ବଜେଟ୍ ଅଧିବେଶନ 2022 : ଜାନୁୟାରୀ 31 ରୁ ଆରମ୍ଭ ହେବ ସଂସଦର ବଜେଟ୍ ଅଧିବେଶନ, ଅପ୍ରେଲ 8 ପର୍ଯ୍ୟନ୍ତ ଚାଲିବ
ସଂସଦର ଆଗାମୀ ବଜେଟ୍ ଅଧିବେଶନ ଜାନୁଆରୀ 31 ରୁ ଆରମ୍ଭ ହେବ । ଏହି ଅଧିବେଶନ ଜାନୁଆରୀ 31 ରୁ ଅପ୍ରେଲ 8 ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଚାଲିବ ।
ନୂଆଦିଲ୍ଲୀ : ସଂସଦର ଆଗାମୀ ବଜେଟ୍ ଅଧିବେଶନ ଜାନୁଆରୀ 31 ରୁ ଆରମ୍ଭ ହେବ । ଏହି ଅଧିବେଶନ ଜାନୁଆରୀ 31 ରୁ ଅପ୍ରେଲ 8 ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଚାଲିବ । ସୂଚନାନୁସାରେ, ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଜାନୁଆରୀ 31 ରେ ଉଭୟ ସଂସଦ, ଲୋକସଭା ଏବଂ ରାଜ୍ୟସଭା ର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ । ଏହା ପରେ, ଫେବୃଆରୀ 1 ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 2022 ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ ଉପସ୍ଥାପନ କରିବେ ।

କରୋନା ଭାଇରସ ମହାମାରୀ ମଧ୍ୟରେ ବଜେଟ୍ ଅଧିବେଶନ ଅନୁଷ୍ଠିତ ହେଉଛି । କରୋନାକୁ ଦୃଷ୍ଟିରେ ରଖି ରାଜ୍ୟସଭା ସଭାପତି ଏମ ଭେଙ୍କୟା ନାଇଡୁ ଏବଂ ଲୋକସଭା ବାଚସ୍ପତି ଓମ ବିର୍ଲା ମଧ୍ୟ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଉଭୟ ଗୃହର ସଚିବ ଜେନେରାଲ (ମହାସଚିବ) ଙ୍କ ଠାରୁ ପରାମର୍ଶ ଲୋଡିଛନ୍ତି । ଗତ ସପ୍ତାହରେ ସଂସଦରେ କାର୍ଯ୍ୟ କରୁଥିବା 400 କର୍ମଚାରୀ ଏବଂ ସୁରକ୍ଷା କର୍ମୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଏଭଳି ପରିସ୍ଥିତିରେ ଅଧିବେଶନ ସମୟରେ ଅନେକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇପାରେ ।












Click it and Unblock the Notifications