ସ୍କୁଲ୍ ଫି ନେଇ ଅଭିଭାବକଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ଦେବାକୁ ହେବ 100 ପ୍ରତିଶତ ଫି'
କରୋନା କାଳରେ ସ୍କୁଲ୍ ଫି ଦେୟକୁ ନେଇ ଲାଗିରହିଥିବା ବିବାଦର ଶୁଣାଣି କରି ଅଭିଭାବକଙ୍କୁ ଝଟକା ଦେଇଛନ୍ତି ସୁପ୍ରିମକୋର୍ଟ । କରୋନା ମହାମାରୀ ସମୟରେ ଶିକ୍ଷାବର୍ଷ 2019-20 ପାଇଁ ମଧ୍ୟ ଅଭିଭାବଙ୍କୁ 100 ପ୍ରତିଶତ ସ୍କୁଲ୍ ଫି ଦେବାକୁ ହେବ ।
ନୂଆଦିଲ୍ଲୀ : କରୋନା କାଳରେ ସ୍କୁଲ୍ ଫି ଦେୟକୁ ନେଇ ଲାଗିରହିଥିବା ବିବାଦର ଶୁଣାଣି କରି ଅଭିଭାବକଙ୍କୁ ଝଟକା ଦେଇଛନ୍ତି ସୁପ୍ରିମକୋର୍ଟ । ସୋମବାର ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, କରୋନା ମହାମାରୀ ସମୟରେ ଶିକ୍ଷାବର୍ଷ 2019-20 ପାଇଁ ମଧ୍ୟ ଅଭିଭାବଙ୍କୁ 100 ପ୍ରତିଶତ ସ୍କୁଲ୍ ଫି ଦେବାକୁ ହେବ ।
ବିଦ୍ୟା ଭବନ ସୋସାଇଟି, ସାୱାଇ ମାନସିଂ ବିଦ୍ୟାଲୟ ପରିଚାଳନା କମିଟି, ଗାନ୍ଧୀ ସେବା ସଦନ ଏବଂ ସୋସାଇଟି ଅଫ୍ କ୍ୟାଥୋଲିକ୍ ଶିକ୍ଷା ପ୍ରତିଷ୍ଠାନ ଦ୍ୱାରା ଦାଖଲ ହୋଇଥିବା SLP ଉପରେ ମିଳିତ ଶୁଣାଣି ବେଳେ ସୁପ୍ରିମକୋର୍ଟ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦେଇଛନ୍ତି ।

ନିର୍ଦ୍ଦେଶ ଅନୁଯାୟୀ, ପିତାମାତାଙ୍କୁ 5 ମାର୍ଚ୍ଚ 2021 ଠାରୁ ଦେୟ ଦେବାକୁ ପଡିବ । ଯାହା 6 କିସ୍ତିରେ ଆଦାୟ କରାଯିବ । ଏଥିସହ ଅଦାଲତ ସ୍ପଷ୍ଟ କରିଛନ୍ତି ଯେ ଫି ପ୍ରଦାନ ନକରିବା କାରଣରୁ କୌଣସି ପିଲାଙ୍କ ନାମ ସ୍କୁଲରୁ ବାଦ ଦିଆଯିବ ନାହିଁ ।
ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରମାନେ ଯଦି ଫି ଜମା ନକରନ୍ତି ତେବେ ପରୀକ୍ଷାରେ ଯୋଗଦେବାକୁ ବାରଣ କରାଯାଇପାରିବ ନାହିଁ । ଏହାପୂର୍ବରୁ ରାଜସ୍ଥାନ ସରକାର ଅକ୍ଟୋବର 28 ରେ ଏକ ନିର୍ଦ୍ଦେଶ ଜାରି କରି ରାଜସ୍ଥାନ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ଆରବିଏସ୍ଇ) କୁ ରାଜ୍ୟ ବୋର୍ଡ ଅନୁବନ୍ଧିତ ବିଦ୍ୟାଳୟଗୁଡିକରେ 60% ଏବଂ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ମାନ୍ୟତା ପ୍ରାପ୍ତ ବିଦ୍ୟାଳୟଗୁଡିକୁ 70% ଚାର୍ଜ କରିବାକୁ କହିଥିଲେ ।
ଏହା ବ୍ୟତୀତ ରାଜ୍ୟ ସରକାରଙ୍କୁ ଏକ ମାସ ମଧ୍ୟରେ ରାଇଟ୍ ଟୁ ଏଜୁକେସନ୍ (ଆରଟିଇ) ଆଡମିଶନ ଅଧୀନରେ ବକେୟା ରାଶି ଦେବାକୁ ଆପେକ୍ସ କୋର୍ଟ ମଧ୍ୟ କହିଛନ୍ତି ।












Click it and Unblock the Notifications