• search
For Quick Alerts
Turn On Notification  
For Daily Alerts

ଦିଲ୍ଲୀରେ ଆକ୍ରମଣ ଯୋଜନା କରୁଛି ପାକିସ୍ତାନର ଜୈଶ-ଏ-ମହମ୍ମଦ

|

ନୂଆଦିଲ୍ଲୀ : ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ କାର୍ଯ୍ୟାଳୟର ଭିଡିଓ ପ୍ରସ୍ତୁତ କରିଥିବା ଆତଙ୍କବାଦୀକୁ ଗିରଫ କରାଯିବା ପରେ ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ-ମହମ୍ମଦ ଦିଲ୍ଲୀରେ ଆକ୍ରମଣ କରିବା ନେଇ ଯୋଜନା କରୁଥିବାର ଜଣାପଡ଼ିଛି ବୋଲି ଜାମ୍ମୁ-କାଶ୍ମୀର ପୋଲିସ୍ ମୁଖ୍ୟ ଦିଲବାଦ୍ ସିଂ ସୂଚନା ଦେଇଛନ୍ତି । କାଶ୍ମୀରର ଆତଙ୍କବାଦୀମାନେ ବିହାରରୁ ଅସ୍ତ୍ରଶସ୍ତ୍ର କ୍ରୟ କରିବା ଆରମ୍ଭ କରିଛନ୍ତି ଏବଂ ଏହି ବେଆଇନ ଅସ୍ତ୍ରଶସ୍ତ୍ରକୁ ଉପତ୍ୟକାକୁ ଚୋରା ଚାଲାଣ ପାଇଁ ପଞ୍ଜାବରେ ପଢୁଥିବା କାଶ୍ମୀରର କିଛି ଛାତ୍ରଙ୍କୁ ବ୍ୟବହାର କରୁଛନ୍ତି ବୋଲି ଜାମ୍ମୁ କାଶ୍ମୀର ଡିଜିପି ମଧ୍ୟ ପ୍ରକାଶ କରିଛନ୍ତି ।

ଆତଙ୍କବାଦୀ ସଙ୍ଗଠନ ଲସ୍କର-ଏ-ମୁସ୍ତାଫାର ଆତ୍ମଘୋଷିତ କମାଣ୍ଡର ହିଦୟତୁଲ୍ଲା ମଲିକ ଏବଂ ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ୍) ର ଜାହୋର ଅହମ୍ମଦର ଗିରଫଦାରୀକୁ ସାମ୍ବାଦିକ ସମ୍ମିଳନୀରେ ଏନେଇ ଡିଜିପି ସିଂ ଏହି ସମସ୍ତ ସୂଚନା ଦେଇଛନ୍ତି ।

Terrorist

ଆତଙ୍କବାଦୀ ମଲିକକୁ ଫେବୃଆରୀ 6 ରେ ଜାମ୍ମୁ ଜିଲ୍ଲାର କୁଞ୍ଜୱାନୀରୁ ଅନନ୍ତନାଗ ପୋଲିସ ଗିରଫ କରିଥିବାବେଳେ ଅନ୍ୟ ଜଣକୁ ଫେବୃଆରୀ 13 ରେ ସାମ୍ବା ଜିଲ୍ଲାର ବରୀ ବ୍ରାହମନ୍ ଅଞ୍ଚଳରୁ ଗିରଫ କରାଯାଇଥିଲା । ପୋଲିସ୍ ମୁଖପାତ୍ର କହିଛନ୍ତି ଯେ ଏହି ଦୁଇ ଗୋଷ୍ଠୀ ଲସ୍କର-ଏ-ମୁସ୍ତାଫା ଏବଂ ରେଜିଷ୍ଟାନ୍ସ ଫ୍ରଣ୍ଟ ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଏ-ତୋଏବା (LeT)ର କାର୍ଯ୍ୟକାରୀ ସଙ୍ଗଠନ ଏବଂ ସେମାନେ ତାଙ୍କର ଆତଙ୍କବାଦୀ କାର୍ଯ୍ୟକଳାପରେ କାଶ୍ମୀରୀ ନାମ ଦେବା ପାଇଁ କାର୍ଯ୍ୟ କରୁଛନ୍ତି । ହିଦୟତୁଲ୍ଲା ମଲିକ ଲସ୍କର-ଏ-ମୁସ୍ତାଫା ସଙ୍ଗଠନରେ ଗତ ଅଗଷ୍ଟ ମାସରୁ କାର୍ଯ୍ୟ କରୁଛି ।

