Monsoon Session 2023 : ଜନବିଶ୍ୱାସ ବିଲ୍ ସମେତ 22 ଟି ବିଲ୍ ଆଣିବାକୁ ପ୍ରସ୍ତୁତ ହେଉଛି ମୋଦୀ ସରକାର
ନୂଆଦିଲ୍ଲୀ : ସଂସଦରେ ଏଥର ହେବାକୁ ଥିବା ମୌସୁମୀ ଅଧିବେଶନରେ ଜନ ବିଶ୍ୱାସ ବିଲ୍ ଆଣିବାକୁ ପ୍ରସ୍ତୁତି ଚାଲିଛି । ଏହି ବିଲ୍ ଆଇନରେ ପରିଣତ ହେବା ପରେ 3,400 ଅପରାଧକୁ ଅପରାଧମୁକ୍ତ କରାଯିବ । ଖବର ଅନୁଯାୟୀ, ମୌସୁମୀ ଅଧିବେଶନରେ କେନ୍ଦ୍ର ଏହି ବିଲ୍ ସମେତ 22 ଟି ବିଲ୍ ଆଣିବାକୁ ପ୍ରସ୍ତୁତ କରୁଛି ।
ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ଦିଲ୍ଲୀର ଅଧିକାରୀ ନିଯୁକ୍ତି ଏବଂ ବଦଳି ନେଇ କେନ୍ଦ୍ରର ଅଧ୍ୟାଦେଶ ଉପରେ କଂଗ୍ରେସ ନିଜର ଅଭିମୁଖ୍ୟ ସ୍ପଷ୍ଟ କରିଛି । କଂଗ୍ରେସ କହିଛି ଯେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ରାଜ୍ୟ ସରକାରଙ୍କ ସାମ୍ବିଧାନିକ ଅଧିକାର ଉପରେ ନରେନ୍ଦ୍ର ମୋଦୀ ସରକାରଙ୍କ ସମସ୍ତ ଆକ୍ରମଣକୁ ବିରୋଧ କରିବ ।

ଖବର ଅନୁଯାୟୀ ସଂସଦର ଆଗାମୀ ମୌସୁମୀ ଅଧିବେଶନ ପାଇଁ ବିଜେପି ମଧ୍ୟ ପ୍ରସ୍ତୁତି ଚଳାଇଛି । ମୌସୁମୀ ଅଧିବେଶନରେ ଜନ ବିଶ୍ୱାସ ଏବଂ ଜଙ୍ଗଲ ସୁରକ୍ଷା ସମେତ ଅନେକ ବିଲ୍ ଉପରେ ବିଚାର କରାଯିବ । ଏଥି ମଧ୍ୟରୁ ବିରୋଧୀ କିଛି ଆଇନକୁ ବିରୋଧ କରି ଆସୁଥଛନ୍ତି ।
ଜନ ବିଶ୍ୱାସ ବିଧେୟକ 2022, 42 ଆଇନରେ 181 ଟି ସଂଶୋଧନ ଏବଂ ଅପରାଧିକ ବ୍ୟବସ୍ଥାକୁ ଯୁକ୍ତିଯୁକ୍ତ କରିବା ଉଦ୍ଦେଶ୍ୟରେ ଜନ ବିଶ୍ୱାସ ବିଲ୍ ପ୍ରସ୍ତୁତ କରାଯାଇଛି । ମିଳିତ କମିଟିକୁ ପଠାଯିବା ପୂର୍ବରୁ ଗତ ସଂସଦ ଅଧିବେଶନରେ ପୀୟୁଷ ଗୋୟଲ ଏହି ବିଲ୍ ଆଗତ କରିଥିଲେ ।
