ବଢିଲା ସଞ୍ଜୟ ରାଉତଙ୍କ ଅଡ଼ୁଆ, ସେପ୍ଟେମ୍ବର 19 ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରହିବେ
ମହାରାଷ୍ଟ୍ରର ଶିବସେନା ନେତା ସଞ୍ଜୟ ରାଉତଙ୍କ ଅଡ଼ୁଆ ପୁଣି ବଢିଛି । ବର୍ତ୍ତମାନ ସଞ୍ଜୟ ସେପ୍ଟେମ୍ବର 19 ପର୍ଯ୍ୟନ୍ତ ଜେଲରେ ରହିବେ । ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟ ରାଜ୍ୟସଭା ସାଂସଦ ତଥା ଶିବସେନା ନେତା ସଞ୍ଜୟ ରାଉତଙ୍କ ନ୍ୟାୟିକ ହେପାଜତକୁ ବୃଦ୍ଧି କରିଛନ୍ତି ।
ମୁମ୍ବାଇ : ମହାରାଷ୍ଟ୍ରର ଶିବସେନା ନେତା ସଞ୍ଜୟ ରାଉତଙ୍କ ଅଡ଼ୁଆ ପୁଣି ବଢିଛି । ବର୍ତ୍ତମାନ ସଞ୍ଜୟ ସେପ୍ଟେମ୍ବର 19 ପର୍ଯ୍ୟନ୍ତ ଜେଲରେ ରହିବେ । ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟ ରାଜ୍ୟସଭା ସାଂସଦ ତଥା ଶିବସେନା ନେତା ସଞ୍ଜୟ ରାଉତଙ୍କ ନ୍ୟାୟିକ ହେପାଜତକୁ ବୃଦ୍ଧି କରିଛନ୍ତି ।
ମନି ଲଣ୍ଡ୍ରିଂ ମାମଲାରେ ଗିରଫ ହୋଇଥିବା ସଞ୍ଜୟ ରାଉତଙ୍କ ନ୍ୟାୟିକ ହେପାଜତ ଅବଧିକୁ ସେପ୍ଚେମ୍ବର 19 ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । ପାତ୍ର ଚଲ୍ ମନି ଲଣ୍ଡ୍ରିଂ ମାମଲାରେ ଇଡି ରାଉତଙ୍କୁ ଅଗଷ୍ଟ 1 ତାରିଖରେ ଗିରଫ କରିଥିଲା ।

ସଞ୍ଜୟ ରାଉତ 9 ଦିନ ଧରି ଇଡି ହେପାଜତରେ ଥିଲେ, ପରେ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା । ପାତ୍ର ଚଲ୍ ମନି ଲଣ୍ଡରିଂ ମାମଲାର ଶୁଣାଣି ଆଜି ସ୍ୱତନ୍ତ୍ର କୋର୍ଟରେ ହୋଇଥିଲା । ଶୁଣାଣି ସମୟରେ ରାଉତଙ୍କ ପରିବାର ସଦସ୍ୟ ଏବଂ ସମର୍ଥକମାନେ ମଧ୍ୟ କୋର୍ଟରେ ଉପସ୍ଥିତ ଥିଲେ । ଏଥି ସହିତ ସଞ୍ଜୟ ରାଉତଙ୍କ ଓକିଲ ସୋମବାର କୋର୍ଟଙ୍କୁ କହିଛନ୍ତି ଯେ ସେ ଏପର୍ଯ୍ୟନ୍ତ ଜାମିନ ଆବେଦନ କରିନାହାଁନ୍ତି ।
ଏଥି ସହିତ ସଞ୍ଜୟ ରାଉତଙ୍କୁ କିଛି ସଂସଦ ଫର୍ମରେ ଦସ୍ତଖତ କରିବାକୁ ଏବଂ ଏହାର ଏକ ନକଲ କୋର୍ଟ ଏବଂ ଇଡି ପ୍ରଦାନ କରିବାକୁ କୋର୍ଟ ଅନୁମତି ଦେଇଛନ୍ତି ।
-
ଭାରତରେ ବଢ଼ିଲା ପେଟ୍ରୋଲ ଦାମ୍, ଆଜିଠାରୁ ପ୍ରତି ଲିଟର ପିଛା... -
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି; ସୁବାସିନୀ ଜେନା -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଏମ୍ଏସ୍ ଧୋନିଙ୍କ ନାଁରେ ଥିବା କ୍ରିକେଟ ଷ୍ଟାଡିୟମ ସିଲ୍












Click it and Unblock the Notifications