ଆଜିଠାରୁ 45 ବର୍ଷରୁ ଅଧିକ ଲୋକଙ୍କୁ ମିଳିବ କରୋନା ଟିକା

ଆଜି ଠାରୁ ସାରା ଦେଶରେ କରୋନା ଭାଇରସ ବିରୋଧରେ ଚାଲିଥିବା ଟୀକାକଣ ଅଭିଯାନର ତୃତୀୟ ପର୍ଯ୍ୟାୟ ଆରମ୍ଭ ହେବ । ଏହି ପର୍ଯ୍ୟାୟରେ 45 ବର୍ଷ ବୟସରୁ ଅଧିକ ବ୍ୟକ୍ତିଙ୍କୁ ଟୀକାକରଣ କରାଯିବ ।

ନୂଆଦିଲ୍ଲୀ : ଆଜି ଠାରୁ ସାରା ଦେଶରେ କରୋନା ଭାଇରସ ବିରୋଧରେ ଚାଲିଥିବା ଟୀକାକଣ ଅଭିଯାନର ତୃତୀୟ ପର୍ଯ୍ୟାୟ ଆରମ୍ଭ ହେବ । ଏହି ପର୍ଯ୍ୟାୟରେ 45 ବର୍ଷ ବୟସରୁ ଅଧିକ ବ୍ୟକ୍ତିଙ୍କୁ ଟୀକାକରଣ କରାଯିବ ।

ଏହା ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ଫ୍ରଣ୍ଟ ଲାଇନ୍ ଓ୍ୱାର୍କର ଏବଂ ଓ ଦ୍ୱିତୀୟ ପର୍ଯ୍ୟାୟରେ 60 ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ସହ ଗୁରୁତର ରୋଗରେ ପୀଡ଼ିତ 45 ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଟୀକାକରଣ କରାଯାଇଛି ।

corona-virus

ଏପ୍ରିଲ୍ 1 ରୁ, 45 ବର୍ଷରୁ ଅଧିକ ସମସ୍ତ ଲୋକ (ସୁସ୍ଥ ଏବଂ ଅସୁସ୍ଥ ) ଙ୍କୁ ଟୀକାକରଣ କରାଯିବାନେଇ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ମଙ୍ଗଳବାର ଏନେଇ ସୂଚନା ଦେଇଥିଲେ । ସେ କହିଛନ୍ତି, ଟୀକାରକରଣ ପାଇଁ cown.gov.in ୱେବସାଇଟ୍ ପରିଦର୍ଶନ କରି ଅଗ୍ରୀମ ପଞ୍ଜୀକଣ କରାଇପାରିବେ । ଏହା ବ୍ୟତୀତ ପଞ୍ଜୀକରଣ କରାଇନଥିବା ବ୍ୟକ୍ତି ନିକଟସ୍ଥ ଟିକାକରଣ କେନ୍ଦ୍ରକୁ ଅପରାହ୍ନ 3ଟା ପରେ ଯାଇ ଟୀକାକରଣ କରାଇପାରିବେ ।

ଦେଖାଇବାକୁ ହେବ ଏହି ଡକ୍ୟୁମେଣ୍ଟ

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି, ଟୀକାକରଣ ପାଇଁ ଉଭୟ ଅନଲାଇନ ଏବଂ ଅଫଲାଇନ୍ ପଞ୍ଜୀକରଣ ସୁବିଧା କରାଯାଇଛି । ଅନଲାଇନ ପଞ୍ଜୀକରଣ କରିନଥିବା ବ୍ୟକ୍ତି ନିଜର କଣସି ପରିଚୟ ପତ୍ର ନେଇ ନିକଟସ୍ଥ ଟୀକାକରଣ କେନ୍ଦ୍ରକୁ ଯାଇପାରିବେ । ସାଧାରଣତଃ ଆଧାରକାର୍ଡ ଏବଂ ଭୋଟର ପରିଚୟ ପତ୍ର ନେଇ ଟୀକାକରଣ କେନ୍ଦ୍ରକୁ ଯିବାକୁ ହେବ । ଏହା ବ୍ୟତୀତ ବ୍ୟାଙ୍କ ପାସବୁକ୍, ରାସନ କାର୍ଡ, ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ, ନେଇ ମଧ୍ୟ ଆପଣ ନିକଟସ୍ଥ ଟୀକାକରଣ କେନ୍ଦ୍ରରେ ପଞ୍ଜୀକରଣ କରାଇପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+