ଏହି ବିଲ୍ ଆଗତ କରିବାବେଳେ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ କହିଥିଲେ ଯେ, ଦେଶରେ ଏପରି ଅନେକ ଆଇନ ଅଛି ଯେଉଁଥିରେ ସାମାନ୍ୟ ଅପରାଧ ପାଇଁ ଦଣ୍ଡର ବ୍ୟବସ୍ଥା ରହିଛି, ଯେଉଁଥିପାଇଁ ଲୋକଙ୍କୁ ନ୍ୟାୟପାଳିକାର ଦ୍ୱାରସ୍ଥ ହେବାରକୁ ପଡ଼ିଥାଏ । ଆଇନରେ ଥିବା ପୁରାତନ ବ୍ୟବସ୍ଥାରେ ସଂଶୋଧନ କୋର୍ଟ ଉପରେ ଭାର କମାଇବାରେ ସହାୟକ ହେବ ବୋଲି କହିଥିଲେ ବାଣିଜ୍ୟ ମନ୍ତ୍ରୀ ।
ଏହି ବିଲ୍, ନିବେଶକଙ୍କ ଆତ୍ମବିଶ୍ୱାସ ବଢାଇବାକୁ ଏବଂ ବ୍ୟବସାୟ କରିବାକୁ ଦେଶର ମାନ୍ୟତାରେ ଉନ୍ନତି ଆଣିବାକୁ ଚାହୁଁଛି ବୋଲି ଡ୍ରାଫ୍ଟରେ କୁହାଯାଇଛି । ଛୋଟ ଅପରାଧ ପାଇଁ କାରାଗାରର ଭୟ ଦୂର କରିବାକୁ ଚେଷ୍ଟା କରାଯାଉଛି ।
ଜନ ବିଶ୍ୱାସ ବିଧେୟକ ସଂପର୍କରେ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଜେପିସି ରିପୋର୍ଟରେ ପ୍ରଥମେ 42 ଟି ଆଇନରେ 35 ହଜାରରୁ ଅଧିକ ନିୟମ ପାଳନ ବୋଝକୁ କମ୍ କରାଯିବା ସହିତ 3400 ଆଇନର ବ୍ୟବସ୍ଥାକୁ ଅପରାଧମୁକ୍ତ କରିବା ପ୍ରସ୍ତାବ ରହିଛି । ଏଥିରୁ ପ୍ରାୟ 30ଟି ଆଇନ ସିଧାସଳଖ ଭାବେ ଉଦ୍ୟୋଗ ଓ ବ୍ୟବସାୟ ସହ ଜଡ଼ିତ । ଏହା ଉଦ୍ୟୋଗ ଆଇନ ହେଉ ଅବା ଟ୍ରେଡମାର୍କ ଆଇନ ବା ଖାଦ୍ୟ ସୁରକ୍ଷା ଆଇନ କିମ୍ବା ଆଇଟି ଆଇନ, ସବୁଥିରେ ଉଚିତ ଦଣ୍ଡର ବ୍ୟବସ୍ଥା ରହିବା ଆବଶ୍ୟକ, ଯାହା ଜନ ବିଶ୍ୱାସ ଆଇନରେ ପ୍ରସ୍ତାବ ରହିଛି ।
ଏହା ବ୍ୟତୀତ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ୍ ମଧ୍ୟ ପ୍ରଣୟନ କରାଯିବ । ଏହା ନାଗରିକଙ୍କ ଗୋପନୀୟତା ଉପରେ ପ୍ରଭାବ ପକାଇବ । ପ୍ରାୟ ଚାରି ବର୍ଷ ଧରି ସଂସଦରେ ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକସନ ବିଲ୍ 2023 ପାରିତ ହେବା ପାଇଁ ଉଦ୍ୟମ ଚାଲିଛି । ବ୍ୟକ୍ତିଗତ ତଥ୍ୟ ଗଚ୍ଛିତ ଏବଂ ପ୍ରକ୍ରିୟାକରଣ ପ୍ରକ୍ରିୟାରେ ବିଲ୍ ମୋବାଇଲ୍ ଆପ୍ ଉପରେ ପ୍ରଭାବ ପକାଇବ ।
