କୃଷି ଆଇନ ସମ୍ପର୍କରେ ରାଷ୍ଟ୍ରପତିଙ୍କୁ ଭେଟିବେ ବିରୋଧୀ ଦଳ ନେତା
ବିରୋଧୀ ଦଳର ଏକ ପ୍ରତିନିଧୀ ଦଳ ବୁଧବାର ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ଭେଟି ସରକାରଙ୍କ ଏହି ଆଇନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆବେଦନ କରିବେ | ବୁଧବାର ଅପରାହ୍ନ 5 ଟାରେ ବିରୋଧୀ ଦଳ ରାଷ୍ଟ୍ରପତିଙ୍କୁ ଭେଟିବେ |
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୁଦ୍ଧରେ କେବଳ କୃଷକ ନୁହେଁ ବରଂ ବିରୋଧୀ ଦଳ ମଧ୍ୟ ଏହା ବିରୋଧରେ ମୋର୍ଚ୍ଚା ଆରମ୍ଭ କରିଛନ୍ତି | ବିରୋଧୀ ଦଳର ଏକ ପ୍ରତିନିଧୀ ଦଳ ବୁଧବାର ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ଭେଟି ସରକାରଙ୍କ ଏହି ଆଇନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆବେଦନ କରିବେ | ବୁଧବାର ଅପରାହ୍ନ 5 ଟାରେ ବିରୋଧୀ ଦଳ ରାଷ୍ଟ୍ରପତିଙ୍କୁ ଭେଟିବେ |

କରୋନା ପାଇଁ କେବଳ 5 ନେତାଙ୍କୁ ମିଳିଛି ଅନୁମତି
ପ୍ରତିନିଧୀ ଦଳରେ ରାହୁଲ ଗାନ୍ଧୀ ଏବଂ ଶରଦ ପାୱାରଙ୍କ ସମେତ 5ନେତା ଯୋଗଦେବେ | ଏନେଇ ସିପିଏମ୍ ନେତା ସୀତାରାମ ୟେଚୁରୀ ସୂଚନା ଦେଇଛନ୍ତି | ଏଥି ସହ ଏନସିପି ମୁଖ୍ୟ ଶରଦ ପାୱାର କହିଛନ୍ତି ଯେ ରାଷ୍ଟ୍ରପତିଙ୍କୁ ଭେଟିବା ପୂର୍ବରୁ ବିଭିନ୍ନ ରାଜନୈତିକ ଦଳର ନେତାମାନେ ବିବାଦୀୟ କୃଷି ଆଇନ ଉପରେ ଆଲୋଚନା କରିବେ |
A joint delegation of Opposition parties will meet President Kovind tomorrow at 5 pm. The delegation will include Rahul Gandhi, Sharad Pawar and others. Due to COVID19 protocol, only 5 people have been allowed to meet him: Sitaram Yechury, CPI (Marxist)#FarmLaws pic.twitter.com/jHlfeQRWsW
— ANI (@ANI) December 8, 2020
ବୁଧବାର କୃଷକ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ହେବ ଆଲୋଚନା
ବୁଧବାର ଦିନ କେନ୍ଦ୍ର ସରକାର ଏବଂ କୃଷକଙ୍କ ମଧ୍ୟରେ ଷଷ୍ଠ ରାଉଣ୍ଡ ଆଲୋଚନା ହେବ | ଏହି ଆଲୋଚନା ଉପରେ ସମସ୍ତଙ୍କ ନଜର ରହିଛି, କାରଣ ଗତ ପାଞ୍ଚ ଥର ଆଲୋଚନାରେ କୌଣସି ଫଳାଫଳ ମିଳିନାହିଁ | କୃଷି ଆଇନକୁ ରଦ୍ଦ କରିବାକୁ କୃଷକମାନେ କ୍ରମାଗତ ଭାବରେ ଜିଦ୍ ଧରିଥିବାବେଳେ ସରକାର ଏହି ଆଇନରେ ସଂଶୋଧନ କରିବାକୁ କହିଛନ୍ତି |












Click it and Unblock the Notifications