ବାଇକ୍କୁ ଧକ୍କା ଦେଲା ଆମ ବସ୍. ୩ଟି ବସ୍ ଭଙ୍ଗିଲେ ଉତ୍ତ୍ୟକ୍ତ ଲୋକ
ରାଜଧାନୀ ସ୍ଥିତ ଜନପଥରେ ବାଇକକୁ ସାଇଡ ମରାକୁ ନେଇ ବାଇକ ଆରୋହୀ ଓ ଆମ୍ ବସ୍ ଚାଳକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ସାମାନ୍ୟ ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକମାନେ ଆମ ବସ୍ ଭଙ୍ଗା ରୁଜା କରିଛନ୍ତି । ପାଖକୁ ପାଖ ଆସୁଥିବା ୩ଟି ଆମ ବସକୁ ଭାଙ୍ଗିଛନ୍ତି ଉତ୍ତ୍ୟକ୍ତ ଲୋକେ ।

ଦୁର୍ଘଟଣା ଘଟାଇଥିବା ଆମ ବସ୍ ସହ ଆଉ ୨ଟି ବସ୍ କୁ ଭାଙ୍ଗି ଦେଇଛନ୍ତି ଲୋକ । ପ୍ରାଣ ବିକଳରେ ଆମ ବସ୍ ଛାଡି ଡ୍ରାଇଭର ଓ କଣ୍ଟକ୍ଟର ପଳାଇଥିଲେ । ଖବର ପାଇ ପୁଲିସ ପହଞ୍ଚି ଲୋକଙ୍କୁ ଘଉଡାଇବାକୁ ମୃଦୁ ଲାଠିଚାଳନା କରିଛି । ଲୋକଙ୍କୁ ବୁଝାସୁଝା କରିବାକୁ ପୁଲିସ ଆଲୋଚନା କରୁଛି ।












Click it and Unblock the Notifications