ଭାରତରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେବାକୁ ଚାହୁଁଛି ପାକିସ୍ତାନ, କିନ୍ତୁ ଆମେ ଏହାକୁ ମୂଳୋତ୍ପାଟନ କରିବୁ : ରାଜନାଥ ସିଂହ
ରାଜନାଥ ସିଂହ କହିଛନ୍ତି, "ପାକିସ୍ତାନ ଭାରତରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେବାକୁ ଚାହୁଁଛି । 1971 ମସିହାରେ, ଭାରତୀୟ ସଶସ୍ତ୍ର ବାହିନୀ ପାକିସ୍ତାନର ଯୋଜନାକୁ ପଣ୍ଡ କରିଥିଲା ଏବଂ ବର୍ତ୍ତମାନ ଆମେ ଆତଙ୍କବାଦକୁ ମୂଳୋତ୍ପାଟନ ଦିଗରେ କାର୍ଯ୍ୟ କରୁଛୁ ।"
ନୂଆଦିଲ୍ଲୀ : 1971 ଯୁଦ୍ଧରେ ଭାରତର ବିଜୟର 50 ବର୍ଷ ପୂରଣ ଉପଲକ୍ଷେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର (ଡିସେମ୍ବର 12) 'ୱାଲ୍ ଅଫ୍ ଫେମ -1971 ଇଣ୍ଡୋ ପାକ୍ ୱାର୍'ର ଉଦଘାଟନ କରିଛନ୍ତି । ଏହି ସମୟରେ ରାଜନାଥ ସିଂହ 'ସ୍ୱର୍ଣ୍ଣିମ ବିଜୟ ପର୍ବ' ଉଦଘାଟନୀ ସମାରୋହରେ ସାମରିକ ଉପକରଣର ପ୍ରଦର୍ଶନ ମଧ୍ୟ ଦେଖିଥିଲେ । ଏହି ସମୟରେ ରାଜନାଥ ସିଂହ ଭାରତରେ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ନେଇ ପାକିସ୍ତାନ ଉପରେ ଅଭିଯୋଗ କରିଛନ୍ତି । ରାଜନାଥ ସିଂହ କହିଛନ୍ତି, "ପାକିସ୍ତାନ ଭାରତରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେବାକୁ ଚାହୁଁଛି । 1971 ମସିହାରେ, ଭାରତୀୟ ସଶସ୍ତ୍ର ବାହିନୀ ପାକିସ୍ତାନର ଯୋଜନାକୁ ପଣ୍ଡ କରିଥିଲା ଏବଂ ବର୍ତ୍ତମାନ ଆମେ ଆତଙ୍କବାଦକୁ ମୂଳୋତ୍ପାଟନ ଦିଗରେ କାର୍ଯ୍ୟ କରୁଛୁ ।"

ଦିଲ୍ଲୀରେ ସ୍ୱର୍ଣ୍ଣିମ ବିଜୟ ପର୍ବ ସମାରୋହରେ ରାଜନାଥ ସିଂହ ଜେନେରାଲ ବିପିନ ରାୱତଙ୍କୁ ମଧ୍ୟ ସ୍ମରଣ କରିଥିଲେ । ସେ କହିଛନ୍ତି, ''ଜେନେରାଲ ବିପିନ ରାୱତ ଏବଂ ତାଙ୍କ ପତ୍ନୀ, 11 ସାହସୀ ଯବାନଙ୍କ ଅକାଳ ବିୟୋଗ ପରେ ଏହି ପର୍ବକୁ ସରଳତାର ସହ ପାଳନ କରିବାକୁ ନିଷ୍ପତ୍ତି ନିଆଗଲା । ମୁଁ ସମସ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଗ୍ରୁପ୍ କ୍ୟାପଟେନ ବରୁଣ ସିଂହ କମାଣ୍ଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।''
ରାଜନାଥ ସିଂ କହିଛନ୍ତି ଯେ ସେ ଡାକ୍ତରଖାନା ଏବଂ ଗ୍ରୁପ୍ କ୍ୟାପଟେନ ବରୁଣ ସିଂହଙ୍କ ପିତାଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି । ସେ ଆହୁରି କହିଛନ୍ତି, ''ଆମେ ସମସ୍ତେ ପ୍ରାର୍ଥନା କରୁଛୁ ଯେ ସେ ଶୀଘ୍ର ସୁସ୍ଥ ହୁଅନ୍ତୁ ଏବଂ ତାଙ୍କ କର୍ତ୍ତବ୍ୟ ପାଳନ କରନ୍ତୁ । ଆଜି ମୁଁ ଭାରତୀୟ ସେନାର ସମସ୍ତ ସୈନିକଙ୍କ ବଳିଦାନକୁ ପ୍ରଣାମ କରୁଛି, ଯେଉଁ କାରଣରୁ 1971 ଯୁଦ୍ଧରେ ଭାରତ ଜିତିଥିଲା ।''












Click it and Unblock the Notifications