1947 ର ବିଭାଜନ ଦୁଇ ବନ୍ଧୁଙ୍କୁ କରିଥିଲା ଅଲଗା, 74 ବର୍ଷ ପରେ କରତାରପୁରରେ ହେଲା ସାକ୍ଷାତ

1947 ରେ ଭାରତର ବିଭାଜନ ସମୟରେ ଅଲଗା ହୋଇଥିବା ଦୁଇ ବନ୍ଧୁ କେବେ କଳ୍ପନା କରି ନଥିବେ ଯେ ସେମାନେ ଆଉଥରେ ସାକ୍ଷାତ କରିବେ, କିନ୍ତୁ 74 ବର୍ଷ ପରେ ଏହି ସୁଯୋଗ ଆସିଲା ।

ନୂଆଦିଲ୍ଲୀ : 1947 ରେ ଭାରତର ବିଭାଜନ ସମୟରେ ଅଲଗା ହୋଇଥିବା ଦୁଇ ବନ୍ଧୁ କେବେ କଳ୍ପନା କରି ନଥିବେ ଯେ ସେମାନେ ଆଉଥରେ ସାକ୍ଷାତ କରିବେ, କିନ୍ତୁ 74 ବର୍ଷ ପରେ ଏହି ସୁଯୋଗ ଆସିଲା । କରତାରପୁର ଗୁରୁଦ୍ୱାର ଦରବାର ସାହିବରେ 74 ବର୍ଷ ପରେ ଏହି ଦୁଇ ବନ୍ଧୁ ପରସ୍ପରକୁ ପୁଣି ଭେଟିଛନ୍ତି ।

kartarpur sahib corridor

1947 ମସିହାରେ ଦେଶର ସ୍ୱାଧୀନତା ସହିତ ବିଭାଜନର ଦୁଃଖଦ ଘଟଣା ମଧ୍ୟ ଘଟିଥିଲା ଯେଉଁଥିରେ ଲକ୍ଷ ଲକ୍ଷ ଲୋକଙ୍କୁ ହଠାତ୍ ନିଜ ଘର ଛାଡିବାକୁ ପଡିଲା । ସେମାନଙ୍କ ମଧ୍ୟରେ ସର୍ଦ୍ଦାର ଗୋପାଳ ସିଂ (94) ଏବଂ ମହମ୍ମଦ ବଶୀର (91) ମଧ୍ୟ ଥିଲେ । ଏକାଠି ଖେଳୁଥିବା ଦୁଇ ସାଙ୍ଗଙ୍କୁ ବିଭାଜନ ଅଲଗା କରିଦେଇଥିଲା ।

କରତାରପୁର କରିଡର ଖୋଲିବା ପରେ ସର୍ଦ୍ଦାର ଗୋପାଳ ସିଂ ଗୁରୁଦ୍ୱାର ଦରବାର ସାହିବରେ ପହଞ୍ଚିଲେ, ସେତେବେଳେ ସେ ଜାଣି ନଥିଲେ ଯେ ପବିତ୍ର ସ୍ଥାନ ପରିଦର୍ଶନ କରିବା ସହିତ 74 ବର୍ଷ ପୂର୍ବେ ଅଲଗା ହୋଇ ପାକିସ୍ତାନର ନାରୋୱାଲ ସହରରେ ରହୁଥିବା ବନ୍ଧୁ ମହମ୍ମଦ ବଶୀରଙ୍କୁ ଭେଟିବାର ସୁଯୋଗ ମିଳିବ ।

kartarpur sahib corridor

ପାକିସ୍ତାନର ଡନ୍ ଖବରକାଗଜ ଦୁଇ ବନ୍ଧୁଙ୍କର ଏହି ସାକ୍ଷାକୁ ଖବର ପ୍ରକାଶ କରି ଲେଖିଛି ଯେ ଦୁଇ ବନ୍ଧୁ ପରସ୍ପରକୁ ଚିହ୍ନିବା ମାତ୍ରେ ଉଭୟ ଭାବପ୍ରବଣ ହୋଇଗଲେ । ଦୁହେଁ ବିଭାଜନ ପୂର୍ବରୁ ସେମାନଙ୍କର ଯୁବାବସ୍ଥାର ଦିନ ସମ୍ପର୍କରେ ଆଲୋଚନା କରିଥିଲେ ଯେତେବେଳେ ସେମାନେ ଏକାଠି ଡେରା ବାବା ନାନକ ଗୁରୁଦ୍ୱାରକୁ ଯାଇ ମଧ୍ୟାହ୍ନ ଭୋଜନ ଏବଂ ଚା ଖାଉଥିଲେ । ଏହି ଖବର ଦେଖୁ ଦେଖୁ ସୋଶାଲ ମିଡିଆରେ ଭାଇରାଲ ହୋଇଗଲା । ଅନେକ ଏହାକୁ ଏକ ଚଳଚ୍ଚିତ୍ରର କାହାଣୀ ପରି ମଧ୍ୟ କହିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+