ମଲିକ ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଚୋରା ଚାଲାଣ ବ୍ୟତୀତ ଏହି ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରଖିବା ପାଇଁ ଜାମ୍ମୁରେ ଏକ ବେସ ପ୍ରତିଷ୍ଠା କରିବାକୁ ଯୋଜନା କରିଥିଲା । ସୀମାରେ ଥିବା ଅଣ୍ଡରଗ୍ରାଉଣ୍ଡ ଟନେଲ ମାଧ୍ୟମରେ କିମ୍ବା କାଶ୍ମୀରକୁ ଚୋରା ଚାଲାଣ ପାଇଁ ଡ୍ରୋନ୍ ଦ୍ୱାରା ଏହି କାର୍ଯ୍ୟକଳାପ ହେଉଥିଲା ବୋଲି ସିଂ କହିଛନ୍ତି । ଜେଏମ୍ 2018 ରେ ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡିତ ଥିଲା ଏବଂ ମଲିକଙ୍କ ପଚରାଉଚରାରୁ ଜଣାପଡିଛି ଯେ ସେ ଜେଏମ୍ କମାଣ୍ଡର ଆଶିକ୍ ନେଙ୍ଗ୍ରୋର ଜଣେ ଘନିଷ୍ଠ ସହଯୋଗୀ ଥିଲା । ଏହା ପୂର୍ବରୁ ସେ ଅନ୍ତର୍ଜାତୀୟ ସୀମାରେ ଥିବା ଏକ ଅଣ୍ଡରଗ୍ରାଉଣ୍ଡ ଟନେଲ ଦେଇ ନିଜ ପରିବାର ଖସିପଳଆଇଥିଲା । ବିଏସଏଫ ଗୁଇନ୍ଦା ସଂସ୍ଥା ସହ ମିଳିତ ଅଭିଯାନରେ ଗତ ଛ ମାସ ମଧ୍ୟରେ ଜାମ୍ମୁ ଅଞ୍ଚଳରେ 6 ଟି ଭୂତଳ ଟନେଲ ଚିହ୍ନଟ କରିଛି ବୋଲି ଏହି ସାମ୍ବାଧିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ପାକିସ୍ତାନକୁ ପଳାଇବା ପରେ, ପାକିସ୍ତାନୀ ଏଜେନ୍ସିର ନିର୍ଦ୍ଦେଶରେ ନେଙ୍ଗ୍ରୋ ଛଦ୍ମବେଶରେ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ନିର୍ଦ୍ଦେଶ ଦେଉଛି ବୋଲି ଡିଜିପି କହିଛନ୍ତି । ନେଙ୍ଗ୍ରୋର ନିର୍ଦ୍ଦେଶରେ ଦିଲ୍ଲୀ ଆସି ମଲିକ NSA କାର୍ଯ୍ୟାଳୟର ଏକ ଭିଡିଓ ପଠାଇଥିଲା । ଏହାର ଅର୍ଥ ହେଉଛି ଯେ ଜେଏମ ଦିଲ୍ଲୀ ଉପରେ ଆକ୍ରମଣ ଯୋଜନା କରୁଛି ବୋଲି ସେ କହିଛନ୍ତି ।

ଆତଙ୍କବାଦୀ ଗୋଷ୍ଠୀର ଯୋଜନାକୁ ପ୍ରକାଶ କରିଥିବାରୁ ମଲିକର ଗିରଫ ପୋଲିସ ପାଇଁ ଏକ ବଡ ସଫଳତା ବୋଲି ଡିଜିପି କହିଛନ୍ତି । ଦକ୍ଷିଣ କାଶ୍ମୀରର ବାସିନ୍ଦା ମଲିକ ବିହାରରୁ ଅସ୍ତ୍ରଶସ୍ତ୍ର ଆଣିବା ପାଇଁ ଏକ ନେଟୱର୍କ ବିଛାଇା ସହ ସେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସାତୋଟି ପିସ୍ତଲ ଆଣି ଆତଙ୍କବାଦୀଙ୍କୁ ଦେଇସାରିଛି ।

