Get Updates
Get notified of breaking news, exclusive insights, and must-see stories!

ଅଧା ବାଟରୁ 108 ଆମ୍ବୁଲାନ୍ସରେ ସରିଗଲା ତେଲ, ରାସ୍ତାରେ ଚାଲିଗଲା ରୋଗୀଙ୍କ ପ୍ରାଣ

ରାଜସ୍ଥାନର ବାଂସୱାଡ଼ା ଜିଲ୍ଲାର ଦାନାପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଅଧା ବାଟରେ ଆମ୍ବୁଲାନ୍ସର ତେଲ ସରିଯିବାରୁ ରୋଗୀଙ୍କ ଦେହାନ୍ତ ହୋଇଛି ।

ଜୟପୁର : ରାଜସ୍ଥାନର ବାଂସୱାଡ଼ା ଜିଲ୍ଲାର ଦାନାପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଅଧା ବାଟରେ ଆମ୍ବୁଲାନ୍ସର ତେଲ ସରିଯିବାରୁ ରୋଗୀଙ୍କ ଦେହାନ୍ତ ହୋଇଛି । ଏପରିକି ରାସ୍ତା ମଝିରେ ରୋଗୀଙ୍କ ପରିବାର ଲୋକ ଆମ୍ବୁଲାନ୍ସ କୁ ଠେଲି ଠେଲି ନେଉଥିବାର ଦେଖିବାକୁ ମିଳିଛି । ସ୍ୱାସ୍ଥ୍ୟ ବିଭାଗ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

Ambulance

ସୂଚନା ଅନୁଯାୟୀ, ବାଂସୱାଡ଼ା ଦାନାପୁରର ବାସିନ୍ଦା 40 ବର୍ଷିୟ ତେଜିଆ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ସମ୍ପର୍କୀୟମାନେ ରାଜସ୍ଥାନ ସରକାରଙ୍କ 108 ଆମ୍ବୁଲାନ୍ସକୁ ଫୋନ କରିଥିଲେ । ତେଜିଆଙ୍କୁ 108 ଆମ୍ବୁଲାନ୍ସରେ ଡାକ୍ତରଖାନା ନିଆଯାଇଥିଲା । ବାଟରେ ଆମ୍ବୁଲାନ୍ସ ଅଟକି ଗଲା । ପରେ ଜାଣିବାକୁ ମିଳିଲା ଯେ ଆମ୍ବୁଲାନ୍ସରେ ତେଲ ସରିଯାଇଛି ।

ଯେତେବେଳେ ଆମ୍ବୁଲାନ୍ସ ରାସ୍ତାରେ ଅଟକି ଗଲା, ରୋଗୀଙ୍କ ଝିଅ, ଜ୍ୱାଇଁ ଏବଂ ଅନ୍ୟ ଲୋକମାନେ ଆମ୍ବୁଲାନ୍ସକୁ ଏକ କିଲୋମିଟର ପର୍ଯ୍ୟନ୍ତ ଠେଲି ଠେଲି ନେଇଥିଲେ । ଡାକ୍ତରଖାନାରା ପହଞ୍ଚିବାରେ ବିଳମ୍ବ ହେବାରୁ ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇଥିଲା ଏବଂ ତେଜିଆଙ୍କର ମୃତ୍ୟୁ ହୋଇଥିଲା ।
ଏହି ମାମଲାରେ ବଂଶୱାଡ଼ା CMHO କହିଛନ୍ତି ଯେ ଆମେ ଘଟଣା ବିଷୟରେ ଜାଣିବାକୁ ପାଇଲୁ ଏବଂ ତଦନ୍ତ ଆରମ୍ଭ କରିଛୁ । ପୀଡିତଙ୍କ ପରିବାର ସଦସ୍ୟଙ୍କୁ ଭେଟିବୁ ଏବଂ ଅବହେଳା ବିଷୟରେ ଜାଣିବୁ । ଘରୋଇ ଏଜେନ୍ସି ଦ୍ୱାରା 108 ଆମ୍ବୁଲାନ୍ସ ପରିଚାଳିତ ହେଉଛି । ସେ ଆମ୍ବୁଲାନ୍ସର ରକ୍ଷଣାବେକ୍ଷଣ ପାଇଁ ଦାୟୀ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+