Get Updates
Get notified of breaking news, exclusive insights, and must-see stories!

ଆଜିଠାରୁ ସଂସଦର ଶୀତକାଳୀନ ଅଧିବେଶନ, 16 ଟି ନୂତନ ବିଲ୍ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି ସରକାର

ସଂସଦର ଶୀତକାଳୀନ ଅଧିବେଶନ ବୁଧବାର ଠାରୁ ଅର୍ଥାତ୍ 7 ଡିସେମ୍ବରରୁ ଆରମ୍ଭ ହେଉଛି । ସଂସଦର ଏହି ଶୀତକାଳୀନ ଅଧିବେଶନରେ 17 କାର୍ଯ୍ୟଦିବସ ରହିବ । ଅଧିବେଶନ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗଣମାଧ୍ୟମ ସହ ଆଲୋଚନା କରିପାରନ୍ତି ।

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ବୁଧବାର ଠାରୁ ଅର୍ଥାତ୍ 7 ଡିସେମ୍ବରରୁ ଆରମ୍ଭ ହେଉଛି । ସଂସଦର ଏହି ଶୀତକାଳୀନ ଅଧିବେଶନରେ 17 କାର୍ଯ୍ୟଦିବସ ରହିବ । ଅଧିବେଶନ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗଣମାଧ୍ୟମ ସହ ଆଲୋଚନା କରିପାରନ୍ତି । ପ୍ରଥମ ଦିନରେ ଚଳିତ ବର୍ଷ ପ୍ରାଣ ହରାଇଥିବା ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ । ଅକ୍ଟୋବରରେ ସମାଜବାଦୀ ପାର୍ଟିର ମୁଖ୍ୟ ମୁଲାୟମ ସିଂହ ଯାଦବଙ୍କ ଦେହାନ୍ତ ହୋଇଥିଲା । 29 ଡିସେମ୍ବର 2022 ପର୍ଯ୍ୟନ୍ତ ଏହି ଶୀତ ଅଧିବେଶନ ଜାରି ରହିବ । ଉପରାଷ୍ଟ୍ରପତି ଜଗଦୀପ ଧନଖର ମଧ୍ୟ ପ୍ରଥମ ଥର ପାଇଁ ରାଜ୍ୟସଭା ଅଧ୍ୟକ୍ଷତା କରିବେ । ଏହି ସମୟ ମଧ୍ୟରେ ସରକାର 16 ଟି ବିଲ୍ ଆଗତ କରିବାକୁ ପ୍ରସ୍ତୁତ ହେଉଛନ୍ତି ।

parliament

ଟ୍ରେଡ୍ ମାର୍କ (ସଂଶୋଧନ) ବିଲ୍, 2022 ଏବଂ ମଲ୍ଟି ଷ୍ଟେଟ୍ କୋଅପରେଟିଭ୍ ସୋସାଇଟିସ୍ (ସଂଶୋଧନ) ବିଲ୍, 2022 ସହିତ କେନ୍ଦ୍ର ସରକାର ଏହି ଶୀତକାଳୀନ ଅଧିବେଶନରେ 16 ଟି ନୂତନ ବିଲ୍ ଆଗତ କରିବେ । କିଛି ବିଲ୍ ଗୃହ ଦ୍ୱାରା ପାରିତ ହୋଇସାରିଛି କିମ୍ବା ସଂସଦୀୟ କମିଟି ଦ୍ୱାରା ମୂଲ୍ୟାଙ୍କନ କରାଯାଇଛି । ଏସବୁ ପରବର୍ତ୍ତୀ ପର୍ଯ୍ୟାୟକୁ ଯିବ ।

