ଜୟଶ ପୂଜାରୀ ବୋଲି ଜଣାପଡିଛି ।

ଜୟଶ ପୂଜାରୀ କୁ ହାଇକୋର୍ଟ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି । ନିତିନ ଗଡକରୀଙ୍କୁ ଜୟଶ କାହିଁକି ଧମକପୂର୍ଣ୍ଣ ଫୋନ୍ କଲ କରିଥିଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଜୟଶ ପୂଜାରୀକୁ ପଚରାଉଚୁରା କରିବାକୁ ଅନୁମତି ଦେବା ନେଇ ନାଗପୁର ପୋଲିସ ଟିମ୍ ବେଲଗାମ୍ ଜେଲ୍ ପ୍ରଶାସନ ନିକଟରେ ଆବେଦନ କରିପାରେ । ନିତିନ ଗଡକରୀଙ୍କ ଅଫିସ୍ କୁ ଗୋଟିଏ ଦିନରେ ତିନି ଥର ଫୋନ୍ କଲ୍ କରି ଜୟଶ ଧମକ ଦେଇଥିଲା । 100 କୋଟି ଟଙ୍କା ନ ଦେଲେ ହତ୍ୟା କରାଯିବ ବୋଲି ଧମକ ଦେଇଥିଲା ଜୟଶ । ଏହା ପରେ ନିତିନ ଗଡକରୀଙ୍କ ସୁରକ୍ଷା ବୃଦ୍ଧି କରାଯାଇଥିଲା । ନିତିନ ଗଡକରୀଙ୍କ ଘର, ଅଫିସ୍ ରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି ।
ରିପୋର୍ଟରେ ଦର୍ଶାଯାଇଛି ଯେ ଧମକ ଦେଇଥିବା ବ୍ୟକ୍ତି କହିଛି ଯେ ଯଦି ତାର ଦାବି ପୂରଣ ନହୁଏ ତେବେ ନିତିନ ଗଡକରୀଙ୍କର କ୍ଷତି ହୋଇପାରେ । ଦାବି ପୂରଣ ନ ହେଲେ ସେ ମନ୍ତ୍ରୀଙ୍କୁ ବୋମା ପକାଇ ଆକ୍ରମଣ କରିବେ ବୋଲି ଧମକ ଦେଇଥିଲା । ପ୍ରାଥମିକ ଯାଞ୍ଚରୁ ଜଣାପଡିଛି ଯେ ଜୟଶ ପୂଜାରୀ ଜେଲ ଭିତରେ ଫୋନରୁ ଏହି ଧମକପୂର୍ଣ୍ଣ କଲ କରିଥିଲା ।
ଉଲ୍ଲେଖଯୋଗ୍ୟ, ହତ୍ୟା ମାମଲାରେ ଜୟଶ ପୂଜାରୀ ଜେଲରେ ଅଛି । କୋର୍ଟ ତାଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି । ଜୟଶ ପୂଜାରୀ ଜଣେ କୁଖ୍ୟାତ ଅପରାଧୀ ଏବଂ ସେ 2016 ରେ ଜେଲରୁ ଖସିଯିବାରେ ମଧ୍ୟ ସଫଳ ହୋଇଥିଲା । ପରେ ତାଙ୍କୁ କର୍ଣ୍ଣାଟକ ପୋଲିସ ଗିରଫ କରିଥିଲା । ଜୟଶ ପୂଜାରୀ ପୂର୍ବରୁ କିଛି ବରିଷ୍ଠ ଅଧିକାରୀଙ୍କୁ ଧମକ ଦେଇଛି । ନିତିନ ଗଡକରୀଙ୍କ ଅଫିସ କୁ ଫୋନ୍ କରି ଅଭିଯୁକ୍ତ କର୍ଣ୍ଣାଟକର ଠିକଣା ଏବଂ ଏକ ଫୋନ୍ ନମ୍ବର ମଧ୍ୟ ଦେଇଛି ।












Click it and Unblock the Notifications