ଅପ୍ରେଲ ପହିଲାରୁ 45 ବର୍ଷରୁ ଅଧିକ ଲୋକଙ୍କୁ ମିଳିବ କରୋନା ଟିକା
ସାରା ଦେଶରେ କରୋନା ଭାଇରସ ବିରୋଧରେ ଚାଲିଥିବା ଟୀକାକଣ ଅଭିଯାନର ତୃତୀୟ ପର୍ଯ୍ୟାୟ ଆସନ୍ତା ଅପ୍ରେଲ ପହିଲା (ଗୁରୁବାର) ଠାରୁ ଆରମ୍ଭ ହେବ । ଏହି ପର୍ଯ୍ୟାୟରେ 45 ବର୍ଷ ବୟସରୁ ଅଧିକ ବ୍ୟକ୍ତିଙ୍କୁ ଟୀକାକରଣ କରାଯିବ ।
ନୂଆଦିଲ୍ଲୀ : ସାରା ଦେଶରେ କରୋନା ଭାଇରସ ବିରୋଧରେ ଚାଲିଥିବା ଟୀକାକଣ ଅଭିଯାନର ତୃତୀୟ ପର୍ଯ୍ୟାୟ ଆସନ୍ତା ଅପ୍ରେଲ ପହିଲା (ଗୁରୁବାର) ଠାରୁ ଆରମ୍ଭ ହେବ । ଏହି ପର୍ଯ୍ୟାୟରେ 45 ବର୍ଷ ବୟସରୁ ଅଧିକ ବ୍ୟକ୍ତିଙ୍କୁ ଟୀକାକରଣ କରାଯିବ ।
ଏହା ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ଫ୍ରଣ୍ଟ ଲାଇନ୍ ଓ୍ୱାର୍କର ଏବଂ ଓ ଦ୍ୱିତୀୟ ପର୍ଯ୍ୟାୟରେ 60 ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ସହ ଗୁରୁତର ରୋଗରେ ପୀଡ଼ିତ 45 ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଟୀକାକରଣ କରାଯାଇଛି ।

ଏପ୍ରିଲ୍ 1 ରୁ, 45 ବର୍ଷରୁ ଅଧିକ ସମସ୍ତ ଲୋକ (ସୁସ୍ଥ ଏବଂ ଅସୁସ୍ଥ ) ଙ୍କୁ ଟୀକାକରଣ କରାଯିବ । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ମଙ୍ଗଳବାର ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଟୀକାରକରଣ ପାଇଁ cown.gov.in ୱେବସାଇଟ୍ ପରିଦର୍ଶନ କରି ଅଗ୍ରୀମ ପଞ୍ଜୀକଣ କରାଇପାରିବେ । ଏହା ବ୍ୟତୀତ ପଞ୍ଜୀକରଣ କରାଇନଥିବା ବ୍ୟକ୍ତି ନିକଟସ୍ଥ ଟିକାକରଣ କେନ୍ଦ୍ରକୁ ଅପରାହ୍ନ 3ଟା ପରେ ଯାଇ ଟୀକାକରଣ କରାଇପାରିବେ ।
From April 1 all people above 45 yrs of age will be eligible for vaccination. Advance appointment can be booked through https://t.co/30GkxdeSKw. If you don't want to do this, you can go to your nearest vaccination centre after 3 pm & go for on-site registration: Union Health Secy pic.twitter.com/Y2Aul3kCJ5
— ANI (@ANI) March 30, 2021
ଦେଖାଇବାକୁ ହେବ ଏହି ଡକ୍ୟୁମେଣ୍ଟ
କେନ୍ଦ୍ରୀୟ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି, ଟୀକାକରଣ ପାଇଁ ଉଭୟ ଅନଲାଇନ ଏବଂ ଅଫଲାଇନ୍ ପଞ୍ଜୀକରଣ ସୁବିଧା କରାଯାଇଛି । ଅନଲାଇନ ପଞ୍ଜୀକରଣ କରିନଥିବା ବ୍ୟକ୍ତି ନିଜର କଣସି ପରିଚୟ ପତ୍ର ନେଇ ନିକଟସ୍ଥ ଟୀକାକରଣ କେନ୍ଦ୍ରକୁ ଯାଇପାରିବେ । ସାଧାରଣତଃ ଆଧାରକାର୍ଡ ଏବଂ ଭୋଟର ପରିଚୟ ପତ୍ର ନେଇ ଟୀକାକରଣ କେନ୍ଦ୍ରକୁ ଯିବାକୁ ହେବ । ଏହା ବ୍ୟତୀତ ବ୍ୟାଙ୍କ ପାସବୁକ୍, ରାସନ କାର୍ଡ, ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ, ନେଇ ମଧ୍ୟ ଆପଣ ନିକଟସ୍ଥ ଟୀକାକରଣ କେନ୍ଦ୍ରରେ ପଞ୍ଜୀକରଣ କରାଇପାରିବେ ।












Click it and Unblock the Notifications