ଏହା ପୂର୍ବରୁ ସର୍ବଦଳୀୟ ବୈଠକରେ ଅଧିବେଶନ ସମୟରେ ମହିଳା ସଂରକ୍ଷଣ ବିଲ୍‌କୁ ପାରିତ କରିବା ଉପରେ ବିଜେଡି ଜୋର୍‌ ଦେଇଛି । ବୈଠକରେ ବିଜେଡିର ଲୋକସଭା ନେତା ପିନାକୀ ମିଶ୍ର ଏବଂ ରାଜ୍ୟସଭା ନେତା ସସ୍ମିତ ପାତ୍ର କହିଛନ୍ତି ଯେ ମହିଳା ସଂରକ୍ଷଣ ବିଲକୁ ସଂସଦରେ ପାରିତ କରିବ‌ା ପାଇଁ ସଂସଦର ବିଭିନ୍ନ ଅଧିବେଶନରେ ବିଜେଡି ପକ୍ଷରୁ ଦାବି କରାଯାଇଛି । ଏହି ବିଲ୍‌କୁ ପାରିତ କରିବା ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହାକୁ କାର୍ଯ୍ୟକାରୀ କରାଯାଇନାହିଁ । ଏହି ବିଲ୍ କୁ ଯଥାଶୀଘ୍ର ପାରିତ କରାଯାଉ ବୋଲି ବିଜେଡି ନେତା ବୈଠକରେ ଦାବି କରିଥିଲେ ।

ଏହି 16 ଟି ନୂତନ ବିଲ୍ ଆଗତ କରିପାରନ୍ତି ସରକାର

  1. ଟ୍ରେଡ୍ ମାର୍କ (ସଂଶୋଧନ) ବିଲ୍, 2022
  2. ଦ୍ରବ୍ୟର ଭୌଗୋଳିକ ସୂଚକାଙ୍କ (ପଞ୍ଜୀକରଣ ଏବଂ ସୁରକ୍ଷା) (ସଂଶୋଧନ) ବିଲ୍, 2022
  3. ବହୁ-ରାଜ୍ୟ ସମବାୟ ସମିତି (ସଂଶୋଧନ) ବିଲ୍, 2022
  4. କ୍ୟାଣ୍ଟନମେଣ୍ଟସ୍ ବିଲ୍, 2022
  5. ପୁରୁଣା ଅନୁଦାନ (ନିୟମାବଳୀ) ବିଲ୍, 2022
  6. ସମ୍ବିଧାନ (ଅନୁସୂଚିତ ଜନଜାତି) ଆଦେଶ (ଦ୍ୱିତୀୟ ସଂଶୋଧନ) ବିଲ୍, 2022
  7. ସମ୍ବିଧାନ (ଅନୁସୂଚିତ ଜନଜାତି) ଆଦେଶ (ତୃତୀୟ ସଂଶୋଧନ) ବିଲ୍, 2022
  8. ସମ୍ବିଧାନ (ଅନୁସୂଚିତ ଜନଜାତି) ଆଦେଶ (ଚତୁର୍ଥ ସଂଶୋଧନ) ବିଲ୍, 2022
  9. ସମ୍ବିଧାନ (ଅନୁସୂଚିତ ଜନଜାତି) ଆଦେଶ (ପଞ୍ଚ ସଂଶୋଧନ) ବିଲ୍, 2022
  10. ରଦ୍ଦ ଏବଂ ସଂଶୋଧନ ବିଲ୍, 2022
  11. ଜାତୀୟ ଦନ୍ତ ଚିକିତ୍ସା ଆୟୋଗ ବିଲ୍, 2022
  12. ଜାତୀୟ ନର୍ସିଂ ଏବଂ ମିଡୱାଇଫେରୀ କମିଶନ ବିଲ୍, 2022
  13. ଜଙ୍ଗଲ (ସଂରକ୍ଷଣ) ସଂଶୋଧନ ବିଲ୍, 2022
  14. ଉପକୂଳ ଜଳଚର ପ୍ରାଧିକରଣ (ସଂଶୋଧନ) ବିଲ୍, 2022
  15. ଉତ୍ତର ପୂର୍ବ ଜଳ ପରିଚାଳନା ପ୍ରାଧିକରଣ ବିଲ୍, 2022
  16. କଳାକ୍ଷେତ୍ର ଫାଉଣ୍ଡେସନ୍ (ସଂଶୋଧନ) ବିଲ୍, 2022
More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+