ରାମ ମନ୍ଦିର ଉପରେ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି ଆତଙ୍କବାଦୀ
ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମ ମନ୍ଦିର ଉପରେ ଆକ୍ରମଣ କରିବାକୁ ଷଢ଼ଯନ୍ତ୍ର କରୁଛନ୍ତି ଆତଙ୍କବାଦୀ ସଙ୍ଗଠନ । ଲସ୍କର ଏ ତୋଏବା ଏବଂ ଜୈଶ୍ ଏ ମହମ୍ମଦ ଭଳି ଆତଙ୍କବାଦୀ ସଙ୍ଗଠନ ଏହି ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି ।
ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମ ମନ୍ଦିର ଉପରେ ଆକ୍ରମଣ କରିବାକୁ ଷଢ଼ଯନ୍ତ୍ର କରୁଛନ୍ତି ଆତଙ୍କବାଦୀ ସଙ୍ଗଠନ । ଲସ୍କର ଏ ତୋଏବା ଏବଂ ଜୈଶ୍ ଏ ମହମ୍ମଦ ଭଳି ଆତଙ୍କବାଦୀ ସଙ୍ଗଠନ ଏହି ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି । ଏ ନେଇ ଗୁଇନ୍ଦା ବିଭାଗରୁ ସୂଚନା ମିଳିଛି ।
ରାମ ମନ୍ଦିର ଉପରେ ଆକ୍ରମଣ କରିବାକୁ ଆତଙ୍କବାଦୀ ସଙ୍ଗଠନ ନେପାଳ ଦେଇ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଆଣିବାକୁ ଯୋଜନା କରୁଛନ୍ତି ବୋଲି ସୂତ୍ରରୁ ପ୍ରକାଶ ପାଇଛି । 2024 ମସିହା ଜାନୁଆରୀ ପହିଲାରେ ରାମ ମନ୍ଦିର ସମ୍ପୂର୍ଣ୍ଣ ହେବା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା କରିବାର କିଛି ଦିନ ପରେ ଏହି ସୂଚନା ମିଳିଛି । ଏହା ପରେ ଗୁଇନ୍ଦା ବିଭାଗ ସତର୍କ ହେବା ସହ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି ।

2024 ରେ ମନ୍ଦିର ଖୋଲିବା ପୂର୍ବରୁ ଆତ୍ମଘାତୀ ଆକ୍ରମଣକୁ ସଫଳ କରିବା ନେଇ ଆତଙ୍କବାଦୀ ମାନେ ଷଡ଼ଯନ୍ତ୍ର ରଚୁଛନ୍ତି । ଏପରିକି ଏହି ଆକ୍ରମଣକୁ ସାକାର କରିବା ପାଇଁ ପାକିସ୍ତାନ ଗୁଇନ୍ଦା ବିଭାଗ ଆଇଏସ୍ଆଇ ମଧ୍ୟ ସାହାଯ୍ୟ କରୁଛି ବୋଲି ଜଣାପଡ଼ିଛି । ଏହି ଆକ୍ରମଣ କରି ଭାରତରେ ହିନ୍ଦୁ-ମୁସଲମାନର ସାମ୍ପ୍ରଦାୟିକ ଦଙ୍ଗା ବିସ୍ତାର କରି ଅସନ୍ତୋଷ ସୃଷ୍ଟି କରି ଏହାକୁ ବିଶ୍ୱରେ ଉପସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛି ପାକିସ୍ତାନ ।
ଆପଣଙ୍କୁ କହି ରଖୁଛୁ, ଜାମ୍ମୁ ଓ କାଶ୍ମୀରରୁ ଧାରା 370 ସଫଳ ଭାବେ ଅପସରଣ ହେବା ପରେ କୌଣସି ବଡ଼ ଆତଙ୍କବାଦୀ ଆକ୍ରମଣ କରିବାରେ ସଫଳ ହୋଇ ନାହିଁ ପାକିସ୍ତାନ । ଏହା ସହିତ ପାକିସ୍ତାନ ସେନାର ସମସ୍ତ ସୁଢଙ୍ଗ ଚିହ୍ନଟ କରି ଏହାର ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ପଣ୍ଡ କରିଦେଇଛି । ଏଭଳି ପରିସ୍ଥିତିରେ ଏକ ବଡ଼ ଆକ୍ରମଣ କରି ଭାରତରେ ଶାନ୍ତି ଭଙ୍ଗ କରିବା ଉଦ୍ଦେଶ୍ୟରେ ଷଡ଼ଯନ୍ତ୍ର ରଚୁଛି ପାକ୍ ପ୍ରାୟୋଜିତ ଆତଙ୍କବାଦୀ ସଙ୍ଗଠନ ।












Click it and Unblock the Notifications