For Quick Alerts
Turn On Notification  
For Daily Alerts
Oneindia App Download

ବିମାନରେ ବଢୁଛି ବିଶୃଙ୍ଖଳା, କ୍ୟାବିନ୍ କ୍ରୁ ଙ୍କୁ ଦୁର୍ବବ୍ୟବହାର କରି ଯାତ୍ରୀ ଗିରଫ

ଏୟାର ଇଣ୍ଡିଆରେ ଯାତ୍ରୀଙ୍କ ଦୁର୍ବବ୍ୟବହାର ପରେ ବର୍ତ୍ତମାନ ସ୍ପାଇସ୍ ଜେଟ୍ ବିମାନରେ ଏପରି ଏକ ଖବର ଆସିଛି । ଜଣେ ଯାତ୍ରୀ କ୍ୟାବିନ୍ କ୍ରୁ ଙ୍କ ସହ ଅଶୋଭନୀୟ ଆଚରଣ କରିବା ଅଭିଯୋଗରେ 2 ଜଣ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଛି ।

|
flight

ନୂଆଦିଲ୍ଳୀ: ଗତ କିଛି ଦିନ ହେବ ବିମାନରେ ଯାତ୍ରୀଙ୍କ ବିଶୃଙ୍ଖଳା ଖବର ବାରମ୍ବାର ସାମ୍ନାକୁ ଆସୁଛି । ଏୟାର ଇଣ୍ଡିଆରେ ଯାତ୍ରୀଙ୍କ ଦୁର୍ବବ୍ୟବହାର ପରେ ବର୍ତ୍ତମାନ ସ୍ପାଇସ୍ ଜେଟ୍ ବିମାନରେ ଏପରି ଏକ ଖବର ଆସିଛି । ଜଣେ ଯାତ୍ରୀ କ୍ୟାବିନ୍ କ୍ରୁ ଙ୍କ ସହ ଅଶୋଭନୀୟ ଆଚରଣ କରିବା ଅଭିଯୋଗରେ 2 ଜଣ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଛି ।

ଦିଲ୍ଲୀରୁ ହାଇଦ୍ରାବାଦ୍‌ ଯାଉଥିବା ସ୍ପାଇସ୍‌ଜେଟ୍‌ ବିମାନରେ ମହିଳା କ୍ୟାବିନ୍‌ କ୍ରୁଙ୍କ ସହ ଜଣେ ଯାତ୍ରୀ ଅସଦାଚାରଣ କରିଥିବା ଅଭିଯୋଗ ହୋଇଛି । ଏହା ପରେ ଯାତ୍ରୀଙ୍କୁ ଗିରଫ କରାଯାଇଛି । ଗିରଫ ଯାତ୍ରୀ ଅବସର ଆଲାମ ବୋଲି ଜଣାପଡ଼ିଛି ।

ମିଳିଥିବା ସୂଚନାନୁଯାୟୀ ବୋର୍ଡିଂ ସମୟରେ ଗତକାଲି ଜଣେ ଯାତ୍ରୀ କ୍ୟାବିନ କର୍ମଚାରୀଙ୍କୁ ହଇରାଣ କରିଥିଲେ ଏବଂ ଖରାପ ବ୍ୟବହାର କରିଥିଲେ । ଫଳରେ କ୍ୟାବିନ ସଦସ୍ୟ ଜଣଙ୍କ କାନ୍ଦି ପକାଇଥିଲେ । ଏହି କାରଣ ପାଇଁ ସମ୍ପୃକ୍ତ ଯାତ୍ରୀ ଏବଂ ତାଙ୍କର ଅନ୍ୟ ଜଣେ ସହଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇ ସୁରକ୍ଷା ସଂସ୍ଥାକୁ ହସ୍ତାନ୍ତର କରାଯାଇଥିଲା ।

ସେହି ସମୟର ଏକ ଭିଡିଓ ବି ସୋଶାଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ଭିଡିଓରେ ଯାତ୍ରୀ ଜଣକ କ୍ୟାବନ କ୍ରିୟୁଙ୍କ ଉପରେ ବଡ଼ ପାଟିରେ ଚିଲାଉଥିବା ବି ଭିଡିଓରେ ଦେଖିବାକୁ ମିଳିଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Passengers Deboard From Flight For misbehave with Cabin Crew Members In spice jet
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X