Get Updates
Get notified of breaking news, exclusive insights, and must-see stories!

ଫ୍ୟାକ୍ଟ-ଚେକର ଜୁବୈରଙ୍କ ଗିରଫଦାରୀକୁ ବିରୋଧ, ବିରୋଧୀଙ୍କ ଟାର୍ଗେଟରେ ସରକାର

ଟ୍ୱିଟରରେ "ମୁଁ ମହମ୍ମଦ ଜୁବୈରଙ୍କୁ ସମର୍ଥନ କରେ"(I Support Mohammad Zubair) ଏବଂ #zubairarrest ଭଳି ହ୍ୟାସଟ୍ୟାଗ ଗୁଡିକ ଅଧିକ ଟ୍ରେଣ୍ଡ କରୁଛି ।

ନୂଆଦିଲ୍ଲୀ : ଫ୍ୟାକ୍ଟ-ଚେକ୍ ୱେବସାଇଟ୍ ଅଲ୍ଟ ନ୍ୟୁଜ୍ ର ସହ-ପ୍ରତିଷ୍ଠାତା ମହମ୍ମଦ ଜୁବୈରଙ୍କ ଗିରଫଦାରୀକୁ ସୋଶାଲ ମିଡିଆରେ ତାଙ୍କ ସମର୍ଥକମାନେ ତୀବ୍ର ବିରୋଧ କରୁଛନ୍ତି । ଟ୍ୱିଟରରେ "ମୁଁ ମହମ୍ମଦ ଜୁବୈରଙ୍କୁ ସମର୍ଥନ କରେ"(I Support Mohammad Zubair) ଏବଂ #zubairarrest ଭଳି ହ୍ୟାସଟ୍ୟାଗ ଗୁଡିକ ଅଧିକ ଟ୍ରେଣ୍ଡ କରୁଛି । ଶାସକ ବିଜେପିର ବିରୋଧୀ ଦଳ, ଇସଲାମ ସଂଗଠନ ଏବଂ ବାମପନ୍ଥୀ ବିଚାରଧାରାର ଲୋକମାନେ ଜୁବୈରଙ୍କ ବିରୋଧରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ଦୃଢ ବିରୋଧ କରୁଛନ୍ତି । ବିରୋଧୀ ଦଳ ଶାସକ ଦଳ ଉପରେ ଆକ୍ରମଣକାରୀ ହୋଇ ପଡ଼ିଛି ।

jubair

ଜୁବୈରଙ୍କୁ ଗିରଫ କରିଥିବା ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଉପରେ ପକ୍ଷପାତିତା ଅଭିଯୋଗ କରାଯାଉଛି । ଏଥିସହିତ ରାହୁଲ ଗାନ୍ଧୀ ମଧ୍ୟ ଟ୍ୱିଟ୍ କରି କହିଛନ୍ତି ଯେ "ବିଜେପିର ଘୃଣା, କୁସଂସ୍କାର ଏବଂ ମିଥ୍ୟାକୁ ପ୍ରକାଶ କରୁଥିବା ପ୍ରତ୍ୟେକ ବ୍ୟକ୍ତି ସେମାନଙ୍କ ପାଇଁ ବିପଦ । ସତ୍ୟର ଗୋଟିଏ ସ୍ୱରକୁ ଦମନ କରାଯାଇପାରିବ ନାହିଁ । ଏହିପରି ଆଉ ଏକ ହଜାରେ ଜନ୍ମ ହେବେ । ମିଥ୍ୟା ଉପରେ ସତ୍ୟ ସବୁବେଳେ ବିଜୟୀ ହୁଏ ।"
ସେହିପିରି ତୃଣମୂଳ କଂଗ୍ରେସ ସାସଂଦ ମୋହୁଆ ମୋଇତ୍ରା କହିଛନ୍ତି , "ଦିଲ୍ଲୀ ପୋଲିସ୍ ସାହେବଙ୍କୁ ଖୁସି କରିବା ପାଇଁ ନତମସ୍ତକ ।"

ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ବିୱି ଲେଖିଛନ୍ତି, "ନୁପୁର ଶର୍ମା ଭୁଲ କରିବା ପରେ ମଧ୍ୟ ସୁରକ୍ଷା ଦିଆଯାଇଥିବାବେଳେ ଜୁବୈର ଙ୍କୁ ସତ କହିବା ପାଇଁ ଗିରଫ କରାଯାଇଛି । ଆମେ ଏହି କାର୍ଯ୍ୟକୁ ଦୃଢ ନିନ୍ଦା କରୁଛୁ ।"

ତୃଣମୂଳ କଂଗ୍ରେସର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ଟ୍ୱିଟ୍ କରାଯାଇଛି ଯେ, "ଯେତେବେଳେ ତୁମର ନିଜ ପାର୍ଟିର କେହି ଜଣେ ଧାର୍ମିକ ଭାବନାକୁ ଆଘାତ ଦେଉନାହାଁନ୍ତି ସେତେବେଳେ କାନ୍ଦିବା ଅତି ସହଜ ଅଟେ । ନ୍ୟୁପୁର ଶର୍ମାଙ୍କୁ ଗିରଫ କର ଏବଂ ଦେଶକୁ ଦେଖାନ୍ତୁ ଯେ ସମସ୍ତଙ୍କ ପାଇଁ ସମାନ ନିୟମ ।"

ସେହିଭଳି କେରଳର ବିଧାୟକ ଏମ.କେ ମୁନୀର ଲେଖିଛନ୍ତି ଯେ "ବିଡ଼ମ୍ବନାର ବିଷୟ ଯେ ଘୃଣାର କଥା ପ୍ରଚାର କରୁଥିବା ବ୍ୟକ୍ତି ମୁକ୍ତ ଭାବରେ ବୁଲୁଥିବା ବେଳେ ଏହାକୁ ପ୍ରକାଶ କରିଥିବା ସାମ୍ବାଦିକଙ୍କୁ ଅଟକ ରଖାଯାଇଛି ।"

ଆପଣଙଅକୁ କହି ରଖୁଛୁ କିଛି ବିବାଦୀୟ ଟ୍ୱିଟ୍ ହେତୁ ଦିଲ୍ଲୀ ପୋଲିସ ଜୁବୈରଙ୍କୁ ଗିରଫ କରିଛି । ଧାର୍ମିକ ଭାବନାକୁ ଆଘାତ ଦେଇଥିବା ନେଇ ଜୁବୈରଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା । ବର୍ତ୍ତମାନ ବହୁ ରାଜନୈତିକ ନେତା ଜୁବୈରଙ୍କ ଗିରଫ ପାଇଁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । କୁହାଯାଉଛି ଯେ ଶାସକ ବିଜେପିର ନିର୍ଦ୍ଦେଶରେ ଦିଲ୍ଲୀ ପୋଲିସ ଜୁବୈରଙ୍କୁ ଗିରଫ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+