ନାସିକ ପରେ ଗୋଆରେ ବଡ ଦୁର୍ଘଟଣା, ଡାକ୍ତରଖାନାରେ ଅମ୍ଳଜାନ ଟ୍ୟାଙ୍କ ଲିକ୍
ନିକଟରେ ମହାରାଷ୍ଟ୍ରର ନାସିକର ହସ୍ପିଟାଲରେ ଅମ୍ଳଜାନ ଲିକ୍ ହେବାର ଏକ ମାମଲା ସାମ୍ନାକୁ ଆସିଥିଲା ଯେଉଁଠାରେ ଅମ୍ଳଜାନ ଯୋଗାଣ ବନ୍ଦ ହେତୁ 24 ରୋଗୀଙ୍କ ପ୍ରାଣ ହାନୀ ହୋଇଥିଲା । ବର୍ତ୍ତମାନ ଦକ୍ଷିଣ ଗୋଆର ଜିଲ୍ଲା ହସ୍ପିଟାଲରେ ବଡ ଅବହେଳା ହୋଇଥିବା ସାମ୍ନାକୁ ଆସିଛି
ପାନାଜୀ : ସାରା ଦେଶ ବର୍ତ୍ତମାନ କରୋନା ମହାମାରୀ ସହ ଲଢୁଛି । ପ୍ରତିଦିନ ରେକର୍ଡ ହେଉଥିବା ନୂତନ ରୋଗୀଙ୍କ ବୃଦ୍ଧି ସରକାରଙ୍କ ଚିନ୍ତା ବଢାଉଛି । ଏହି ପରିସ୍ଥିତିରେ ଡାକ୍ତରଖାନାରେ ରୋଗୀମାନଙ୍କ ପାଇଁ ଅମ୍ଳଜାନର ଅଭାବ ମଧ୍ୟ ଦେଖାଦେଇଛି । ଅନ୍ୟପକ୍ଷରେ ଡାକ୍ତରଖାନା ପ୍ରଶାସନର ଅବହେଳା ଶେଷ ହେଉ ହେବାର ନାଁ ନେଉନାହିଁ । ନିକଟରେ ମହାରାଷ୍ଟ୍ରର ନାସିକର ହସ୍ପିଟାଲରେ ଅମ୍ଳଜାନ ଲିକ୍ ହେବାର ଏକ ମାମଲା ସାମ୍ନାକୁ ଆସିଥିଲା ଯେଉଁଠାରେ ଅମ୍ଳଜାନ ଯୋଗାଣ ବନ୍ଦ ହେତୁ 24 ରୋଗୀଙ୍କ ପ୍ରାଣ ହାନୀ ହୋଇଥିଲା । ବର୍ତ୍ତମାନ ଦକ୍ଷିଣ ଗୋଆର ଜିଲ୍ଲା ହସ୍ପିଟାଲରେ ବଡ ଅବହେଳା ହୋଇଥିବା ସାମ୍ନାକୁ ଆସିଛି ।

କରୋନା ସଂକ୍ରମଣ ମଧ୍ୟରେ ଦକ୍ଷିଣ ଗୋଆର ଜିଲ୍ଲା ଡାକ୍ତରଖାନାରେ ଅମ୍ଳଜାନ ଟ୍ୟାଙ୍କରୁ ଗ୍ୟାସ୍ ଲିକ୍ ହୋଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାର ସୂଚନା ପାଇବା ପରେ ଅଗ୍ନିଶମ ବିଭାଗର ଗାଡି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।
#WATCH Oxygen tank leakage at South Goa District Hospital; fire tenders rushed to the spot. Details awaited#Goa pic.twitter.com/QmDN6JlZ0J
— ANI (@ANI) May 11, 2021
ଅମ୍ଳଜାନ ଟାଙ୍କି ଲିକ୍ ହେବା ପରେ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଛି । ସମଗ୍ର ହସ୍ପିଟାଲ ପରିସରରେ ଅମ୍ଳଜାନ ଗ୍ୟାସ ଖେଳିଯିବାରୁ ଧୂଆଁ ଧୂଆଁ ହୋଇଯାଇଥିଲା । ତେବେ ପରିସ୍ଥିତି କିପରି ଅଛି ସେ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ପ୍ରକାଶ ପାଇନାହିଁ ।












Click it and Unblock the Notifications