'ଆମ ଦଳ ରାଜା ହେବାକୁ ଯାଉଛି ...', କୁମାରସ୍ୱାମୀଙ୍କ ବୟାନ ପରେ ରାଜ୍ୟ ରାଜନୀତିରେ ହଇଚଇ

କର୍ଣ୍ଣାଟକ ବିଧାନସଭାରେ 224 ଟି ଆସନ ପାଇଁ ମତଦାନ ଜାରି ରହିଛି । ଚଳିତ ନିର୍ବାଚନରେ ତ୍ରିକୋଣୀୟ ଲଢେଇ ଦେଖିବାକୁ ମିଳୁଛି । ବିଜେପି, କଂଗ୍ରେସ ଏବଂ ଜେଡିଏସ୍ ମଧ୍ୟରେ ହେଉଛି ପ୍ରତିଦ୍ୱନ୍ଦିତା । ଏଥି ମଧ୍ୟରେ ଜେଡିଏସ୍ ନେତା କୁମାରସ୍ୱାମୀ ଏକ ବଡ଼ ବୟାନ ଦେଇଛନ୍ତି, ଯାହାକୁ ନେଇ ରାଜ୍ୟ ରାଜନୀତିରେ ହଇଚଉ ଦେଖାଦେଇଛି ।
2018 ନିର୍ବାଚନରେ ମାତ୍ର 37 ଟି ସିଟ୍ ଜିତି କିଙ୍ଗମେକର ହୋଇଥିବା ଜେଡିଏସ୍ ମୁଖ୍ୟ କୁମାରସ୍ୱାମୀ ଆଜି ଭୋଟ୍ ଦେବା ପରେ କହିଛନ୍ତି 'ଆମ ଦଳ ରାଜା ହେବାକୁ ଯାଉଛି ।'
କର୍ଣ୍ଣାଟକର ପୂର୍ବତନ ସିଏମ୍ ଏବଂ ଜେଡିଏସ୍ ନେତା ଏଚଡି କୁମାରସ୍ୱାମୀ ତାଙ୍କ ପରିବାର ସହିତ ଭୋଟ୍ ଦେବା ପାଇଁ ରାମନଗରର ଏକ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ । ଭୋଟ୍ ଦେବା ପରେ କୁମାରସ୍ୱାମୀ କହିଛନ୍ତି ଯେ ଉପଯୁକ୍ତ ବିକାଶ ପାଇଁ ଜେଡିଏସ୍ ପ୍ରାର୍ଥୀଙ୍କୁ ଆଶୀର୍ବାଦ ଦେବା ପାଇଁ ଆମେ ଲୋକଙ୍କୁ ଅନୁରୋଧ କରୁଛୁ । ଆମ ଦଳ ରାଜା ହେବାକୁ ଯାଉଛି ।
#WATCH | "We are requesting people to bless JDS candidates to get proper development. Our party will going to be a King," says Former Karnataka CM & JDS leader HD Kumaraswamy after casting his vote #KarnatakaAssemblyElection2023 pic.twitter.com/6nyuWLQ0gc
— ANI (@ANI) May 10, 2023
ଯଦି ଆମେ 2018 ନିର୍ବାଚନ ବିଷୟରେ କହିବା, କର୍ଣ୍ଣାଟକର 224 ଟି ସିଟ୍ ମଧ୍ୟରୁ 222 ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଗତଥର ମଧ୍ୟ ବିଜେପି, କଂଗ୍ରେସ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବ ଗୌଡାଙ୍କ ଜେଡି (ଏସ) ଦଳ ମଧ୍ୟରେ ଏକ ତ୍ରିକୋଣୀୟ ପ୍ରତିଯୋଗିତା ହୋଇଥିଲା । 2018 ବିଧାନସଭା ନିର୍ବାଚନରେ ବିଜେପି 104 ଟି ସିଟ୍ ଜିତି ଏକକ ବୃହତ୍ତମ ଦଳ ଭାବରେ ଉଭା ହୋଇଥିଲେ ମଧ୍ୟ ବହୁମତ ପାଇବାରୁ 9 ଆସନ ଦୂରରେ ଥିଲା ।
ସେହିପରି 80 ଟି ଆସନ ଜିତିଥିବା କଂଗ୍ରେସ ଏବଂ 37 ଟି ଜିତିଥିବା ଜେଡି (ଏସ) ମିଳିତ ମଞ୍ଚ ଘୋଷଣା କରିବା ସହ କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ହୋଇଥିଲେ । ତେବେ ଗୋଟିଏ ବର୍ଷ ପରେ କଂଗ୍ରେସ ବିଧାୟକଙ୍କ ବିଦ୍ରୋହ ପରେ ଜେଡିଏସ ଏବଂ କଂଗ୍ରେସ ସରକାରରଲ ପତନ ହୋଇଥିଲା । ଏହା ପରେ କଂଗ୍ରେସର ବିଦ୍ରୋହୀ ବିଧାୟକଙ୍କ ସହ ବିଜେପି ସରକାର ଗଠନ କରିଥିଲା ।












Click it and Unblock the Notifications