ଅନୁସନ୍ଧାନରେ ପୁଞ୍ଜି ବିନିଯୋଗକୁ ବୃଦ୍ଧି କରିବା ପାଇଁ ଏକ NRF (ନ୍ୟାସନାଲ ରିସର୍ଚ୍ଚ ଫାଉଣ୍ଡେସନ୍) ବିଲ୍ ଆଗତ କରିବାର ଯୋଜନା ମଧ୍ୟ ଅଛି । ଅନୁସନ୍ଧାନ ପାଇଁ ଦେଶର ଖର୍ଚ୍ଚ ବୃଦ୍ଧି ଏବଂ ମୁଖ୍ୟ ସ୍ରୋତ ଅନୁସନ୍ଧାନରେ ଘରୋଇ କ୍ଷେତ୍ରର ଅଂଶଗ୍ରହଣରେ ଉନ୍ନତି ଆଣିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି । ପାଞ୍ଚ ବର୍ଷ ପାଇଁ ଏହି ପାଣ୍ଠିକୁ ପ୍ରାୟ 50,000 କୋଟି ଆବଣ୍ଟନ କରାଯାଇଛି । ବେସରକାରୀ କ୍ଷେତ୍ରର ଅଂଶଗ୍ରହଣକୁ ନେଇ କଂଗ୍ରେସ ଉଦବେଗ ପ୍ରକାଶ କରିଛି ।
ଭାରତ ଏବଂ ଚୀନ୍, କୋରିଆ ଏବଂ ଆମେରିକା ଭଳି ଅନ୍ୟ ଦେଶ ମଧ୍ୟରେ ଅନୁସନ୍ଧାନ ପାଣ୍ଠି ବ୍ୟବଧାନକୁ NRF ହ୍ରାସ କରିବ ବୋଲି ଆଶା କରାଯାଉଛି । ଏହି ଦେଶ ଗବେଷଣା ଏବଂ ବିକାଶରେ ଗୁରୁତ୍ୱପୂର୍ଣ୍ଣ ବିନିଯୋଗ କରନ୍ତି ।
ପରିବେଶ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆସିବାର ସମ୍ଭାବନା ଅଛି । ମିଳିତ ସଂସଦୀୟ କମିଟିର ରିପୋର୍ଟ ଦାଖଲ ପରେ ଜୈବ ବିବିଧତା (ସଂଶୋଧନ) ବିଲ୍, 2021 ପ୍ରସ୍ତୁତ କରାଯାଇଛି । ବିବାଦୀୟ ଜଙ୍ଗଲ (ସଂରକ୍ଷଣ) ସଂଶୋଧନ ବିଲ୍, 2023 ମଧ୍ୟ ମୌସୁମୀ ଅଧିବେଶନରେ ଉପସ୍ଥାପିତ ହେବାର ସମ୍ଭାବନା ରହିଛି ।
ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ସମେତ ଭାରତର ଆନ୍ତର୍ଜାତୀୟ ସୀମା ସହିତ 100 କିଲୋମିଟର ଦୂର ଜଙ୍ଗଲ ଜମିକୁ ଏହି ନୂତନ ନିୟମ ବାଦ ଦେବ । ଜାତୀୟ ସୁରକ୍ଷା ପ୍ରକଳ୍ପ, ଜନସାଧାରଣ ସଡ଼କ ଏବଂ ଅନ୍ୟାନ୍ୟ ରଣନୀତିକ ପ୍ରକଳ୍ପ ପାଇଁ ଜମି ବ୍ୟବହାରକୁ "ଅଣ-ଜଙ୍ଗଲ ଉଦ୍ଦେଶ୍ୟ" ଛାଡ କରିବାକୁ ଲକ୍ଷ୍ୟ ରଖିଛି ।












Click it and Unblock the Notifications