ଫେସବୁକ୍ ଓ ଗୁଗୁଲକୁ ନୂଆ ଆଇଟି ନିୟମ ମାନିବାକୁ ସଂସଦୀୟ କମିଟିର ନିର୍ଦ୍ଦେଶ
ସଂସଦୀୟ ସ୍ଥାୟୀ କମିଟି ଫେସବୁକ ଏବଂ ଗୁଗୁଲକୁ ନୂତନ ଆଇଟି ନିୟମ ମାନିବାକୁ ଏବଂ ଦେଶର ନିୟମ ମାନିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଫେସବୁକ୍ ଏବଂ ଗୁଗୁଲର ଅଧିକାରୀମାନଙ୍କୁ ଏହି କମିଟି ସମନ ଜାରି କରିଥିଲା ।
ନୂଆଦିଲ୍ଲୀ : ଫେସବୁକ୍ ଓ ଗୁଗୁଲକୁ ନୂଆ ଆଇଟି ନିୟମ ମାନିବାକୁ ସଂସଦୀୟ କମିଟି ନିର୍ଦ୍ଦେଶ ଦେଇଛି । ଫେସବୁକ୍ ଇଣ୍ଡିଆ ଏବଂ ଗୁଗୁଲର ଅଧିକାରୀମାନେ ମଙ୍ଗଳବାର ଦିନ ସୋଶାଲ ମିଡିଆ ପ୍ଲାଟଫର୍ମର ଅପବ୍ୟବହାର ପ୍ରସଙ୍ଗରେ ସୂଚନା ପ୍ରଯୁକ୍ତିବିଦ୍ୟା ସଂସଦୀୟ ଷ୍ଟାଣ୍ଡିଂ କମିଟି ସମ୍ମୁଖରେ ନିଜର ଆଭିମୁଖ୍ୟ ଉପସ୍ଥାପନ କରିଛନ୍ତି ।

ଏହା ପରେ ସଂସଦୀୟ ସ୍ଥାୟୀ କମିଟି ଫେସବୁକ ଏବଂ ଗୁଗୁଲକୁ ନୂତନ ଆଇଟି ନିୟମ ମାନିବାକୁ ଏବଂ ଦେଶର ନିୟମ ମାନିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଫେସବୁକ୍ ଏବଂ ଗୁଗୁଲର ଅଧିକାରୀମାନଙ୍କୁ ଏହି କମିଟି ସମନ ଜାରି କରିଥିଲା । କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ଏହି କମିଟିର ଅଧ୍ୟକ୍ଷ ଅଛନ୍ତି ।












Click it and Unblock the Notifications