ପେଗାସସ୍ ମାମଲା : 29 ଟି ଫୋନ୍ ମଧ୍ୟରୁ 5 ଟିରୁ ମିଳିଛି ମାଲୱେର୍, ସୁପ୍ରିମ କୋର୍ଟରେ ରିପୋର୍ଟ ଦାଖଲ
ବୈଷୟିକ କମିଟିର ରିପୋର୍ଟ ଅନୁସାରେ ମୋଟ 29 ଟି ଫୋନ୍ ନମ୍ବର ଦିଆଯାଇଥିଲା ଯେଉଁଥିରେ ପେଗାସସ୍ ଭାଇରସ୍ ଥିବା କୁହାଯାଉଛି, କମିଟି ଏହି 29 ଟି ମଧ୍ୟରୁ 5 ଟି ମାଲୱେର୍ ପାଇଛି । କିନ୍ତୁ ଏହା ପେଗାସସ୍ ବୋଲି କୁହାଯାଇପାରିବ ନାହିଁ ।
ନୂଆଦିଲ୍ଲୀ : ଆଜି ସୁପ୍ରିମକୋର୍ଟରେ ପେଗାସସ୍ ମାମଲାର ଶୁଣାଣି ଚାଲିଛି । ଏହି ସମୟ ମଧ୍ୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ କମିଟି ଏହି ପ୍ରସଙ୍ଗରେ ତିନି ଭାଗରେ, ବୈଷୟିକ କମିଟିର ଦୁଇଟି ରିପୋର୍ଟ ଏବଂ ତଦାରଖ କମିଟିର ଗୋଟିଏ ରିପୋର୍ଟ ଦାଖଲ କରିଛି ।
ସୁପ୍ରିମକୋର୍ଟର ଅବସରପ୍ରାପ୍ତ ଜଜ୍ ଜଷ୍ଟିସ୍ ଆର.ଭି ରବାନ୍ଦ୍ରନ୍ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି । କମିଟି ଏହାର ରିପୋର୍ଟରେ କହିଛି ଯେ ଏହି ରିପୋର୍ଟ ସାଧାରଣ ଜନତାଙ୍କ ପାଇଁ ନୁହେଁ, ତେଣୁ ଏହାକୁ ସାର୍ବଜନୀନ କରାଯିବା ଉଚିତ ନୁହେଁ, ଏହାକୁ ଗୋପନୀୟ ରଖିବା ଉଚିତ୍ । କମିଟି ମଧ୍ୟ ତାଙ୍କ ରିପୋର୍ଟରେ କହିଛି ଯେ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ସହଯୋଗ କରୁନାହାଁନ୍ତି ।

ସୁପ୍ରିମକୋର୍ଟ କହିଛନ୍ତି ଯେ ବୈଷୟିକ କମିଟିର ରିପୋର୍ଟ ଅନୁସାରେ ମୋଟ 29 ଟି ଫୋନ୍ ନମ୍ବର ଦିଆଯାଇଥିଲା ଯେଉଁଥିରେ ପେଗାସସ୍ ଭାଇରସ୍ ଥିବା କୁହାଯାଉଛି, କମିଟି ଏହି 29 ଟି ମଧ୍ୟରୁ 5 ଟି ମାଲୱେର୍ ପାଇଛି । କିନ୍ତୁ ଏହା ପେଗାସସ୍ ବୋଲି କୁହାଯାଇପାରିବ ନାହିଁ । ବୈଷୟିକ କମିଟି ଏହାର ରିପୋର୍ଟରେ କହିଛି ଯେ ପାଞ୍ଚଟି ଫୋନରେ ମାଲୱେୟାର ଥିଲା, ଆମେ ଦେଖିବା ଏହି ରିପୋର୍ଟର କେତେ ଅଂଶ ସାର୍ବଜନୀନ ହୋଇପାରିବ ।
ସୂଚନାଯୋଗ୍ୟ, ଅନେକ ରାଜନେତା, ସାମାଜିକ କାର୍ଯ୍ୟକର୍ତ୍ତା ଏବଂ ସାମ୍ବାଦିକଙ୍କ ଫୋନ୍ ଟ୍ୟାପ୍ କରାଯାଇଥିବା ଅଭିଯୋଗ ହୋଇଥିଲା । ଏହା ପରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ଯାହା ପରେ ଏହି କମିଟିକୁ ସମଗ୍ର ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଇଥିଲା । କମିଟିର ରିପୋର୍ଟ କୋର୍ଟରେ ପହଞ୍ଚିବା ପରେ କିଛି ଆବେଦନକାରୀ କମିଟିର ରିପୋର୍ଟର ନକଲ ମାଗିଛନ୍ତି ଯେଉଁଥିରେ କୋର୍ଟ କହିଛନ୍ତି ଯେ ଆମେ ଏହି ଦାବିର ସମୀକ୍ଷା କରିବୁ । ଏଥି ସହିତ କୋର୍ଟ କହିଛନ୍ତି ଯେ ସମ୍ପୂର୍ଣ୍ଣ ରିପୋର୍ଟ ନ ପଢି ଆମେ କୌଣସି ମନ୍ତବ୍ୟ ଦେଇ ପାରିବୁ ନାହିଁ ।
ବର୍ତ୍ତମାନ ମାମଲା ଚାରି ସପ୍ତାହ ପାଇଁ ସ୍ଥଗିତ ରଖାଯାଇଛି । ନ୍ୟୁଜ୍ ପୋର୍ଟ ଦି ୱାୟାର ଦାବି କରିଛି ଯେ 142 ଜଣଙ୍କ ଫୋନ୍ ଟ୍ୟାପ୍ ହୋଇଛି । ଆମ୍ନାଷ୍ଟୀ ଇଣ୍ଟରନ୍ୟାସନାଲ ର ସିକ୍ୟୁରିଟି ଲ୍ୟାବ୍ ମଧ୍ୟ ସୁରକ୍ଷା ଉଲ୍ଲଂଘନ ବିଷୟରେ କହିଛି । ଅଭିଯୋଗ ହୋଇଛି ଯେ ରାହୁଲ ଗାନ୍ଧୀ, ପ୍ରଶାନ୍ତ କିଶୋର, କେନ୍ଦ୍ର ମନ୍ତ୍ରୀ, ପୂର୍ବତନ ନିର୍ବାଚନ କମିଶନର, ସୁପ୍ରିମକୋର୍ଟର ଦୁଇ ରେଜିଷ୍ଟ୍ରାର, ପୂର୍ବତନ ବିଚାରପତି, 40 ସାମ୍ବାଦିକଙ୍କ ଫୋନ୍ ପେଗାସସ୍ ମାଧ୍ୟମରେ ଟ୍ୟାପ୍ କରାଯାଇଛି ।












Click it and Unblock the Notifications