ମସଲା ସମ୍ରାଟ ଧରମପାଲ ଗୁଲାଟିଙ୍କ 15ଶହ ଟଙ୍କାରୁ 25କୋଟିର ଯାତ୍ରା

ପଞ୍ଚମ ଶ୍ରେଣୀ ଶିକ୍ଷାଗତ ଯୋଗ୍ୟତା ଥିବା ଧରମପାଲଙ୍କ ପକେଟରେ ଥିଲା ମାତ୍ର 1500 ଟଙ୍କା କିନ୍ତୁ ପାଖରେ ଥିଲା ମସଲା ତିଆରିର କୌଶଳ, ଯାହାକି ତାଙ୍କୁ ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାର ସହାୟକ ହୋଇଥିଲା | ନିଜର ଉଦ୍ୟମ ଏବଂ ଅଧ୍ୟବସାୟ ବଳରେ ସେ ସମଗ୍ର ଦେଶରେ 2000 କୋଟି ଟଙ୍କାର ଏକ ବିରାଟ ମସଲା ସାମ୍ରାଜ୍ୟ କରିଥିଲେ |

ନୂଆଦିଲ୍ଲୀ : ମସଲା ସମ୍ରାଟ ଭାବେ ସାରା ଦେଶରେ ପରିଚିତି ଲାଭ କରିଥିବା MDH ଗ୍ରୁପ୍ ମାଲିକ ମହାଶୟ ଧରମପାଲ ଗୁଲାଟିଙ୍କର ଆଜି ସକାଳେ ପରଲୋକ ହୋଇଛି | ଦିଲ୍ଲୀର ଚାନାନ ଦେବୀ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ହୃଦଘାତ କାରଣରୁ ଗୁରୁବାର ସକାଳ 5.38ରେ ତାଙ୍କର ଦେହାନ୍ତ ହୋଇଛି | ତାଙ୍କର ମୃତ୍ୟୁ ବେଳକୁ ତାଙ୍କୁ 98 ବର୍ଷ ବୟସ ହୋଇଥିଲା |

15ଶହ ଟଙ୍କାରୁ ବାର୍ଷିକ 25 କୋଟିର ଯାତ୍ରା

1923 ମସିହା ପାକିସ୍ତାନର ସିଆଲକୋଟରେ ଜନ୍ମିତ ଧରମପାଲ 1947 ମସିହାରେ ଦେଶ ବିଭାଜନ ସମୟରେ ଭାରତ ଆସିଥିଲେ | ପଞ୍ଚମ ଶ୍ରେଣୀ ଶିକ୍ଷାଗତ ଯୋଗ୍ୟତା ଥିବା ଧରମପାଲଙ୍କ ପକେଟରେ ଥିଲା ମାତ୍ର 1500 ଟଙ୍କା କିନ୍ତୁ ପାଖରେ ଥିଲା ମସଲା ତିଆରିର କୌଶଳ, ଯାହାକି ତାଙ୍କୁ ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାର ସହାୟକ ହୋଇଥିଲା | ନିଜର ଉଦ୍ୟମ ଏବଂ ଅଧ୍ୟବସାୟ ବଳରେ ସେ ସମଗ୍ର ଦେଶରେ 2000 କୋଟି ଟଙ୍କାର ଏକ ବିରାଟ ମସଲା ସାମ୍ରାଜ୍ୟ କରିବା ସହ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ | ତାଙ୍କର ବାର୍ଷିକ ଦରମା ଥିଲା 25 କୋଟି ଟଙ୍କା | 2019 ରେ ଭାରତ ସରକାରଙ୍କ ଦ୍ୱାରା ସେ ପଦ୍ମଭୂଷଣ ସମ୍ମାନର ଅଧିକାରୀ ହୋଇଥିଲେ |

MDH Owner-Dharam-pal

ଧରମପାଲଙ୍କ ପିତା ଚଲାଉଥିଲେ 'ମହାଶିଆନ୍ ଡି ହାଟ୍ଟି' ଦୋକାନ

MDH ର ଅନେକ ଟିଭି ବିଜ୍ଞାପନରେ ପଗଡି ଲଗାଇ ପିଲାମାନଙ୍କ ମଧ୍ୟରେ ହସୁଥିବା ଧରମପାଲ ଗୁଲାଟିଙ୍କ ଜୀବନ ଅନେକ ସଂଘର୍ଷ ଦେଇ ଗତି କରିଥିଲା | 1919 ମସିହାରେ ଧରମପାଲ ଗୁଲାଟିଙ୍କ ପିତା ମହାଶୟ ଚୁନିଲାଲ ପାକିସ୍ତାନର ସିଆଲକୋଟରେ 'ମହାଶିଆନ୍ ଡି ହାଟ୍ଟି' ନାମକ ଏକ ମସଲା ଦୋକାନ ଚଲାଉଥିଲେ | କିନ୍ତୁ ବିଭାଜନ ପରେ ଗୁଲାଟିଙ୍କ ତାଙ୍କ ପରିବାର ସହ ଦିଲ୍ଲୀ ଆସିଥିଲେ | ରୋଜଗାର ପାଇଁ ସେମାନେ ଦିଲ୍ଲୀର କୁତବ୍ ରୋଡରେ ଏକ ତାଙ୍ଗା ଚଳାଇବା ଆରମ୍ଭ କରିଥିଲେ |