ସିଂ ଆହୁରି ମଧ୍ୟ କହିଛନ୍ତି ଯେ ସେ କାଶ୍ମୀରର କିଛି ଛାତ୍ର ପଞ୍ଜାବରେ ପଢୁଥିବା କାଶ୍ମୀରର କିଛି ଛାତ୍ରଙ୍କ ଜରିଆରେ ଅସ୍ତ୍ରଶସ୍ତ୍ର ଚୋରାଚାଲଣ କରିବା ସହ ଆତଙ୍କବାଦୀ କାର୍ଯ୍ୟକଳାପରେ ନିୟୋଜିତ କରୁଥିଲା ।

ଏହି ପରିପ୍ରେକ୍ଷୀରେ ଚଣ୍ଡିଗଡ଼ କଲେଜରେ ପଢୁଥିବା କାଶ୍ମୀରର ଜଣେ ନର୍ସିଂ ଛାତ୍ରଙ୍କ ଉଦାହରଣ ମଧ୍ୟ ଦେଇଛନ୍ତି । ତା ନିକଟରୁ ଜାମ୍ମୁର ବସ୍ ଷ୍ଟାଣ୍ଡ ଅଞ୍ଚଳରୁ 7 କିଲୋଗ୍ରାମ ଇମ୍ପ୍ରୋଭାଇଜଡ୍ ବିସ୍ଫୋରକ ଉପକରଣ ସହିତ ଛାତ୍ରକୁ ଗିରଫ କରାଯାଇହା ନେଇ ସେ ସୂଚନା ଦେଇଛନ୍ତି । ଡିଜିପି ଆହୁରି ମଧ୍ୟ କହିଛନ୍ତି, ଗତ ନଭେମ୍ବରରେ ଏକ ବ୍ୟାଙ୍କର କ୍ୟାସ ଭ୍ୟାନରୁ 60 ଲକ୍ଷ ଟଙ୍କା ଲୁଟ୍ କରିବାରେ ମଲିକ ମଧ୍ୟ ସମ୍ପୃକ୍ତ ଥିଲା । ଏହି ଅପରାଧରେ ତାଙ୍କ ପତ୍ନୀଙ୍କ ସମେତ ତାଙ୍କ ଚାରିଜଣ ସହଯୋଗୀ ଗିରଫ ହେବା ପରେ ଏହା ଜଣାପଡ଼ିଥାବା ନେଇ ପୋଲିସ୍ ସୂଚନା ଦେଇଛି ।

ଟିଆରଏଫ୍ ମୁଖ୍ୟଙ୍କ ଗିରଫଦାରୀକୁ ଅନ୍ୟ ଏକ ପ୍ରମୁଖ ସଫଳତା ବୋଲି କହି ସିଂ କହିଛନ୍ତି ଯେ ସେ ଜଣେ ପାକିସ୍ତାନୀ ତାଲିମପ୍ରାପ୍ତ ଆତଙ୍କବାଦୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଛଦ୍ମନାମ "ସାହିଲ" ଏବଂ "ଖାଲିଦ" ନାମରେ ଜଣାଶୁଣା ।

ଡିଜିପି ସିଂ କହିଛନ୍ତି ଯେ 2002 ରେ ସେ ପାକିସ୍ତାନ ଯିବା ପୂର୍ବରୁ ଜଣେ ଆତଙ୍କବାଦ ସଙ୍ଗଠନର ଜେଣେ ସକ୍ରିୟ କର୍ମଚାରୀ ଥିଲା । ଅସ୍ତ୍ରଶସ୍ତ୍ର ତାଲିମ ନେବା ପରେ ରାଜୌରୀ ମାର୍ଗ ଦେଇ ପାଞ୍ଚ ଜଣ ବିଦେଶୀ ଆତଙ୍କବାଦୀଙ୍କ ସହ ଫେରିଥିଲା । ଏହାପରେ ସେ 2006 ରେ ଆତ୍ମସମର୍ପଣ କରିଥିଲା ଏବଂ 2019 ରେ ପୁଣି ଆତଙ୍କବାଦୀ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ନିଷ୍କ୍ରିୟ ରହିଥିଲା । ତାର ସାମର୍ଥ୍ୟ ଜାଣିବା ପରେ ଆତଙ୍କବାଦୀ ସଙ୍ଗଠନ ତାକୁ ଟିଆରଏଫ୍ ମୁଖ୍ୟ କରିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Pakistan’s Jaish-e-Mohammad planning attacks in Delhi
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X