ପେଗାସସ କେଳେଙ୍କାରୀ: 'ଜଷ୍ଟିସ୍ ରବୀନ୍ଦ୍ରନ୍ କମିଟି'କୁ ମିଳିଲା ଅଧିକ ସମୟ, ଜୁଲାଇରେ ହେବ ପରବର୍ତ୍ତୀ ଶୁଣାଣି
ପେଗାସସ୍ କେଳେଙ୍କାରୀ ଘଟଣାର ତଦନ୍ତ କରୁଥିବା ‘ଜଷ୍ଟିସ୍ ରବୀନ୍ଦ୍ରନ୍ କମିଟି'କୁ ମିଳିଲା ଅଧିକ ସମୟ । ଆଜି ସୁପ୍ରିମ୍ କୋର୍ଟ ଏନେଇ ଘୋଷଣା କରିଛନ୍ତି। ତଦନ୍ତ ରିପୋର୍ଟ ଦାଖଲ ପାଇଁ କମିଟି କିଛି ସମୟ ଚାହିଁଥିଲେ। ଫଳରେ ସୁପ୍ରିମ୍ କୋର୍ଟ ସେମାନଙ୍କ ଅନୁରୋଧ
ନୂଆଦିଲ୍ଲୀ: ପେଗାସସ୍ କେଳେଙ୍କାରୀ ଘଟଣାର ତଦନ୍ତ କରୁଥିବା 'ଜଷ୍ଟିସ୍ ରବୀନ୍ଦ୍ରନ୍ କମିଟି'କୁ ମିଳିଲା ଅଧିକ ସମୟ । ଆଜି ସୁପ୍ରିମ୍ କୋର୍ଟ ଏନେଇ ଘୋଷଣା କରିଛନ୍ତି। ତଦନ୍ତ ରିପୋର୍ଟ ଦାଖଲ ପାଇଁ କମିଟି କିଛି ସମୟ ଚାହିଁଥିଲେ। ଫଳରେ ସୁପ୍ରିମ୍ କୋର୍ଟ ସେମାନଙ୍କ ଅନୁରୋଧ ରକ୍ଷା କରି ଜୁନ୍ 28 ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବା ପାଇଁ କହିଛନ୍ତି। ରିପୋର୍ଟ ଦାଖଲ ପରେ ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ମାସରେ କରାଯିବ।

ଏହି ମାମଲାର ଶୁଣାଣି କରୁଥିବା ପ୍ରଧାନବିଚାରପତି ଏନ୍.ଭି. ରମନା, ବିଚାରପତି ସୂର୍ଯ୍ୟକାନ୍ତ ଏବଂ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଚାରପତି ରବୀନ୍ଦ୍ରନ୍ଙ୍କୁ ରିପୋର୍ଟ ଦେବା ଲାଗି ବୈଷୟିକ କମିଟିକୁ ସମୟ ଦେଇଛନ୍ତି। ପ୍ରଧାନ ବିଚାରପତି ଏନ୍. ଭି. ରମନା କହିଛନ୍ତି, 'ଡିଭାଇସ୍'ଗୁଡ଼ିକୁ ପରୀକ୍ଷା କରିବା ଲାଗି କମିଟି ତା'ର ନିଜସ୍ବ ସଫ୍ଟୱେର୍ ପ୍ରସ୍ତୁତ କରିଛି ଏବଂ ସରକାରୀ ଏଜେନ୍ସିମାନଙ୍କ ଠାରୁ ମଧ୍ୟ ମତ ଓ ମନ୍ତବ୍ୟ ପାଇଛନ୍ତି।
ପ୍ରଥମ ସୁପାରିସ ହେଉଛି ଏହା ଗବେଷଣା ସମ୍ବନ୍ଧୀୟ,ପେଗାସସ୍ ସଫ୍ଟ୍ୱେର୍ ବ୍ୟବହାର ପ୍ରତି ଡିଜିଟାଲ୍ ଫୋରେନ୍ସିକ୍ ଦିଗରୁ ତଦନ୍ତ କରିବା। ଦ୍ବିତୀୟ କଥାଟି ହେଉଛି 'ସାଇବର୍ ସିକ୍ୟୁରିଟି' ସମ୍ବନ୍ଧୀୟ ସୁପାରିସ। ତଦନ୍ତର ପ୍ରଥମାଂଶଟି ବୈଷୟିକ କମିଟିକୁ ଆସୁଥିବା ବେଳେ ଦ୍ବିତୀୟାଂଶଟି ବିଚାରପତିଙ୍କ ନେତୃତ୍ବାଧୀନ 3 ସଦସ୍ୟବିଶିଷ୍ଟ କମିଟିକୁ ଆସୁଛି ।
ପେଗାସସ୍ ମାମଲାର ତଦନ୍ତ କରୁଥିବା ବୈଷୟିକ କମିଟି ଅନୁସାରେ, ପେଗାସସ୍ ପାଇଁ ବିକଶିତ ଡିଭାଇସ୍ର ପରୀକ୍ଷା ନିମନ୍ତେ 'ଏସ୍ଓପି' ଚୂଡ଼ାନ୍ତ କରିବା ପ୍ରକ୍ରିୟା ଚାଲିଛି। ମେ ମାସ ଶେଷ ସୁଦ୍ଧା ଏହି କାମ ଶେଷ ହେବ ବୋଲି ଆଶା ରହିଛି ।












Click it and Unblock the Notifications