କରୋଲବାଗକୁ ମନ୍ଦିର ମାନୁଥିଲେ ଧରମପାଲ

ଗୁଲାଟି କରୋଲ ବାଗଙ୍କୁ ଏକ ମନ୍ଦିର ଭାବରେ ବିବେଚନା କରୁଥିଲେ, ଏବଂ ସେଠାକୁ ସେ ଖାଲି ପାଦରେ ଯାଉଥିଲେ | ଏହି ସ୍ଥାନ ତାଙ୍କୁ ବ୍ୟବସାୟ ଜଗତରେ ମହାନ ପରିଚୟ ଦେଇଥିଲା ବୋଲି ସେ ବିଶ୍ୱାସ କରୁଥିଲେ | ସେ ନିଜ ପରିବାରକୁ ଅତି ସୁନ୍ଦର ଭାବରେ ପରିଚାଳନା କରୁଥିଲେ | ଆଜି ତାଙ୍କର ସମସ୍ତ ପରିବାର ଶିକ୍ଷିତ | ଧରମପାଲ ଜଣେ ଦୃଢ ଆର୍ଯ୍ୟ ସମାଜୀ ଥିଲେ | ସେ କିର୍ତ୍ତୀ ନଗରରୁ ଆର୍ଯ୍ୟ ସମାଜ ନିର୍ବାଚନରେ ମଧ୍ୟ କେତେଥର ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ |

ତାଙ୍ଗା ଯାତ୍ରାଥିଲା ତାଙ୍କର ସୌକ

ମହାଶୟ ଧରମପାଲ ତାଙ୍କ ମୂଳକୁ କେବେ ବି ଭୁଲି ନଥିଲେ | ଯେଉଁ ତାଙ୍ଗା ଚଲାଇ ତାଙ୍କର ପରିବାର ଭରଣପୋଷଣ କରୁଥିଲେ ସେଷରେ ତାକୁ ହିଁ ନିଜର ସୌକ ମନାଇଥିଲ୍ | ଯେତେବେଳେ ବି ତାଙ୍କୁ ସୁଯୋଗ ମିଳୁଥିଲା ଏବଂ ଯେପର୍ଯ୍ୟନ୍ତ ତାଙ୍କ ସ୍ୱାସ୍ଥ୍ୟ ସମର୍ଥନ କରୁଥିଲା, ସେ ତାଙ୍ଗାରେ ଯାତ୍ରା କରୁଥିଲେ | ପ୍ରାୟତଃ ବିଳାସପୂର୍ଣ୍ଣ କାରରୁ ଓହ୍ଲାଇ ତାଙ୍ଗା ଯାତ୍ରା କରିବାକୁ ପସନ୍ଦ କରୁଥିଲେ | ବିଭାଜନ ସମୟରେ ଭାରତ ଆସିବା ପରେ ଗୁଲାଟି ଦିଲ୍ଲୀ ରେଳ ଷ୍ଟେସନରୁ କୁତବ୍ ରୋଡ ଏବଂ କରୋଲ ବାଗରୁ ହିନ୍ଦୁ ରାଓ ପର୍ଯ୍ୟନ୍ତ ତାଙ୍ଗା ଟାଣି ନିଜର ପରିବାର ଚଳାଇଥିଲେ |

ପଞ୍ଜାବୀ ଭୋଜନ ଥିଲା ତାଙ୍କର ପସନ୍ଦ
ଧର୍ମପାଲା ଗୁଲାଟି ପଞ୍ଜାବୀ ଖାଦ୍ୟକୁ ବହୁତ ପସନ୍ଦ କରୁଥିଲେ |ଏହା ସହିତ ଗୁଡ଼ି ଉଡ଼ାଇବା, କୁସ୍ତି, ପାରା ଉଡ଼ାଇବା ଭଳି ସୌକ ରଖୁଥିଲେ | ପ୍ରାୟ 940 କୋଟିର ମାଲିକ ଧରମପାଲ ଗୁଲାଟି ଏକ କ୍ରିସଲର ଲିମୋ କାର ବ୍ୟବହାର କରୁଥିଲେ |

'ଇଣ୍ଡିଆନ୍ ଅଫ୍ ଦି ଇୟର'

ସ୍ୱିଜରଲ୍ୟାଣ୍ଡ, ଆମେରିକା, ଜାପାନ, କାନାଡା, ୟୁରୋପୀୟ ଦେଶ ଗୁଡ଼ିକୁ MDH ତାର ମସଲା ରପ୍ତାନି କରେ | ବର୍ତ୍ତମାନ, କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ମସଲା ବର୍ଗର MDH ହେଉଛି ସବୁଠାରୁ ବଡ ବ୍ରାଣ୍ଡ | 2016 ରେ ABCI ବାର୍ଷିକ ପୁରସ୍କାରରେ ଗୁଲାଟିଙ୍କୁ 'ଇଣ୍ଡିଆନ୍ ଅଫ୍ ଦି ଇୟର' ଭାବରେ ମନୋନୀତ କରାଯାଇଥିଲା |

ମା'ଙ୍କ ନାମରେ ନିର୍ମାଣ କରିଥିଲେ ଡାକ୍ତରଖାନା

ମୃତ୍ୟୁ ବେଳକୁ ସେ ଚିକିତ୍ସିତ ହେଉଥିବା ଦିଲ୍ଲୀର ଡାକ୍ତରଖାନାକୁ ସେ ନିର୍ମାଣ କରିଥିଲେ | ଚାନନ ଦେବୀ ନାମକ ଏହି ଡାକ୍ତରଖାନା ତାଙ୍କ ମାତାଙ୍କ ନାମରେ ତିଆରି କରିଥିଲେ |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+